ETV Bharat / bharat

ପପୁ ଯାଦବ-ବିହାରର ରବୀନ ହୁଡ୍‌: ଏକ ଅକଳନୀୟ କ୍ଷେପଣାସ୍ତ୍ର କହିଲେ, ନୀତିଶ କୁମାର ହିଁ ସବୁଠାରୁ ବଡ଼ ଭୋଟ ବିଭାଜନକାରୀ

author img

By

Published : Oct 8, 2020, 12:36 PM IST

ଦୀର୍ଘ ଦିନ ତଳେ, ଥରେ ପପୁ ଯାଦବ କହିଥିଲେ ଯେ ସେ ଯଦି ରାଜନେତା ହୋଇ ନଥାଆନ୍ତେ, ତେବେ ଜଣେ ସମାଜସେବୀ ହୋଇଥାଆନ୍ତେ । ଦୁର୍ଭାଗ୍ୟବଶତଃ, ସେ ରାଜନୀତିରେ ଯୋଗ ଦେଲେ, କିନ୍ତୁ ତାଙ୍କ ସମାଜସେବା ଅବ୍ୟାହତ ରଖିଲେ ।

ପପୁ ଯାଦବ
ପପୁ ଯାଦବ

ଦୀର୍ଘ ଦିନ ତଳେ, ଥରେ ପପୁ ଯାଦବ କହିଥିଲେ ଯେ ସେ ଯଦି ରାଜନେତା ହୋଇ ନଥାଆନ୍ତେ, ତେବେ ଜଣେ ସମାଜସେବୀ ହୋଇଥାଆନ୍ତେ । ଦୁର୍ଭାଗ୍ୟବଶତଃ, ସେ ରାଜନୀତିରେ ଯୋଗ ଦେଲେ, କିନ୍ତୁ ତାଙ୍କ ସମାଜସେବା ଅବ୍ୟାହତ ରଖିଲେ । ହେଲେ, ସେ ସ୍ବୀକାର କରିଥିଲେ ଯେ, ସେ ଏକ ଅପ୍ରତ୍ୟାଶିତ କ୍ଷେପଣାସ୍ତ୍ର ଏବଂ ଯେ କୌଣସି ଦିଗକୁ ଯାଇପାରନ୍ତି । ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିବା ଜନ ଅଧିକାର ପାର୍ଟିର ଅଧ୍ୟକ୍ଷ ଆଜି ଈଟିଭି ଭାରତ ସହ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ସ୍ବୀକାର କରିଛନ୍ତି ଯେ, ଲୋକେ ତାଙ୍କୁ ଏକ ଦିଗହରା ଏବଂ ଅକଳନୀୟ କ୍ଷେପଣାସ୍ତ୍ର ବୋଲି କହିଲେ ସେ କିଛି ମନେ କରନ୍ତି ନାହିଁ, ବରଂ ଏଥିରେ ଗର୍ବିତ ହୁଅନ୍ତି ।

