ETV Bharat / bharat

ସଂସଦ ଭବନ ହେବ ଆଧୁନିକରଣ; 250 ବର୍ଷ ପର୍ଯ୍ୟନ୍ତ ରହିବ ସୁରକ୍ଷିତ - ଏଚସିପି କମ୍ପାନୀ

ଭାରତୀୟ ଗଣତନ୍ତ୍ର ମନ୍ଦିରର ହେବ ଆଧୁନିକରଣ। ସଂସଦ ଭବନକୁ ସୁରକ୍ଷିତ ଏବଂ ସୁସଜ୍ଜିତ କରାଯିବ। 3 ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ।

ଫାଇଲ ଫଟୋ
author img

By

Published : Oct 26, 2019, 10:20 AM IST

ଭୁବନେଶ୍ବର: ସଂସଦ ଭବନ ପାଇବ ନୂଆ ରୂପ । ଏହା ସହିତ ଦେଶର ରାଜଧାନୀ ଦିଲ୍ଲୀକୁ ମଧ୍ୟ ଆଧୁନିକ କରାଯିବ । ସଂସଦ ଭବନକୁ ନୂଆ ରୂପ ଦେବା ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି । ସଂସଦ ଭବନ ନିର୍ମାଣରେ ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରାଯିବ । ଏହାସହ ଭୂମିକମ୍ପ ଏବଂ ଅଗ୍ନିନିରୋଧକ ସହ ସାଇବର ଆକ୍ରମଣକୁ ପ୍ରତିହତ କରିବାର କ୍ଷମତା ରଖିବ ଏହି ନୂତନ ଆଧୁନିକୀକରଣ ବ୍ୟବସ୍ଥା ।

ଏହି ନିର୍ମାଣ ପାଇଁ ଢାଞ୍ଚାଗତ ସହାୟତା ଓ ନିର୍ମାଣ ଶୈଳୀ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । । କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, ସଂସଦର ବାହ୍ୟ ପାର୍ଶ୍ବରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହି ଆଧୁନିକ କାର୍ଯ୍ୟ ପାଇଁ ଗୁଜୁରାଟ ସ୍ଥିତ ଏଚସିପି କମ୍ପାନୀ ଏଥିପାଇଁ ଡିଜାଇନ ପ୍ରସ୍ତୁତ ଓ ବାସ୍ତୁ ପରାମର୍ଶ ସହାୟତା କରିବ । ଟେଣ୍ଡର ମାଧ୍ୟମରେ ଏହି କମ୍ପାନୀକୁ ଚୟନ କରାଯାଇଛି । ଏହି ଆଧୁନିକ କାର୍ଯ୍ୟପାଇଁ 250କୋଟି ଟଙ୍କା ଖର୍ଚ୍ଚ ହେବ । 2020 ମେ ମାସ ସୁଦ୍ଧା ଟେଣ୍ଡର ପାଇଥିବା କମ୍ପାନୀକୁ କର୍ଯ୍ୟାଦେଶ ନିର୍ଦ୍ଦେଶ ଦିଆଯିବ ଏବଂ 2022 ମାର୍ଚ୍ଚ ସୁଦ୍ଧା କାର୍ଯ୍ୟ ଶେଷହେବ। ଏହି ଆଧୁନିକୀକରଣ ଆଗାମୀ 250 ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବା ସହ ସଂସଦର ଆବଶ୍ୟକତା ପୂରଣ କରିବ।

ଉକ୍ତ ଆଧୁନିକୀକରଣରେ ଏକ ନୂତନ କେନ୍ଦ୍ରୀୟ ସଚିବାଳୟ ମଧ୍ୟ ନିର୍ମାଣ କରାଯିବ । କାରଣ ବର୍ତ୍ତମାନ ଅନେକ ଗୁଡିଏ ସରକାରୀ ବିଭାଗ ଏନସିଆର ଅଞ୍ଚଳରେ କାର୍ଯ୍ୟକରୁଛି । ଫଳରେ ପ୍ରତି ମାସ ଭଡା ବାବଦକୁ ରାଜକୋଷରୁ 1ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.