ETV Bharat / bharat

ମୋଦିଙ୍କ ନିର୍ବାଚନୀ ସଭାକୁ ନେଇ ଆଲର୍ଟରେ ପୋଲିସ ମୁଖ୍ୟାଳୟ, ନିୟୋଜିତ ହେବେ 7 IPS ଓ 4 DSP - ବିହାର ନିର୍ବାଚନରେ ମୋଦିଙ୍କ ରଣନୀତି

ବିହାର ନିର୍ବାଚନକୁ ନେଇ ପ୍ରସ୍ତୁତ ହୋଇଛି ରଣନୀତି। ଆସନ୍ତା 23 ତାରିଖରେ ଜନସଭାକୁ ସମ୍ବୋଧିତ କରିବେ ପିଏମ ମୋଦି । ସୁରକ୍ଷାକୁ ନେଇ ତତ୍ପର ହୋଇ ଉଠିଛି ପାଟନା ପୋଲିସ। ଅଧିକ ପଢନ୍ତୁ...

ମୋଦିଙ୍କ ନିର୍ବାଚନୀ ସଭାକୁ ନେଇ ଆଲର୍ଟରେ ପୋଲିସ ମୁଖ୍ୟାଳୟ, 7 IPS ଓ 4 DSP ହେବେ ନିୟୋଜିତ

author img

By

Published : Oct 20, 2020, 9:57 AM IST

ପାଟନା: ଆଗକୁ ବିହାର ବିଧାନସଭା ନିର୍ବାଚନ । ଯାହାକୁ ନଜରରେ ରଖି ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅକ୍ଟୋବର 23 ତାରିଖରେ ମୋଦି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ସେହିପରି ଅକ୍ଟୋବର 28 ତାରିଖରେ ମୋଦି ପୁଣି 3ଟି ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଦରଭଙ୍ଗା ବିମାନ ବନ୍ଦ ନିକଟ ମୈଦାନରେ ସକାଳ 11ଟାରେ ଜନସଭା ହେବ । ଆଉ ସେଥିପାଇଁ ମୋଦିଙ୍କ ସୁରକ୍ଷାକୁ ନେଇ ତତ୍ପର ହୋଇ ଉଠିଛି ପାଟନା ପୋଲିସ ।

ମୋଦି ମିଥିଳା ଅଞ୍ଚଳର ଏନଡିଏ ପ୍ରାର୍ଥୀ ସପକ୍ଷରେ ଏକ ସାଧାରଣ ସଭା କରିବେ। ଏଥି ସହିତ ମୁଜାଫରପୁରର ପତାହି ବିମାନବନ୍ଦର ପଡିଆରେ ଦ୍ବିତୀୟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ରାତି 12:35 ରେ ଅନୁଷ୍ଠିତ ହେବ। ତୃତୀୟ ବୈଠକ ଅପରାହ୍ନ 2:30 ରେ ପାଟନାର ଭେଟେନାରି କଲେଜ କ୍ୟାମ୍ପସରେ ଅନୁଷ୍ଠିତ ହେବ। ଏଥିପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।

ଗଇନ୍ଦା ଏଜେନ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ନକ୍ସଲ ମାନେ ରହିବାର ସମ୍ଭାବନା ରହିଛି। ଯେଉଁଥିପାଇଁ ବିହାର ପୋଲିସ ମୁଖ୍ୟାଳୟରେ 7 ଆଇପିଏସ ଅଧିକାରୀ ଏବଂ 4 ଜଣ ଡିଏସପି ଙ୍କୁ ନିୟୋଜିତ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.