ETV Bharat / bharat

ପବଜି ନିଶାରୁ ପିଲାଙ୍କୁ ମୁକ୍ତ କରିପାରିବେ ଅଭିଭାବକ

ଚୀନ ଉପରେ ଭାରତର ତୃତୀୟ ଡିଜିଟାଲ ଷ୍ଟ୍ରାଇକ । ବୁଧବାର ଭାରତ ସରକାର ଆଉ 118ଟି ଆପ ବ୍ୟାନ କରିଛନ୍ତି । ଯେଉଁଥିରେ ରହିଛି ଲୋକପ୍ରିୟ ଗେମିଂ ଆପ୍ ପବଜି । ତେବେ ଏହି ଆପ ବ୍ୟାନ ହେବା ପରେ ଯୁବପୀଢିଙ୍କୁ ଅଭିଭାବକଙ୍କ ସହଯୋଗ ଜରୁରୀ ହୋଇପଡିଛି ।

author img

By

Published : Sep 3, 2020, 4:51 PM IST

Pubg, effect of pubg on youngsters, Psychiatrist, pubg ban, pubg banned in india, ପବଜି, ଯୁବପିଢିଙ୍କ ପବଜି ନିଶା, ମନସ୍ତତ୍ତ୍ବବିଦ୍‌, ପବଜି ବ୍ୟାନ, ଭାରତରେ ପବଜି ବ୍ୟାନ
ପବଜି ନିଶାରୁ ପିଲାଙ୍କୁ ମୁକ୍ତ କରିପାରିବେ ଅଭିଭାବକ

ବେଙ୍ଗାଲୁରୁ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ବୁଧବାର ଭାରତ ପକ୍ଷରୁ ହୋଇଛି ତୃତୀୟ ଡିଜିଟାଲ ଷ୍ଟ୍ରାଇକ । ପୂର୍ବରୁ ହୋଇଥିବା ଦୁଇ ଡିଜିଟାଲ ଷ୍ଟ୍ରାଇକରେ 106ଟି ଚୀନ ଆପ୍‌କୁ ବ୍ୟାନ କରାଯାଇଥିବା ବେଳେ ବୁଧବାର ପୁଣି ବ୍ୟାନ ହୋଇଛି 118ଟି ଆପ୍‌ । ଯେଉଁଥିରେ ସାମିଲ ରହିଛି ଲୋକପ୍ରିୟ ଗେମିଂ ଆପ୍‌ ପବଜି । ତେବେ ଏହା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୂର୍ବରୁ ବ୍ୟାନ ହୋଇଥିବା ଟିକ୍‌ଟକ୍‌ ପ୍ରତି ସମସ୍ତ ଆକ୍ସେସକୁ ବ୍ଲକ କରିବା । ଯାହାର ଯୁବପୀଢିଙ୍କ ଉପରେ ପଡିଛି ବିଶେଷ ପ୍ରଭାବ ।

ପବଜି ଖେଳର ପ୍ରାୟ 600 ମିଲିୟନ ଡାଉନଲୋଡ ରହିଥିବା ବେଳେ ଏହାର ପ୍ରାୟ 50 ମିଲିୟନ ସକ୍ରିୟ ପ୍ଲେୟାର ରହିଥିଲେ । ମୁଖ୍ୟତଃ ଯୁବପୀଢି ଏହାର ମାତ୍ରାଧିକ ବ୍ୟବହାର କରୁଥିଲେ । ହେଲେ ସରକାରଙ୍କ ଦ୍ବାର ଏହା ହଠାତ୍‌ ବ୍ୟାନ ହେବା ପରେ ଏବେ ଯୁବପୀଢିଙ୍କ ଉପରେ ପଡିଛି ଏହାର ବିଶେଷ ପ୍ରଭାବ । ଯେଉଁଥରୁ ସେମାନଙ୍କୁ ମୁକ୍ତି ଦେବା ପାଇଁ କେବଳ ଅଭିଭାବକମାନେ ହିଁ ସାହାଯ୍ୟ କରିପାରିବେ ବୋଲି ମନସ୍ତତ୍ତ୍ବବିତ‌ମାନେ ମତ ଦେଇଛନ୍ତି ।

ପବଜି ସମ୍ପୂର୍ଣ୍ଣ ଚାଇନିଜ ଆପ୍‌ ହୋଇ ନଥିବା ବେଳେ ଏଥିରେ ଦକ୍ଷିଣ କୋରିଆନ କମ୍ପାନୀ ବ୍ଲୁହୋଲର ମଧ୍ୟ ସମ୍ପୃକ୍ତି ରହିଥିଲା । ତେବେ ଏହା ବ୍ୟାନ ହେବା ପରେ ପିଲାମାନେ ଯେପରି ମାନସିକ ଅବସାଦ ଦେଇ ଗତି ନକରିବେ ସେଥିପାଇଁ ଅଭିଭାବକମାନଙ୍କୁ ବିଶେଷ ଧ୍ୟାନ ଦେବାକୁ ହେବ । ପିଲାଙ୍କୁ ବିଭିନ୍ନ ପ୍ରକାରେ ଅନ୍ୟ ତଥା ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରଖିବାକୁ ହେବ । ଏଥିସହ ସେମାନଙ୍କୁ ମାନସିକସ୍ତରରେ ସାହାଯ୍ୟ କରିବା ପାଇଁ ମଧ୍ୟ ମନସ୍ତତ୍ତ୍ବବିତ‌ମାନେ ମତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.