ପାଟଣା: କୋରୋନା ଭାଇରସ୍ ଟିକା ପରୀକ୍ଷା ପରିଚାଳନା ପାଇଁ ଆଇସିଏମଆର୍ ଦ୍ୱାରା ମନୋନୀତ 12ଟି ଅନୁଷ୍ଠାନ ମଧ୍ୟରେ ପାଟଣା ସ୍ଥିତ ଏମ୍ସ ଅନ୍ୟତମ। ତେବେ ଭ୍ୟାକ୍ସିନ ପାଇଁ ମନୋନୀତ ସମସ୍ତ କେନ୍ଦ୍ର ପ୍ରସ୍ତୁତି ପ୍ରକିୟାରେ ଲାଗିପଡିଥିବା ବେଳେ ସୋମବାର ପାଟଣା ସ୍ଥିତ ଏମ୍ସ କୋରୋନାଭାଇରସ୍ ଟିକାର ହ୍ୟୁମାନ ଟ୍ରାଏଲ ଆରମ୍ଭ କରିବ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ମନୋନୀତ 18 ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ପରୀକ୍ଷଣ କରାଯିବ ବୋଲି ମେଡିକାଲ ପକ୍ଷରୁ ସୂଚନା ମିଳିଛି।
ଏହି ପରୀକ୍ଷଣରେ ଭାଗ ନେବାକୁ ଅନେକ ଲୋକ ଡାକ୍ତରଖାନା ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ଏହି ପ୍ରକ୍ରିୟା ପାଇଁ 18 ରୁ 55 ବର୍ଷ ବୟସର କେବଳ 18 ଜଣଙ୍କୁ ଚୟନ କରାଯାଇଛି। ମନୋନୀତ ସ୍ବେଚ୍ଛାସେବୀମାନେ ପ୍ରଥମେ ସୋମବାର ଏକ ମେଡିକାଲ୍ ଚେକ୍ ଅପ୍ କରିବେ ଏବଂ ସେମାନଙ୍କର ରିପୋର୍ଟକୁ ଦେଖିବା ପରେ ପରୀକ୍ଷଣ ଆରମ୍ଭ କରାଯିବ।
ଆଇସିଏମଆର ନିର୍ଦ୍ଦେଶାବଳୀ ଅନୁଯାୟୀ, ଟିକାର ପ୍ରଥମ ମାତ୍ରା କେବଳ ସେହିମାନଙ୍କୁ ଦିଆଯିବ ଯାହାର ରିପୋର୍ଟ ଉତ୍ତମ ରହିବ। ଟିକାର ପ୍ରଥମ ଡୋଜ୍ ପରେ ରୋଗୀକୁ 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବେ ଏବଂ ପରେ ସେମାନଙ୍କୁ ଘରକୁ ପଠାଯିବ । ପରୀକ୍ଷା ପ୍ରକ୍ରିୟା ସମାପ୍ତ କରିବାକୁ ରୋଗୀଙ୍କୁ ମୋଟ ତିନିଥର ଇଞ୍ଜେକ୍ସନ ଦିଆଯିବ।
କୋରୋନା ଭ୍ୟାକ୍ସିନ ପାଇଁ ସମସ୍ତେ ଅପେକ୍ଷାରେ ରହିଛନ୍ତି। କେବେ ଆସିବ ଔଷଧ ଏବଂ ଭାଇରସ କବଳରୁ ମିଳିବ ନିସ୍ତାର। ଏହା ଭିତରେ ଋଷ ଗତକାଲି ଏକ ଆଶ୍ବସ୍ତିକର ଖବର ଦେଇଛି। କୋରୋନା ଭ୍ୟାକ୍ସିନର ହ୍ୟୁମାନ ଟ୍ରାଏଲ ସଫଳ ହୋଇଥିବା ସୂଚନା ମିଳିଛି। ଏହାସହ ଟିକା ନେଇଥିବା ଆକ୍ରାନ୍ତ ବ୍ୟକ୍ତି ଜଣକ ସୁସ୍ଥ ହୋଇଥିବା ସୂଚନା ମିଳିଛି।