ପାଟନା: ରବିବାର ସକାଳେ ମୁମ୍ବାଇ ବାନ୍ଦ୍ରାରେ 34 ବର୍ଷୀୟ ବଲିଉଡ ତଥା ଟିଭି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ବାନ୍ଦ୍ରା ପୋଲିସର ପ୍ରାଥମିକ ତଦନ୍ତ ଆଧାରରେ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ରିପୋର୍ଟ ପଞ୍ଜିକୃତ ହୋଇଛି । ଘଟଣାସ୍ଥଳରୁ କୌଣସି ଆତ୍ମହତ୍ୟା ନୋଟ୍ ମିଳି ନ ଥିବା ପୋଲିସ କହିଥିଲା । କିନ୍ତୁ ଜନ ଅଧିକାର ପାର୍ଟି ମୁଖ୍ୟ ପପୁ ଯାଦବ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ।
ସୁଶାନ୍ତ ଜଣେ କର୍ମଜୀବୀ ତଥା ଭଲ ମଣିଷ ଥିଲେ, ଯିଏ ଆତ୍ମହତ୍ୟା କରିବେ ନାହିଁ। ବିହାର ତାଙ୍କୁ ନେଇ ଗର୍ବିତ ଥିଲା । ବର୍ତ୍ତମାନ ବିହାର ସହ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି । ତେଣୁ ଏନେଇ ସିବିଆଇ ତଦନ୍ତ କରାଯାଉ ବୋଲି ପପୁ ଯାଦବ ଗଣମାଧ୍ୟମକୁ କହିଛନ୍ତି । ରାଜପୁତଙ୍କ ମୃତ୍ୟୁର ଖବର ପାଇ ବଲିଉଡର ଅନେକ ସେଲିବ୍ରିଟି, କ୍ରୀଡ଼ାବିତ୍ ତଥା ରାଜନେତାମାନେ ଶୋକବ୍ୟକ୍ତ କରିଥିଲେ ।
@ANI