ETV Bharat / bharat

ରାଜ୍ୟସଭାରେ ଗର୍ଜିଲେ ମୋଦି; ବିକାଶ କଥା କହିଲେ, ବିରୋଧୀଙ୍କୁ ଛିଗୁଲେଇଲେ - ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବରେ ନିଜ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କେଉଁ ପ୍ରସଙ୍ଗ ଉଠାଇଲେ ? ଦେଶବାସୀଙ୍କୁ କ’ଣ କହିଲେ ପଢନ୍ତୁ...

pm narendra modi
pm narendra modi
author img

By

Published : Feb 6, 2020, 9:39 PM IST

ନୂଆଦିଲ୍ଲୀ: ବଜେଟ ଅଧିବେଶନ ପୂର୍ବରୁ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧନ କରିଥିଲେ । ପରେ ଫେବୃୟାରୀ ପହିଲାରେ 2020-2021 ଆର୍ଥିକ ବର୍ଷର ବଜେଟ ଆଗତ ପରେ ଏବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲା । ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଲୋକସଭା ପରେ ରାଜ୍ୟସଭାକୁ ସମ୍ବୋଧନ କରିଛନ୍ତି । ରାଜ୍ୟସଭାରେ ଅଭିଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ ଲୋକତନ୍ତ୍ରର ତାକତ ଯୋଗୁଁ ଆମ ସଂସଦରରେ ବହୁତ ଭଲ କାମ ହେଉଛି । ଏହା ସମସ୍ତ ସାଂସଦଙ୍କ ପାଇଁ ସମ୍ଭବ ହେଉଛି ବୋଲି ମୋଦି କହିଛନ୍ତି । ଯେଉଁଥି ପାଇଁ ସମସ୍ତ ସାଂସଦଙ୍କୁ ମୋଦି ଅଭିନନ୍ଦନ ଜଣାଇଥିଲେ । ପରେ ବିରୋଧୀଙ୍କୁ ଆକ୍ରମଣ କରି ମୋଦି ନିଜ ଭାଷଣ ଆରମ୍ଭ କରିଥିଲେ ।

ରାଜ୍ୟସଭାରେ ଗର୍ଜିଲେ ପ୍ରଧାନମନ୍ତ୍ରୀ

ମୋର ବିଶ୍ବାସ ଥିଲା, ଆପଣ ମାନେ (ବିରୋଧୀ) ନୂଆ ଦଶକରେ ବି ନିରାଶ କରିବେ । ଏମିତିକି ଆପଣଙ୍କ ଚିନ୍ତା ଭାବନା ଯେଉଁଠି ଥିଲା ସେଇଠି ଅଛି । କିଛି ପରିବର୍ତ୍ତନ ହୋଇନାହିଁ । ଆପଣ ମାନେ (ବିରୋଧୀ) ଆଗକୁ ବଢିବା ପରିବର୍ତ୍ତେ ଯେଉଁଠି ଥିଲେ ସେହିଠାରୁ ପଛକୁ ଫେରୁଛନ୍ତି ।

ଜମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ରାଜ୍ୟ କରିବା ଉପରେ ଗୁଲାମ ନବୀ ଆଜାଦ କରିଥିବା ଅଭିଯୋଗର ଜବାବ ଦେଇ ମୋଦି କହିଛନ୍ତି, ଆଜାଦ ଯେଉଁ ଅଭିଯୋଗ କରିଛନ୍ତି ସେମିତି ହୋଇନାହିଁ । ଦେଶରେ ପୂରା ଚର୍ଚ୍ଚା ହେଲା । ଗଣମାଧ୍ୟମରେ ବିତର୍କ ହେଲା । ଏହା ପରେ ସଂସଦରେ ଏହାର ନିର୍ଣ୍ଣୟ ନେଲା । ମୋଦି ଗୁଲାମ ନବୀ ଆଜାଦଙ୍କୁ ସ୍ମରଣ କରାଇବା ଉଦ୍ଦେଶ୍ୟରେ କହିଥିଲେ ଯେତେବେଳେ ଦେଶର ଏକ ପୂର୍ଣ୍ଣ ରାଜ୍ୟକୁ ଭାଗ କରି ତେଲେଙ୍ଗାନା ପ୍ରଦେଶ ହୋଇଥିଲା ସେତେବେଳେ କଣ ହୋଇଥିଲା ? ସେତେବେଳେ ସଂସଦର ଅବସ୍ଥା କଣ ଥିଲା । ଟେଲିଭିଜନ ବନ୍ଦ ଥିଲା । ଆଲୋଚନା ହୋଇନଥିଲା । ଯେଉଁ ସମୟରେ ତେଲେଙ୍ଗାନ ପୁର୍ନଗଠନ ବିଲ ପାସ ହୋଇଥିଲା । ସେହି ସମୟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ ଲୋକତନ୍ତ୍ରକୁ କ୍ଷତି ପହଞ୍ଚିଲା ।

