ETV Bharat / bharat

ଜୌନପୁର ବଦଳରେ ବାରାଣାସୀ ପହଞ୍ଚିଲା ଶ୍ରମିକ ଟ୍ରେନ, ରେଳ ଧାରଣାରେ ଯାତ୍ରୀଙ୍କ ହଙ୍ଗାମା - ଜୌନପୁର ବଦଳରେ ବାରାଣାସୀ ପହଞ୍ଚିଲା ଶ୍ରମିକ ଟ୍ରେନ

ଶ୍ରମିକଙ୍କ ଘରକୁ ଯିବା ପାଇଁ ସରକାର ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରିଛନ୍ତି ମାତ୍ର କେତେକ ସ୍ଥାନରେ ଏସବୁରେ ଅନିୟମିତତା ଶ୍ରମିକଙ୍କ ବୋଝ ଉପରେ ନଳିତାବିଡା ସଦୃଶ୍ୟ । ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ କେତେକ ଷ୍ଟେସନରେ ଟ୍ରେନ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି ।

passenger creat ruckus over delay
ଜୌନପୁର ବଦଳରେ ବାରାଣାସୀ ପହଞ୍ଚିଲା ଶ୍ରମିକ ଟ୍ରେନ
author img

By

Published : May 23, 2020, 10:29 AM IST

ନୂଆଦିଲ୍ଲୀ: ଲକଡାଉନ୍ ମଧ୍ୟରେ ଶ୍ରମିକଙ୍କ ଦୁଃଖ ସରିବାର ନା ନେଉନି । ଶ୍ରମିକଙ୍କ ଘରକୁ ଯିବା ପାଇଁ ସରକାର ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରିଛନ୍ତି ମାତ୍ର କେତେକ ସ୍ଥାନରେ ଏସବୁରେ ଅନିୟମିତତା ଶ୍ରମିକଙ୍କ ବୋଝ ଉପରେ ନଳିତାବିଡା ସଦୃଶ୍ୟ । ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ କେତେକ ଷ୍ଟେସନରେ ଟ୍ରେନ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି ।

ଶୁକ୍ରବାର ବାରାଣାସୀ ଓ ଡିଡିୟୁ ଜଙ୍କସନ ମଧ୍ୟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଯେତେବେଳେ ଟ୍ରେନ୍ ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ସେତେବେଳେ ଶହ ଶହ ଶ୍ରମିକ ରେଳ ଧାରଣା ଉପରକୁ ଉଠି ଆସିଥିଲେ ଓ ଏହାର ପ୍ରତିବାଦ କରିଥିଲେ । କେବଳ ଏତିକି ନୁହେଁ, ଶହ ଶହ ସଂଖ୍ୟାରେ ଶ୍ରମିକ ଅନ୍ୟ ଟ୍ରାକରେ ଆସୁଥିବା ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ପ୍ରକାଶଥାଉକି, ଏକ ସ୍ବତନ୍ତ୍ର ଟ୍ରେନ୍ ଶହ ଶହ ଶ୍ରମିକଙ୍କ ସହ ମହାରାଷ୍ଟ୍ରର ପନୱେଲରୁ ଜୌନପୁର ଅଭିମୁଖେ ଯାତ୍ରା କରିଥିଲା ​। ଜୌନପୁର ଯିବାକୁ ଥିବା ଟ୍ରେନ୍ ଥିଲା ମାତ୍ର ଏହି ଟ୍ରେନ୍ ଜୌନପୁର ପରିବର୍ତ୍ତେ ଦୀନଦୟାଲ ଜଙ୍କସନରେ ପହଞ୍ଚିଥିଲା ।

ଶ୍ରମିକଙ୍କ କହିବାନୁସାରେ, କାଶୀ ଷ୍ଟେସନରେ ଟ୍ରେନକୁ ପ୍ରାୟ 6 ଘଣ୍ଟା ଅଟକାଯାଇଥିଲା । ଏହାପରେ କାଶୀ ଓ ଦିନଦୟାଲ ମଧ୍ୟରେ ଥିବା ଏକ ଛୋଟ ଷ୍ଟେସନ ବ୍ୟାସନଗଗରେ ଟ୍ରେନକୁ ଦେଢ ଘଣ୍ଟା ରଖାଗଲା । ଏହାକୁ ନେଇ ବ୍ୟାସନଗର ରେଳ ଷ୍ଟେସନରେ ଶ୍ରମିକମାନେ ଆନ୍ଦୋଳନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.