ETV Bharat / bharat

ପାଖରୁ ଦେଖିବେ 'ଚନ୍ଦ୍ରଯାନ-2'ର ଯାତ୍ରା, ଶ୍ରୀହରିକୋଟାରେ ଭିଡ ପରିଲକ୍ଷିତ - People gathern in Satish Dhawan Space Centre at Sriharikota

ମହାକାଶ ମିଶନ ଚନ୍ଦ୍ରଯାନ-2ର ଉତକ୍ଷେପଣର ପ୍ରତ୍ୟକ୍ଷଦର୍ଶୀ ହେବାକୁ ଏକାଠି ହୋଇଛନ୍ତି ଅନେକ ଲୋକ । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ଜମା ହୋଇଛନ୍ତି ପିଲାଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ବିଭିନ୍ନ ଲୋକ ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Jul 22, 2019, 11:53 AM IST

ଅମରାବତୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ମହାକାଶ ମିଶନ ଚନ୍ଦ୍ରଯାନ-2 ର ଅବଗଣନା ଆରମ୍ଭ ହୋଇଯାଇଛି । ଚନ୍ଦ୍ରକୁ ଯାଉଥିବା ଭାରତର ଦ୍ବିତୀୟ ଯାନ 'ଚନ୍ଦ୍ରଯାନ-2'ର ଉତ୍‌କ୍ଷେପଣ ପାଇଁ ଗତକାଲି(ରବିବାର) ସନ୍ଧ୍ୟା 6 ଟା 43 ମିନିଟରୁ ଅବଗଣନା ଆରମ୍ଭ ହୋଇଛି । ଏହି ଅବଗଣନା ସମୟରେ ରକେଟ୍‌ ଏବଂ ମହାକାଶ ଯାନ ପ୍ରଣାଳୀର ଯାଞ୍ଚ କରାଯାଉଛି । ଏହା ସହିତ ରକେଟ୍‌ ଇଞ୍ଜିନକୁ ଶକ୍ତି ପ୍ରଦାନ କରିବାକୁ ଇନ୍ଧନ ଭରା ଯାଉଛି । ଆଜି ଅପରାହ୍ନ 2 ଟା 43 ମିନିଟ୍‌ରେ ଉତ୍‌କ୍ଷେପଣ ହେବ ଏହି ମହାକାଶ ଯାନ ।

ଭିଡିଓ ସୌଜନ୍ୟ: ଟ୍ବିଟର@ANI

ତେବେ ଏହି ମିଶନ ଉତକ୍ଷେପଣର ପ୍ରତ୍ୟକ୍ଷଦର୍ଶୀ ହେବାକୁ ଏକାଠି ହୋଇଛନ୍ତି ଅନେକ ଲୋକ । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ଜମା ହୋଇଛନ୍ତି ପିଲାଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ବିଭିନ୍ନ ଲୋକ । ଏହା ବ୍ୟତୀତ ଉତକ୍ଷେପଣ ଦେଖିବା ପାଇଁ 7,500 ଲୋକ ଇସ୍ରୋରେ ଅନଲାଇନ ପଞ୍ଜୀକରଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସାଧାରଣ ଜନତାଙ୍କୁ ଉତକ୍ଷେପଣ ଦେଖିବାକୁ ଇସ୍ରୋ ପକ୍ଷରୁ ଅନୁମତି ଦିଆଯାଇଛି । ଏଥିପାଇଁ ଏକ ଖାସ୍‌ ଗ୍ୟାଲେରିର ଆୟୋଜନ ମଧ୍ୟ କରାଯାଇଛି । ଗ୍ୟାଲେରିର କ୍ଷମତା 10,000 ଲୋକଙ୍କ ପାଇଁ ଥିବାବେଳେ ଇସ୍ରୋ ପକ୍ଷରୁ ଏହି ସଂଖ୍ୟା ବୃଦ୍ଧି କରିବାର ଯୋଜନା କରାଯାଉଛି ।

Intro:Body:

BLANK

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.