ତେବେ ତାଙ୍କର ଏହି ସ୍ବୀକାରୋକ୍ତି ପାଇଁ ସେ କୌଣସି ସନ୍ତୋଷଜନକ ତାର୍କିକ ତଥ୍ୟ ଦିଅନ୍ତି ନାହିଁ । କିନ୍ତୁ ଅପ୍ରତ୍ୟାଶିତ ଅସ୍ତ୍ର ରୂପେ ବିବେଚିତ ଯୁବ ଗୋଷ୍ଠୀ ଓ ସେ ନିଜେ ହିଁ ବିହାରର ଯୁବ ପିଢ଼ି ଲାଗି ଆଦର୍ଶ ପାଲଟିଛନ୍ତି ବୋଲି ଜୋର ଦେଇ କହନ୍ତି । କୌତୁହଳର କଥା ଯେ, ବିଭିନ୍ନ ଅବସରରେ ସେ ତେଜସ୍ବୀ ପ୍ରସାଦ ଯାଦବଙ୍କ ଭଳି ଯୁବନେତାମାନଙ୍କୁ ତୀବ୍ର ସମାଲୋଚନା କରିଆସିଛନ୍ତି । ଆର୍‌ଜେଡିରେ ଥିବା ସମୟରେ, ବିଭିନ୍ନ ଅବସରରେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ପପୁ, ଲାଲୁ ପ୍ରସାଦଙ୍କୁ ବିରୋଧ କରିଥିଲେ ଏବଂ ଦଳ ବିରୋଧରେ କହିଥିଲେ । ବାସ୍ତବରେ ସେ ଥରେ ଘୋଷଣା କରିଥିଲେ ଯେ ଲାଲୁଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ନେତାଙ୍କୁ ସେ ଖାତିର କରନ୍ତି ନାହିଁ । କେବଳ ଲାଲୁ ନୁହଁନ୍ତି, ବିହାରର ଅଧିକାଂଶ ନେତାଙ୍କ ସଂପର୍କରେ ସ୍ପଷ୍ଟ ମତାମତ ରଖନ୍ତି ପାଞ୍ଚ ଥର ସାଂସଦ ଏବଂ ଥରେ ବିଧାୟକ ନିର୍ବାଚିତ ହୋଇଥିବା ପପୁ ଯାଦବ । ଏକଦା ବିହାରର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜିତେନ ରାମ ମାଂଝୀଙ୍କୁ ‘ନକାରା’ (ଅକର୍ମା) ବ୍ୟକ୍ତି ବୋଲି ବର୍ଣ୍ଣନା କରିଥିଲେ ମାଧେପୁରାର ପୂର୍ବତନ ସାଂସଦ ରାଜେଶ ରଞ୍ଜନ ଯାଦବ ଓରଫ ପପୁ ।

କୌତୁହଳର କଥା ଯେ, ଡକାୟତିରୁ ନେଇ ମୁଣ୍ଡଜାମିନ ରଖି ଟଙ୍କା ଆଦାୟ ପର୍ଯ୍ୟନ୍ତ ବିଭିନ୍ନ ଅପରାଧ ଅଭିଯୋଗରେ ତାଙ୍କ ନିଜର ହିଁ ଏକ ବିବାଦୀୟ ପୃଷ୍ଠଭୂମି ରହିଛି । ଏତେ ଅର୍ଥ ସେ କେଉଁଠୁ ପାଆନ୍ତି ବୋଲି ପ୍ରଶ୍ନର ଉତ୍ତରରେ ସେ ସ୍ପଷ୍ଟ କରିଦେଇଥିଲେ ଯେ. ତାଙ୍କ ନିଜର ଜମି ବିକି ସେ ସେହି ଅର୍ଥ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି । ହେଲେ, ପପୁ କହିଛନ୍ତି ଯେ, ସେ ଜଣେ ଡନ୍‌ କି ରବୀନ ହୁଡ୍‌ ନୁହଁନ୍ତି, କିନ୍ତୁ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା, ସାମନ୍ତବାଦୀ ମାନସିକତା ଏବଂ ଅନିୟନ୍ତ୍ରିତ ଅମଲାତନ୍ତ୍ର ବିରୋଧରେ ତାଙ୍କ ସଂଗ୍ରାମ ଅବ୍ୟାହତ ରହିବ । ପୂର୍ବରୁ ଅନେକ ସମୟରେ ସେ କହିଥିଲେ ଯେ ତାଙ୍କର ଦାନଧର୍ମ କାର୍ଯ୍ୟରେ ଈର୍ଷାନ୍ବିତ ଲୋକେ ହିଁ ତାଙ୍କୁ ଡନ୍‌ ରୂପରେ ଚିତ୍ରଣ କରୁଛନ୍ତି । କଂଗ୍ରେସ ନେତା ଏବଂ ପୂର୍ବତନ ସାଂସଦ ରଞ୍ଜିତ ରଞ୍ଜନଙ୍କୁ ସେ 1994ରେ ବିବାହ କରିଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କୁ ଆକ୍ରମଣ କରିବାର କୌଣସି ଅବସରକୁ ପପୁ ହାତଛଡ଼ା କରନ୍ତି ନାହିଁ ।

