ETV Bharat / bharat

ଅବଶିଷ୍ଟ ପରୀକ୍ଷା ନେଇ CBSE ନିଷ୍ପତ୍ତିକୁ ଅନୁସରଣ କରିବ ICSE

author img

By

Published : Jun 24, 2020, 10:54 PM IST

ସିବିଏସ୍ଇ ବୋର୍ଡର ନିଷ୍ପତ୍ତିକୁ ଅନୁସରଣ କରିବ କହିଛି ଆଇସିଏସଇ ବୋର୍ଡ । ସିବିଏସିକୁ ନେଇ କୋର୍ଟ ଯେଉଁ ରାୟ ନେବେ ସେହି ଆଧାରରେ ICSE ଦଶମ ବୋର୍ଡ ଏବଂ ISC ଦ୍ବାଦଶ ବୋର୍ଡ 2020 ର ଅବଶିଷ୍ଟ ପରୀକ୍ଷାର ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି CISCE ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅବଶିଷ୍ଟ ପରୀକ୍ଷା ନେଇ CBSE ନିଷ୍ପତ୍ତିକୁ ଅନୁସରଣ କରିବ ICSE
ଅବଶିଷ୍ଟ ପରୀକ୍ଷା ନେଇ CBSE ର ନିଷ୍ପତ୍ତିକୁ ଅନୁସରଣ କରିବ ICSE

ନୂଆଦିଲ୍ଲୀ: ଚଳିତ ବର୍ଷ କୋଭିଡ ଯୋଗୁଁ ସିବିଏସି ଏବଂ ଆଇସିଏସଇ ବୋର୍ଡର ଅବଶିଷ୍ଟ ପରୀକ୍ଷା ସ୍ଥଗିତ ରହିଛି । ତେବେ ଆଇସିସିଏସଇ ବୋର୍ଡ ପରୀକ୍ଷା ହେବା ନେଇ ସୁପ୍ରିମକୋର୍ଟ ଉତ୍ତର ମାଗିଥିଲେ । ଏନେଇ ସିବିଏସ୍ଇ ବୋର୍ଡର ନିଷ୍ପତ୍ତିକୁ ଅନୁସରଣ କରିବ କହିଛି ଆଇସିଏସଇ ବୋର୍ଡ । ସିବିଏସିକୁ ନେଇ କୋର୍ଟ ଯେଉଁ ରାୟ ନେବେ ସେହି ଆଧାରରେ ICSE ଦଶମ ବୋର୍ଡ ଏବଂ ISC ଦ୍ବାଦଶ ବୋର୍ଡ 2020 ର ଅବଶିଷ୍ଟ ପରୀକ୍ଷାର ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି CISCE ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି ।

ଭାରତୀୟ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପରିଷଦ (CISCE ) ବା ଆଇସିଏସଇ ବୋର୍ଡ କହିଛି ଯେ ବିଚାରଧିନ ବୋର୍ଡ ପରୀକ୍ଷା ଗୁଡିକ ସିବିଏସଇର ନିଷ୍ପତ୍ତିକୁ ଅନୁସରଣ କରିବ । ସୂଚନା ଥାଉକି କି ସିବିଏସି ର ଅବଶିଷ୍ଟ ବୋର୍ଡ ପରୀକ୍ଷା ନେଇ ହେବାକୁ ଥିବା ଶୁଣାଣିକୁ ସୁପ୍ରିମକୋର୍ଟ ଜୁନ 25 ତାରିଖ ଯାଏଁ ସ୍ଥଗିତ ରଖିଛନ୍ତି । ସିବିଏସି ବୋର୍ଡର ଅନୁରୋଧ କ୍ରମେ ଏହି ଶୁଣାଣିକୁ ସ୍ଥଗିତ ରଖାଯାଇଛି । ସେହିପରି ଆଇସିଏସସି ମଧ୍ୟ ସିବିଏସିକୁ ଅନୁସରଣ କରି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛି ।

ସେପଟେ ସୁପ୍ରିମକୋର୍ଟ କେନ୍ଦ୍ର ବୋର୍ଡକୁ କହିଛନ୍ତି ଯେ ବିଚାରାଧୀନ ବୋର୍ଡ ପରୀକ୍ଷା କିମ୍ବା ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ କିମ୍ବା ଏକ ବିକଳ୍ପ ମୂଲ୍ୟାଙ୍କନ ରଣନୀତି ପ୍ରସ୍ତାବ ଦେବାକୁ । ଯାହା ଆଧାରରେ ଛାତ୍ରଛାତ୍ରୀଙ୍କୁ ଚିହ୍ନିତ କରାଯାଇପାରିବ ଏବଂ ସେମାନଙ୍କ ବୋର୍ଡ ଫଳାଫଳ ଶୀଘ୍ର ଘୋଷଣା କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.