ଅମରାବତୀ: ଧରାପୃଷ୍ଠରେ ବିରାଜମାନ କରିଛନ୍ତି ଗଣପତି। ଏନେଇ ସବୁଆଡ ଚଳଚଞ୍ଚଳ। ଭକ୍ତିମୟ ପରିବେଶରେ ଧୁମଧାମରେ ଚାଲିଛି ବାପ୍ପାଙ୍କ ପୂଜାଅର୍ଚ୍ଚନା। ତେବେ ଏହି ପୂଜାର ମାହୋଲରେ ଚାରଚାନ୍ଦ ଲଗାଇଦେଇଛି କାରିଗରଙ୍କ ବିଭିନ୍ନ ଡିଜାଇନର ଗଣେଶ ମୂର୍ତ୍ତି।
ଚଳିତବର୍ଷ ବିଭିନ୍ନ ସ୍ଥାନରେ କୌଣସି ବିଷୟ ବସ୍ତୁକୁ ଆଧାର କରି ଗଣେଶଙ୍କ ମୂର୍ତ୍ତିକୁ ଡିଜାଇନ କରାଯାଇଛି। କେଉଁଠି ଗଣେଶ ୱିଙ୍ଗକମାଣ୍ଡର ବେଶରେ ତ ଆଉ କେଉଁଠି ମହାକାଶରେ ପୂଜା ପାଇଛନ୍ତି ମୂଷିକରାଜ। ଯାହା ସମସ୍ତଙ୍କ ହୃଦୟକୁ କିଣି ନେଇଛି।
ହେଲେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ଯେଉଁ ଗଣେଷ ମୂର୍ତ୍ତି ନିର୍ମାଣ ହୋଇଛି ତାହା ଆପଣଙ୍କ ଦୃଷ୍ଟିକୁ ସବୁ ଗଣେଶ ମୂର୍ତ୍ତିରୁ ହଟାଇଦେବ। ଯେଉଁଥିରେ 1000ରୁ ଉର୍ଦ୍ଧ୍ବ ସଂଖ୍ୟକ ମୟୂର ପୁଚ୍ଛ ବ୍ୟବହାର କରାଯାଇଛି। ଏହି ଆକର୍ଷଣୀୟ ଗଣେଶ ମୂର୍ତ୍ତିଟି ଆନ୍ଧ୍ରପ୍ରଦେଶର ପାଲାକୋଣ୍ଡା କାପୁ ଭିଦ୍ଧି, ଶ୍ରୀକାକୁଲମ ଜିଲ୍ଲାରେ ନିର୍ମାଣ କରାଯାଇଛି। ଏହି ଗଣପତିଙ୍କ ମୂଲ୍ୟ 45 ହଜାର ରହିଛି।