ETV Bharat / bharat

ଲକଡାଉନ ନିୟମର ଉଲ୍ଲଙ୍ଘନ: ଅନ୍ତିମ ସଂସ୍କାର ଶୋଭାଯାତ୍ରାରେ 500 ଲୋକ

author img

By

Published : Apr 21, 2020, 6:45 AM IST

ମାଲେଗାଁର ଆଜାଦପୁରା ଅଞ୍ଚଳରେ ଏକ ଶେଷକୃତ୍ୟ ଶୋଭାଯାତ୍ରାରେ 500 ଲୋକ ଏକାଠି ହୋଇଥିଲେ । ପୋଲିସର ବାରଣ ସତ୍ତ୍ବେ ଏତେ ସଂଖ୍ୟକ ସଦସ୍ୟ ଶୋଭାଯାତ୍ରା ଆୟୋଜନ କରିଥିଲେ । ଅଧିକ ପଢନ୍ତୁ...

ଲକଡାଉନ ନିୟମର ଉଲ୍ଲଙ୍ଘନ: ଅନ୍ତିମ ସଂସ୍କାର ଶୋଭାଯାତ୍ରାରେ 500 ଲୋକ
ଲକଡାଉନ ନିୟମର ଉଲ୍ଲଙ୍ଘନ: ଅନ୍ତିମ ସଂସ୍କାର ଶୋଭାଯାତ୍ରାରେ 500 ଲୋକ

ମାଲେଗାଁଓ(ମହାରାଷ୍ଟ୍ର): ସରକାରଙ୍କ କଟକଣା ସତ୍ତ୍ବେ ଅନେକ ଜାଗାରେ ଲୋକେ ଲକଡାଉନ ନିୟମର ସଠିକ ପାଳନ କରୁନାହାନ୍ତି । ଏପରିକି କେତେକ ଜାଗାରେ ସାମାଜିକ ଦୂରତ୍ବକୁ ଅଣଦେଖା କରୁଛନ୍ତି ଲୋକେ । ନିକଟରେ କେରଳରେ ଘଟିଥିବା ସମାନ ଘଟଣାର ମହାରାଷ୍ଟ୍ରରେ ପୁନରାବୃତ୍ତି ହୋଇଛି ।

ମାଲେଗାଁର ଆଜାଦପୁରା ଅଞ୍ଚଳରେ ଏକ ଶେଷକୃତ୍ୟ ଶୋଭାଯାତ୍ରାରେ 500 ଲୋକ ଏକାଠି ହୋଇଥିଲେ । ପୋଲିସର ବାରଣ ସତ୍ତ୍ବେ ଏତେ ସଂଖ୍ୟକ ସଦସ୍ୟ ଶୋଭାଯାତ୍ରା ଆୟୋଜନ କରିଥିଲେ । ତେବେ ପୋଲିସର କାର୍ଯ୍ୟାନୁଷ୍ଠାନ ଫଳରେ କେବଳ 20ରୁ 25 ଲୋକ ଅନ୍ତିମ ସଂସ୍କାର କରିବାକୁ ଯାଇଥିଲେ । ବାକି ସମସ୍ତଙ୍କୁ ଅଧାରୁ ଫେରାଇ ଦେଇଥିଲା ପୋଲିସ ।

ମାଲେଗାଁଓ ପୋଲିସ ସବଇନ୍ସପେକ୍ଟରଙ୍କ କହିବାନୁସାରେ ପ୍ରଥମେ 500 ପାଖାପାଖି ଲୋକ ଏଥିରେ ସାମିଲ ହୋଇଥିଲେ । ଖବର ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି 20 ଭିତରେ ରହିବାକୁ ଅନୁରୋଧ କରିଥିଲା । ପରେ ଏଥିରେ ରାଜି ହୋଇ ବାକି ଲୋକ ଫେରିଯାଇଥିଲେ । ଅଳ୍ପ କିଛି ଲୋକଙ୍କ ସହାୟତାରେ ଅନ୍ତିମ ସଂସ୍କାର ଶେଷ ହୋଇଥିଲା । ତେବେ ମହାରାଷ୍ଟ୍ରରେ ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେଉଥିବାବେଳେ ଏପରି ନିୟମ ଉଲ୍ଲଙ୍ଘନ ପ୍ରଶାସନର ଚିନ୍ତା ବଢାଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.