ETV Bharat / bharat

ସଂସଦ ଅଧିବେଶନ; ରାଜ୍ୟସଭାରେ ଆଗତ ହେବ ତିନୋଟି ବିଲ୍‌

author img

By

Published : Feb 2, 2021, 8:43 AM IST

ଆଜି ରାଜ୍ୟସଭାରେ ଆଗତ ହେବ ତିନୋଟି ବିଲ୍‌ । ସକାଳ 9ଟାରୁ 2ଟା ଯାଏ ଚାଲିବ ଗୃହକାର୍ଯ୍ୟ । ଅଧିକ ପଢନ୍ତୁ...

ସଂସଦ ଅଧିବେଶନ
ସଂସଦ ଅଧିବେଶନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ବଜେଟ ଆଗତ କରିବା ପରେ ଆଜିଠାରୁ ସଂସଦର ଉଭୟ ଗୃହର କାର୍ଯ୍ୟ ଆରମ୍ଭ ହେବ । ସକାଳ 9ଟାରୁ 2ଟା ଯାଏ ରାଜ୍ୟସଭାର ଗୃହକାର୍ଯ୍ୟ ଚାଲିବ । ସେହିପରି ଦିନ 4ଟାରୁ ରାତି 9ଟା ଯାଏ ଲୋକସଭା ଚାଲିବ ବୋଲି ଜଣାପଡିଛି ।

ତେବେ ଏହି ଅବସରରେ ରାଜ୍ୟସଭାରେ 3ଟି ବିଲ ଆଗତ ହେବ । ବୃହତ ବନ୍ଦର କର୍ତ୍ତୃପକ୍ଷ ବିଲ୍‌, ଡାକ୍ତରୀ ଭାବେ ଗର୍ଭସ୍ରାବ ସଂଶୋଧନ ବିଲ୍‌ ଓ ସ୍ବାସ୍ଥ୍ୟସେବା ବୃତ୍ତିର ଲୋକଙ୍କ ପାଇଁ ଜାତୀୟ କମିସନ ବିଲ୍‌ ଆସିବ ବୋଲି ସୂଚନା ମିଳିଛି ।

ସୂଚନାଥାଉକି, ଚଳିତ ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଜାନୁଆରୀ 29ରୁ ଫେବୃଆରୀ 15 ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 8ରୁ ଅପ୍ରେଲ 8 ତାରିଖ ଯାଏ ଚାଲିବ । କୋରୋନାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ ଅଧିବେଶନ 4 ଘଣ୍ଟା ଚାଲିବ । ଏହି ସମୟରେ କୋଭିଡ୍‌ର ସମସ୍ତ ଗାଇଡଲାଇନ ପାଳନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.