ETV Bharat / bharat

ଡ୍ରାଇଭିଂ ଲାଇସେନ୍ସ ଯୋଗୁଁ ହଟ୍ଟହଟ୍ଟା ପୂର୍ବତନ ସାଂସଦ

author img

By

Published : Oct 17, 2019, 3:04 PM IST

ଗୁରୁବାର ପୂର୍ବତନ ସାଂସଦ ପ୍ପୁ ଯାଦବ ଟ୍ରାକ୍ଟରରେ ଆବର୍ଜନା ଉଠାଇ ନେଉଥିବାବେଳେ 5 ହଜାର ଟଙ୍କାର ଚାଲାଣ କାଟିଲା ପୋଲିସ । ତେବେ ଏହା ଟ୍ରାଫିକ ପୋଲିସର କାର୍ଯ୍ୟ କି ନେତା ମନ୍ତ୍ରୀଙ୍କ ତାହା କେବଳ ସମୟ ହିଁ କହିବ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ପାଟନା: ଏମଭି ଆକ୍ଟ ଅନୁସାରେ ବିହାରର ମଧେପୁରର ପୂର୍ବତନ ସାଂସଦ ପପ୍ପୁ ଯାଦବଙ୍କର ଚାଲାଣ କଟାଯାଇଛି । ତାଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ 2017ରେ ହିଁ ସମାପ୍ତ ହୋଇସାରିଛି । ଏନେଇ ପୋଲିସ ପପ୍ପୁଙ୍କ ଉପରେ 5 ହଜାର ଟଙ୍କାର ଫାଇନ ପକାଇଛନ୍ତି ।

ସୂଚନାମୁତାବକ, ପପ୍ପୁ ଯାଦବ ଗୁରୁବାର 4ଟି ଜେସିବି ଓ 20ଟି ଟ୍ରାକ୍ଟର ନେଇ ଦାନାପୁରର ରାସ୍ତାରେ ପହଞ୍ଚି ବନ୍ୟା ପରେ ରାସ୍ତା କଡରେ ଜମିଥିବା ଆବର୍ଜନାକୁ ସଫା କରୁଥିଲେ । ଆଉ ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ସଫା କରି ପାଉଡର ମଧ୍ୟ ପକାଇଥିଲେ ।

ଏହାପରେ ରାଜୀବ ନଗର ନିକଟରେ ଯେତବେଳେ ତାଙ୍କର ଟ୍ରାକ୍ଟର ପହଞ୍ଚିଥିଲା ଚେକିଂ ପାଇଁ ପୋଲିସ ତାଙ୍କୁ ଅଟକାଇଥିଲା । ଟ୍ରାକ୍ଟରର କାଗଡପତ୍ର ଯାଞ୍ଚ କରିବା ସମୟରେ ଡ୍ରାଇଭିଙ୍ଗ ଲାଇସେନ୍ସର ଅବଧି 2017ରୁ ଶେଷ ହୋଇଯାଇଛି । ଏହାପରେ ପୋଲିସ ପପ୍ପୁଙ୍କର 5 ହଜାର ଟଙ୍କାର ଚାଲାଣ କାଟିଦେଇଥିଲେ ।

ସୂତ୍ରାନୂସାରେ ପ୍ପୁ ଯାଦବ ନଗର ବିକାଶ ମନ୍ତ୍ରୀ ସୁରେଶ ଶର୍ମାଙ୍କ ଘର ବାହାରେ ଅଳିଆ ପକାଇବାକୁ ଯାଇଥିଲେ । ଏହାକୁ ଦେଖି ସୁରେଶ ଶର୍ମାଙ୍କ ଘର ଆଗରେ ପୋଲିସ ମୁତୟନ କରାଯାଇଛି । ତେବେ ସହରରେ ବଢୁଥିବା ଆବର୍ଜନା ଆଉ ଦୁର୍ଗନ୍ଧକୁ ନେଇ ପୂର୍ବତନ ସାଂସଦ ପପ୍ପୁ ଯାଦବ କହିଥିଲେ ଖୁବ ଶିଘ୍ର ଯଦି ଏହି ଆବର୍ଜନା ସବୁକୁ ସଫା ନକରାଯାଏ ତେବେ ସେ ନିଜେ ଏ ସମସ୍ତ ଆବର୍ଜନାକୁ ଉଠାଇ ସମସ୍ତ ନେତା ମନ୍ତ୍ରୀଙ୍କ ଘର ଆଗରେ ପକାଇବେ । ଏନେଇ ଗୁରୁବାର ନିଜେ ଏହି ଅଳିଆ ମାନ ଟ୍ରାକ୍ଟରରେ ଉଠାଇ ମନ୍ତ୍ରୀଙ୍କ ଧର ଆଗରେ ପକାଉଥିବାବେଳେ ପୋଲିସ ତାଙ୍କ ଚାଲଣ କାଟିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.