ପରେ କାଶ୍ମୀର ପ୍ରସଙ୍ଗ ଉଠାଇ ମୋଦି କହିଥିଲେ ଆମେ ଯାହା ବି ନିଷ୍ପତ୍ତି ନେଇଛୁ ସଂସଦରେ ଆଲୋଚନା କରି ନେଇଛୁ । ଏବେ ପ୍ରଥମ ଥର କାଶ୍ମୀରବାସୀଙ୍କୁ ସଂରକ୍ଷଣ ମିଳିଲା । କାଶ୍ମୀର ଝିଅ ଏବେ ଦେଶର ଯେଉଁ ପ୍ରାନ୍ତରେ ବିବାହ କଲେ ମଧ୍ୟ ନିଜର ସମ୍ପତ୍ତି ହରାଇବାକୁ ପଡିବ ନାହିଁ । ପ୍ରଥମ ଥର କାଶ୍ମୀର ମହିଳାଙ୍କୁ ଏହି ଅଧିକାର ମିଳିଛି । ଏହାସହ ମୋଦି ବିରୋଧୀଙ୍କୁ ଜବାବ ଦେଇ କହିଛନ୍ତି ପ୍ରଥମ ଥର ବିଛିନ୍ନତାବାଦୀ ନେତାଙ୍କୁ ମିଳୁଥିବା ପାଣ୍ଠି ଉପରେ ରୋକ ଲାଗିଛି । କାଶ୍ମୀର ପୋଲିସକୁ ସେହି ଲାଭ ମିଳିଛି ଯେଉଁ ସୁବିଧା ସୁଯୋଗ ଦେଶର ଅନ୍ୟ ପୋଲିସକୁ ମିଳୁଛି । ରାଜ୍ୟପାଳ ଶାସନ ଲାଗୁହେବାର 18 ମାସ ପରେ କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ହୋଇଛି । 18 ମାସରେ 2.5 ଲକ୍ଷ ଶୌଚାଳୟ ନିର୍ମାଣ ହୋଇଛି । ଫେବୃୟାରୀରୁ ପେନସନ ସ୍କିମ ଲାଗୁ ହେଇଛି । କାଶ୍ମୀରରେ 24 ହଜାର କୋଠା ଘର ନିର୍ମାଣ ହୋଇଛି ।

ସେହିପରି ନର୍ଥ ଇଷ୍ଟରେ ହିଂସା ସମାପ୍ତ ହୋଇଛି । 25 ରୁ 30 ବର୍ଷ ହେଲା ‘ବ୍ରୁ ଜନଜାତି’ ଙ୍କ ସମସ୍ୟା ସମାଧାନ ହୋଇପାରିଛି । 30 ହଜାର ଲୋକ ଅସୁରକ୍ଷିତ ଜୀବନ ଯାପନ କରୁଥିଲେ । ବ୍ରୁ ଜନଜାତି ଙ୍କ ଦୁଃଖ ଅସୀମିତ ଥିଲା । ହେଲେ ତାଙ୍କ ଭୋଟ ସୀମିତ ଥିଲା, ଯେଉଁ କାରଣ ପାଇଁ ତାଙ୍କୁ ଏହି ଅକଥନୀୟ ନିର୍ଯ୍ୟାତନା ଭୋଗିବାକୁ ପଡୁଥିଲା ବୋଲି ମୋଦି କହିଛନ୍ତି ।

