ପାଟନା: ଦେଶର 22 ରାଜ୍ୟରେ କୋରୋନା ଭୟରେ ଲକ ଡାଉନ ସ୍ଥିତି । ଫଳରେ ବାହାରୁ ବାହାରିବା ମୁସ୍କିଲ ହୋଇପଡିଛି । କିନ୍ତୁ ସୋମବାର ସକାଳୁ ପାଟନାରେ କିଛି ଲୋକ ଜରୁରୀ ଜିନିଷ କିଣାକିଣି ପାଇଁ ବାହାରକୁ ବାହାରିଥିବା ଦେଖାଦେଇଛି ।
ବର୍ତ୍ତମାନସୁଦ୍ଧା ଲକଡାଉନ ଯୋଗୁଁ ଆମେ କୌଣସି ଅସୁବିଧା ସାମନା କରିନାହୁଁ । ଭବିଷ୍ୟତରେ ଯେଉଁଭଳି କୌଣସି ସମସ୍ୟା ନହୁଏ ସେ ନେଇଦ ଜରୁରୀ ଜିନିଷ କିଣିବା ଉଦ୍ଦେଶ୍ୟରେ ଆମେ ବାହାରକୁ ଆସିଛୁ ବୋଲି କହିଛନ୍ତି ଜଣେ ସ୍ଥାନୀୟ ବାସିନ୍ଦା ।
ଏହାସହ ସରକାରଙ୍କ ପଦକ୍ଷେପକୁ ପ୍ରଂଶସା କରିଛନ୍ତି । ଲକ ଡାଉନ ଯୋଗୁଁ କୋଭିଡ-19 ଭୂତାଣୁ ବିଶେଷ ଭାବେ ବଢିପାରିବ ନାହିଁ । ସରକାରଙ୍କୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ ।
@ANI