ETV Bharat / bharat

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ, ବାରାଣାସୀରେ ଉତ୍ସବ - ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ

କାନପୁରରେ ପୁଲିସ ସହ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ନିହତ ହୋଇଛି । ବିକାଶ ଦୁବେର ଏନକାଉଣ୍ଟରକୁ ନେଇ ଶୁକ୍ରବାର ବାରାଣାସୀର ଲୋକେ ଜନସାଧାରଣ ତଥା ପୋଲିସ କର୍ମଚାରୀଙ୍କ ମଧ୍ୟରେ ମିଠା ବାଣ୍ଟିଥିଲେ।

ଉତ୍ସବ
ଉତ୍ସବ
author img

By

Published : Jul 10, 2020, 5:20 PM IST

ଲକ୍ଷ୍ନୌ: କାନପୁରରେ ପୋଲିସ ସହ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ନିହତ ହୋଇଛି । ପୋଲିସ କବଳରୁ ଖସି ପଳାଇଯିବାକୁ ଉଦ୍ୟମ କରୁଥିବାବେଳେ ବିକାଶ ଦୁବେକୁ ଉତ୍ତରପ୍ରଦେଶ ସ୍ପେସାଲ୍ ଟାସ୍କ୍‌ ଫୋର୍ସ ଗୁଳି ଚଳାଇଥିଲା । ଗୁଳିମାଡ଼ରେ ବିକାଶର ମୃତ୍ୟୁ ଘଟିଛି। ତେବେ ଏହି ଏନକାଉଣ୍ଟରକୁ ନେଇ କେଉଁଠି ପ୍ରଶ୍ନ କରାଯାଉଛି ତ ଆଉ କେଉଁଠି ଉତ୍ସବ ମନା ଯାଉଛି । ଏହି ଏନକାଉଣ୍ଟର ସମର୍ଥନରେ ବାରାଣାସୀର ଲୋକମାନେ ଶୁକ୍ରବାର ଉତ୍ସବ ମନାଇଥିବା ଦେଖିବାକୁ ମିଳିଛି ।

ବିକାଶ ଦୁବେର ଏନକାଉଣ୍ଟରକୁ ନେଇ ଶୁକ୍ରବାର ବାରାଣାସୀର ଲୋକେ ଜନସାଧାରଣ ତଥା ପୋଲିସ କର୍ମଚାରୀଙ୍କ ମଧ୍ୟରେ ମିଠା ବାଣ୍ଟିଥିଲେ। ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେକୁ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍‌ ଫୋର୍ସ ମଧ୍ୟପ୍ରଦେଶରୁ କାନପୁର ଆଣୁଥିଲା। ତାଙ୍କୁ ଅଣାଯାଉଥିବା ଗାଡ଼ିଟି ସକାଳ ପ୍ରାୟ ୭ଟା ବେଳେ ବରା ଅଞ୍ଚଳରେ ଓଲଟି ପଡ଼ିଥିଲା । ଏହି ସମୟରେ ସେ ଖସି ପଳାଇବାକୁ ଉଦ୍ୟମ କରୁଥିଲା। ଏହାପରେ ତାକୁ ଏନ୍‌କାଉଣ୍ଟର୍ କରାଯାଇଥିଲା। ଘଟଣାରେ ବିକାଶ ଦୁବେ ଗୁରୁତର ଆହତ ହୋଇଥିଲା । ଘଟଣାସ୍ଥଳରୁ ତୁରନ୍ତ ତାକୁ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ପରେ ତାର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍‌ ଫୋର୍ସର ଜଣେ ସବ୍‌-ଇନ୍ସପେକ୍ଟର୍ ଓ ଦୁଇ ଜଣ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି। ସେମାନେ ବିକାଶ ଦ‌ୁବେକୁ ଅଣାଯାଉଥିବା ଗାଡ଼ିରେ ଥିଲେ।

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ, ବାରାଣାସୀରେ ଉତ୍ସବ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.