ETV Bharat / bharat

‘କ୍ବାରେଣ୍ଟାଇନରେ ରହିବେ ଗୋଆ ଆସୁଥିବା ଯାତ୍ରୀ’

author img

By

Published : May 14, 2020, 12:26 PM IST

ଗୋଆ ଏବେ ସମ୍ପୂର୍ଣ୍ଣ କୋରୋନା ମୁକ୍ତ ରହିଛି । ହେଲେ ଆଗକୁ ଯେପରି ଏହିଭଳି ସୁରକ୍ଷିତ ଓ ବିପଦ ମୁକ୍ତ ରୁହେ ସେନେଇ ସଜାଗ ରହିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ଟ୍ରେନ ଓ ପ୍ଲେନରେ ଗୋଆ ଆସୁଥିବା ଯାତ୍ରୀ କ୍ବାରେଣ୍ଟାଇନରେ ରହିବେ

ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ କହିଛନ୍ତି ଯେ, ଯେଉଁ ଲୋକମାନେ ବିଶେଷ ଟ୍ରେନ ଏବଂ ବିମାନ ଦ୍ବାରା ରାଜ୍ୟକୁ ଆସୁଛନ୍ତି ସେମାନେ 14 ଦିନ ପାଇଁ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ଏହି ନିୟମ ଅନ୍ୟ ରାଜ୍ୟର ଲୋକ ଯେଉଁ ମାନେ ଗୋଆକୁ ବୁଲିବାକୁ ଆସିବେ ସେମାନଙ୍କ ଉପରେ ମଧ୍ୟ ଲାଗୁ ହେବ । ସାୱନ୍ତ କହିଛନ୍ତି ଯେ, ଆସନ୍ତା 15 ତାରିଖରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ରାଜ୍ୟକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ସେମାନେ ପୃଥକ ରହିବା ପାଇଁ ନିଜର ବାସସ୍ଥାନର ବ୍ୟବସ୍ଥା କରିବାକୁ ପଡ଼ିବ ।

ସିଏମ କହିଛନ୍ତି ଯେ, ଗୋଆକୁ ଆସୁଥିବା ଲୋକମାନେ 14 ଦିନ ପାଇଁ ହୋଟେଲ ରୁମ ଭିତରେ ରହିବାକୁ ପଡିବ । କୋରୋନା ପାଇଁ ବନ୍ଦ ରଖାଯାଇଥିବା ସମୁଦ୍ର କୂଳରେ ସେମାନେ ପ୍ରବେଶ କରିପାରିବେ ନାହିଁ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ମଡଗାଁଓ ଷ୍ଟେସନରେ ଟ୍ରେନରେ ପହଞ୍ଚୁଥିବା ସମସ୍ତ ଲୋକଙ୍କୁ ସ୍ବତନ୍ତ୍ର ବସ ଯୋଗେ ଫତୋର୍ଦା ଷ୍ଟାଡିୟମ ନିଆଯିବ । ସେଠାରେ ସେମାନଙ୍କର କୋଭିଡ-19 ପରୀକ୍ଷା ହେବ । ରିପୋର୍ଟ ଆସିବା ପରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାଛଡା ସେ କହିଛନ୍ତି, ବିମାନରେ ଆସୁଥିବା ଲୋକଙ୍କୁ ବିମାନବନ୍ଦରରେ ହିଁ ପରୀକ୍ଷା କରାଯିବ। ସମାନ ମୋରମୁଗାଓଁ ପୋର୍ଟ ଟ୍ରଷ୍ଟ (MPT) ଦ୍ବାରା ଏଭଳି ବ୍ୟବସ୍ଥା କରାଯାଇଛି । ଯେଉଁଠି ଲୋକମାନେ ଜାହାଜରେ ପହଞ୍ଚିବା ଲୋକଙ୍କୁ ଯାଞ୍ଚ ପରେ ବାହାରକୁ ଯିବାର ଅନୁମତି ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.