ବେଙ୍ଗାଲୁରୁ: 9 ବର୍ଷ ବାଳକର ଚକ୍ଷୁ ଦାନ କଲେ ବାପାମାଆ । କର୍ଣ୍ଣାଟକର ହୁବଲିରେ ହୃଦଘାତରେ ମୃତ୍ୟୁବରଣ କରିଥିବା 9 ବର୍ଷ ବାଳକର ପିତାମାତା କିମ୍ସ ହସ୍ପିଟାଲକୁ ବାଳକଟିର ଚକ୍ଷୁଦାନ କରିଛନ୍ତି ।
ହୁବଲିର ମାରୁଥୀ ବେଲାରୀଙ୍କ ପୁଅ ଗୌତମ ଜନ୍ମରୁ ଦିବ୍ୟାଙ୍ଗ ଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ଅଭିଭାବକମାନେ ଦୁଇ ଚକ୍ଷୁହୀନ ପିଲାଙ୍କୁ ତାଙ୍କ ଆଖି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।
ମାରୁଥୀ ବେଲାରୀ କହିଛନ୍ତି, ଆମେ ଅନୁଭବ କରିଛୁ ଯେ ଆମର ପାପ ପାଇଁ ଆମ ପିଲା ଆମକୁ ଛାଡି ଚାଲିଗଲା । ସେଥିପାଇଁ ଆମେ ଅନ୍ୟମାନଙ୍କ ପାଇଁ କିଛି ଭଲ କରିବାକୁ ସ୍ଥିର କଲୁ । ଯାହା ଦ୍ବାରା ଆମ ପିଲାର ଆତ୍ମାକୁ ଶାନ୍ତି ମିଳିପାରିବ ।
କିମ୍ସ ଡାକ୍ତର କହିଛନ୍ତି ଯେ, ଏହା ଏକ ସ୍ୱାଭାବିକ ମୃତ୍ୟୁ ଥିଲା। ତେବେ 9 ବର୍ଷର ବାଳକ ସର୍ବକନିଷ୍ଠ ଅଙ୍ଗଦାତାମାନଙ୍କ ମଧ୍ୟରୁ ଗୌତମ ଅନ୍ୟତମ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