100 ରୁ ଅଧିକ ଲୋକ 3 ଦଶକ ଧରି ଝୁମ୍ପୁଡିରେ ବସବାସ କରୁଥିଲେ । ସେମାନଙ୍କର ଏହା ଭୁଲ ନଥିଲା । ଯଦି କଂଗ୍ରେସ ମିଜୋରାମ ଓ ଅନ୍ୟରାଜ୍ୟରେ ଚାହିଁଥାନ୍ତା ଏହିସବୁ ସମସ୍ୟା ସମାଧାନ କରିପାରିଥାନ୍ତା । କିନ୍ତୁ କଂଗ୍ରେସ ଭୋଟ ବ୍ୟାଙ୍କ ପାଇଁ ଏହିସବୁ ସମସ୍ୟାକୁ ଅଣଦେଖା କରିଥିଲା । ଆମ ସରକାର ଆଜି ଏହି ସବୁ ସମସ୍ୟାର ସ୍ଥାୟୀ ସମାଧାନ କରିଛି । ଆମେ ସବକା ସାଥ, ସବକା ବିଶ୍ବାସ ମନ୍ତ୍ରରେ କାର୍ଯ୍ୟ କରୁଛୁ । ବଡ ସମସ୍ୟାକୁ ସମାଧାନ ପାଇଁ ପରିଶ୍ରମ କରୁଛୁ । ଛୋଟ ଭାବନା କେବେବି ଆପଣଙ୍କ ସାଥ ଦେବ ନାହିଁ । ନିରାଶାବାଦ ଓ ନିରାଶ ଆମର ସାହାଯ୍ୟ କରିବ ନାହିଁ । ଦେଶକୁ ଆଗକୁ ନେବାକୁ ହେଲେ ବଡ ଭାବନା ସହ ବଡ ଚିନ୍ତା କରିବାକୁ ପଡିବ ।

ସମ୍ବୋଧନ ଅବସରରେ ମୋଦି ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ମଧ୍ୟ ନିଜ ବକ୍ତବ୍ୟ ରଖିଛନ୍ତି । ଆମେ ପାଞ୍ଚ ଟ୍ରିଲିଅନ ଡଲାର ଅର୍ଥ ବ୍ୟବସ୍ଥା ହାସଲ କରିବା ଦିଗରେ ଅଗ୍ରସର ହେଉଛୁ । ଉଦ୍ଦେଶ୍ୟ ମହତଙ୍କାକ୍ଷୀ, କିନ୍ତୁ ଆମକୁ ବଡ ଚିନ୍ତା କରିବାକୁ ହେବ । ସଂସଦରେ ଅର୍ଥ ବ୍ୟବସ୍ଥାକୁ ନେଇ ବହୁତ ଚର୍ଚ୍ଚା ହେଉଛି । ଦେଶବାସୀ ନିରାଶ ହେବାର କୌଣସି କାରଣ ନାହିଁ । ଅର୍ଥ ବ୍ୟବସ୍ଥା ଆଜି ମଧ୍ୟ ଶକ୍ତିଶାଳୀ ଅଛି । ଆଗକୁ ବଢିବାର କ୍ଷମତା ରଖୁଛି । ନିରାଶାଭାବ ଦେଶର ମଙ୍ଗଳ କେବେ କରିବ ନାହିଁ । ତେଣୁ ଆମେ ପାଞ୍ଚ ଟ୍ରିଲିଅନ ଡଲାର ଅର୍ଥ ବ୍ୟବସ୍ଥା କୁହୁଛୁ । ଯାହାର ପରିଣାମ ଏହାକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ମଧ୍ୟ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା କହିବାକୁ ପଡୁଛି । ଅନ୍ତତଃ ତାଙ୍କର ମାନସିକତା ତ ପରିବର୍ତ୍ତନ ହୋଇଛି ।

ଏହାସହ ମୋଦି ଏନପିଆର କୁ ନେଇ ମଧ୍ୟ ନିଜ ବକ୍ତବ୍ୟ ପୁଣିଥରେ ଦୋହରାଇଛନ୍ତି । ଜଣଗଣନା (ଏନପିଆର) କାର୍ଯ୍ୟକ୍ରମ ପୂର୍ବରୁ ମଧ୍ୟ ହୋଇଛି । ଯେଉଁମାନେ 2010ରେ ଏନପିଆର ଆଣିଥିଲେ ସେମାନେ ଆଜି ଏହାକୁ ନେଇ ମିଛ ପ୍ରଚାର କରୁଛନ୍ତି । କଂଗ୍ରେସ ଓ କଂଗ୍ରେସ ସହଯୋଗୀ ଦଳମାନେ ଦେଶର ରାଷ୍ଟ୍ର ନିର୍ମାତାଙ୍କୁ ମଧ୍ୟ ରାଜନୀତି ପାଇଁ ଭୁଲି ଯାଇଛନ୍ତି । ମୋଦି ବିରୋଧୀଙ୍କ ଉପର ପ୍ରଚଣ୍ଡ ହମଲା କରି କହିଛନ୍ତି ବିରୋଧୀଙ୍କୁ ସଂଖ୍ୟାଲଘୁ ଶବ୍ଦ ପ୍ରତି ବହୁତ ପ୍ୟାର ଅଛି । କିନ୍ତୁ କାହିଁକି ପଡୋଶୀ ଦେଶର ସଂଖ୍ୟାଲଘୁଙ୍କୁ ବିରୋଧ କରୁଛନ୍ତି ? ରାଜ୍ୟସଭାରେ ମୋଦି ଲାଲ ବାହାଦୁର ଶାସ୍ତ୍ରୀ, ରାମ ମନୋହର ଲୋହିଆ ଏବଂ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ବକ୍ତବ୍ୟକୁ ଉଦ୍ଧାର କରି କହିଥିଲେ ଏହି ଦିଗଜ୍ଜମାନେ ପଡୋଶୀ ଦେଶର ହିନ୍ଦୁଙ୍କ କଲ୍ୟାଣ କଥା କହିଥିଲେ । ଏହାକୁ ବି କଣ, ସାମ୍ପ୍ରଦାୟିକ କୁହାଯିବ?

