ETV Bharat / bharat

ଦେୟଯୁକ୍ତ କୋରୋନା ପରୀକ୍ଷା କିମ୍ବା 14 ଦିନିଆ ହୋମ୍ କ୍ବାରେଣ୍ଟିନ ରୁହନ୍ତୁ: ଗୋଆ ସରକାର

author img

By

Published : May 24, 2020, 10:39 AM IST

ବିମାନ, ରେଳ କିମ୍ବା ସଡ଼କ ମାର୍ଗରେ ରାଜ୍ୟକୁ ଆସୁଥିବା ଲୋକମାନେ ଦେୟଯୁକ୍ତ କୋରୋନା ପରୀକ୍ଷା କରାନ୍ତୁ ନଚେତ୍ 14 ଦିନିଆ ହୋମ୍ କ୍ବାରେଣ୍ଟିନରେ ରୁହନ୍ତୁ। ଗତ ଶନିବାର ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ ଗୋଆ ସରକାର କିଛି ଏପରି କହିଛନ୍ତି ।

corona
ଦେୟଯୁକ୍ତ କୋରୋନା ପରୀକ୍ଷା କିମ୍ବା 14 ଦିନିଆ ହୋମ୍ କ୍ବାରେଣ୍ଟିନ ରୁହନ୍ତୁ

ପାଣାଜୀ: ବିମାନ, ରେଳ କିମ୍ବା ସଡ଼କ ମାର୍ଗରେ ରାଜ୍ୟକୁ ଆସୁଥିବା ଲୋକମାନେ ଦେୟଯୁକ୍ତ କୋରୋନା ପରୀକ୍ଷା କରାନ୍ତୁ ନଚେତ୍ 14 ଦିନିଆ ହୋମ୍ କ୍ବାରେଣ୍ଟିନରେ ରୁହନ୍ତୁ। ଗତ ଶନିବାର ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ ଗୋଆ ସରକାର କିଛି ଏପରି କହିଛନ୍ତି ।

ସଡକ, ରେଳ ଏବଂ ବିମାନ ଯାତ୍ରୀଙ୍କ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ ( ଏସଓପି) ସମାନ ହେବ। ଥର୍ମାଲ ସ୍କ୍ରିନିଂ ପରେ ଯାତ୍ରୀମାନେ କୋରୋନା ପରୀକ୍ଷା କିମ୍ବା ଘରେ 14 ଦିନିଆ କ୍ବାରେଣ୍ଟିନରେ ରହିବା ନେଇ ଚୟନ କରିପାରିବେ। ଦୁଇଟି ବିକଳ୍ପ ମଧ୍ୟରୁ ସେମାନେ ଗୋଟି ବାଛି ପାରିବେ। ଯାତ୍ରା ସମୟରେ ସେମାନଙ୍କୁ ଏକ ସେଲ୍ଫ ଡିକ୍ଲାରେସନ ଫର୍ମ ଦିଆଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନୀଲା ମୋହନ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଏଥିସହ ସେ କହିଛନ୍ତି, ଗୋଆକୁ ଆସୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ଏସଓପି ଅନୁଯାୟୀ ସେମାନେ ଆନୁଷ୍ଠାନିକ ଭାବେ 14 ଦିନ କ୍ବାରେଣ୍ଟିନରେ ରହିବା ବାଧ୍ୟତାମୂଳକ । ଯାହା ବଦଳାଯିବ ନାହିଁ ।

କୋରୋନା ପରୀକ୍ଷା ପାଇଁ ଗୋଆ ସରକାର 2000 ଟଙ୍କା ଲାଗୁ କରିଥିବା ବେଳେ ଏଠାକୁ ଆସୁଥିବା ଯାତ୍ରୀଙ୍କୁ ବହନ କରିବାକୁ ପଡିବ। ନିଲା ମୋହଙ୍କ ଅନୁଯାୟୀ, ବର୍ତ୍ତମାନ ଗୋଆରେ 39 ଜଣ କୋରୋନା ଆକ୍ରାନ୍ତ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.