ନିଜ ବକ୍ତବ୍ୟରେ ମୋଦି ଏନଆରସିକୁ ମଧ୍ୟ ସ୍ଥାନ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ହିଂସାକୁ ପ୍ରଦର୍ଶନ ରୂପେ ରୂପାନ୍ତରିତ କରାଯାଇଛି । ଏହି ପ୍ରସଙ୍ଗରେ କଂଗ୍ରେସର ମାନସିକ କଣ ସେମାନେ ବୁଝିପାରୁଛନ୍ତି । କେରଳ ମୁଖ୍ୟମନ୍ତ୍ରୀ କହୁଛନ୍ତି ସିଏଏ ବିରୋଧରେ ହେଉଥିବା ପ୍ରଦର୍ଶନରେ ଚରମପନ୍ଥୀଙ୍କ ହାତ ଅଛି । ସେ ଏହି ଚରମପନ୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ କହୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି କେରଳରେ ଯେଉଁ ପ୍ରସଙ୍ଗକୁ ବିରୋଧ କରୁଛନ୍ତି ଦିଲ୍ଲୀରେ ସେହି ପ୍ରସଙ୍ଗକୁ ସମର୍ଥନ କରୁଛନ୍ତି । ବିରୋଧଙ୍କୁ ଅନୁରୋଧ କରି କହିଛନ୍ତି ସିଏଏ ପ୍ରସଙ୍ଗରେ ଦେଶବାସୀଙ୍କୁ ବିରୋଧୀ ମିଛ କହିବା ବଦଳରେ ସତ ଜଣାନ୍ତୁ ।

ଜିଏସଟି ପ୍ରସଙ୍ଗରେ ମୋଦି କହିଥିଲେ ଜିଏସଟି ଦେଶର ସଂଘୀୟ ଢାଞ୍ଚାର ବଡ ଉପଲବ୍ଧି । ଏବେ ରାଜ୍ୟମାନଙ୍କର ଭାବନ ଏଥିରେ ପ୍ରସ୍ଫୁଟିତ ହେଉଛି । ଜିଏସଟିରେ ଯେତେବେଳେ ଯେଉଁଠି ଯାହା ଆବଶ୍ୟକ ସେଥିରେ ପରିବର୍ତ୍ତନ ହେବା ଦରକାର । ଆଜି ଦେଶର ଛୋଟ ଛୋଟ ସହରରେ ଡିଜିଟାଲ କାରବାର ବୃଦ୍ଧି ପାଉଛି । ଅନ୍ୟପଟେ ଉଡାନ ଯୋଜନା ମାଧ୍ୟମରେ ଦେଶରେ 250 ନୂଆ ରୁଟ ଆରମ୍ଭ ହୋଇଛି । ଏହି କ୍ଷେତ୍ରରେ ଦୃତ ଅଭିବୃଦ୍ଧି ହେଉଛି । ପୂର୍ବରୁ ଆମ ପାଖରେ 65 କାର୍ଯ୍ୟକ୍ଷମ ଏୟାରପୋର୍ଟ ଥିଲା, ଆଜି ଏହା 100ରେ ପହଞ୍ଚିଛି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଉପରେ ଅସନ୍ତୁଷ୍ଟ ବ୍ୟକ୍ତ କରି ବିରୋଧୀ କଂଗ୍ରେସ, ଏସପି, ବାମଦଳ ଓ ଡିଏମକେ କକ୍ଷତ୍ୟାଗ କରିଥିଲେ ।

ସୌଜନ୍ୟ- ରାଜ୍ୟସଭା

Intro:Body:

jkjkjkjkjk

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.