ପପୁ କହିଲେ, “ଗତ ବର୍ଷ ପାଟନାର ଲୋକେ ବନ୍ୟାର ସମ୍ମୁଖୀନ ହୋଇଥିବା ସମୟରେ ବିହାରର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ସେମାନଙ୍କ ଘରୁ ବାହାରି ନଥିଲେ । ପପୁ ଯାଦବ ହିଁ କଠିନ ପରିଶ୍ରମ କରିଥିଲେ, ଲୋକଙ୍କୁ ଔଷଧ, ଖାଦ୍ୟ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ବାଣ୍ଟିଥିଲେ । ବିହାରର ଲୋକଙ୍କୁ ଯନ୍ତ୍ରଣା ଭୋଗିବାକୁ ଛାଡ଼ି ଦେଇ ଉଭୟ ନେତା ଚମ୍ପଟ୍‌ ମାରିଥିଲେ । ପପୁ ଯାଦବ ହିଁ ଲୋକଙ୍କ ଘରକୁ ଯାଇ ସେମାନଙ୍କୁ ସାକ୍ଷାତ କରିଥିଲେ ଏବଂ ସେମାନଙ୍କ ଦୁଃଖକଷ୍ଟ ସଂପର୍କରେ ବୁଝିଥିଲେ । ମୁଁ ବିହାରର ପୁଅ ଏବଂ ବିହାରର ଲୋକଙ୍କ ପାଇଁ ମୋର ସବୁକିଛି ସମର୍ପିତ ।”

ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟରୁ ସେ ମାନବିକ ଅଧିକାରରେ ଡିପ୍ଲୋମା ଏବଂ ବିପର୍ଯ୍ୟୟ ପରିଚାଳନାରେ ସ୍ନାତକୋତ୍ତର ଡିପ୍ଲୋମା ହାସଲ କରିଛନ୍ତି । ପିଲାବେଳେ ତାଙ୍କ ଜେଜେବାପା ଲକ୍ଷ୍ମୀ ପ୍ରସାଦ ଯାଦବ ତାଙ୍କୁ ପପୁ ବୋଲି ନାଁ ଦେଇଥିଲେ । ତାଙ୍କର ସାହାଯ୍ୟକାରୀ ସ୍ବଭାବ ଯୋଗୁଁ ତାଙ୍କୁ କୋଶି ଅଞ୍ଚଳର ସ୍ବର ବୋଲି ବିବେଚନା କରାଯାଏ । ଦୃଢ଼ ସ୍ବରରେ ପପୁ କହିଥିଲେ ଯେ, ଭୋଟକଟୱା (ଭୋଟ ବିଭାଜନକାରୀ) ଶବ୍ଦଟି ତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । ଜଣେ ବ୍ୟକ୍ତି ଭୋଟ କାଟନ୍ତି କି ନାହିଁ, ତାହା ତାଙ୍କ ଚରିତ୍ରରୁ ହିଁ ଜଣାପଡ଼ିଥାଏ । ପପୁ କହିଲେ, “ରାଜନୀତିରେ ଯଦି ଏଭଳି କୌଣସି ଲୋକ ଅଛନ୍ତି, ତେବେ ନୀତୀଶ କୁମାର ହିଁ ସବୁଠାରୁ ବଡ଼ ଭୋଟକଟୱା । ବିହାରର ଲୋକେ ଲାଲୁଜୀଙ୍କ 15 ବର୍ଷର ଶାସନ ଏବଂ ନୀତୀଶଜୀଙ୍କ 15 ବର୍ଷର ଶାସନ ଦେଖିଛନ୍ତି । ଏବେ ସେଥିରେ ପରିବର୍ତ୍ତନ ଦରକାର ଏବଂ ସେମାନେ ମତେ ଅତି କମ୍‌ରେ 3 ବର୍ଷ ପାଇଁ ବିହାରର ଶାସନ ଦାୟିତ୍ବ ଦେବା ଦରକାର ।”

1990ରେ ପପୁ ପ୍ରଥମ ଥର ପାଇଁ ସିଂହେଶ୍ବରସ୍ଥାନ ବିଧାନସଭା ଆସନରୁ ବିଧାୟକ (ସ୍ବାଧୀନ) ନିର୍ବାଚିତ ହୋଇଥିଲେ । 1991, 1996 ଏବଂ 1996ରେ ସେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ପୂର୍ଣ୍ଣିଆରୁ ସାଂସଦ ନିର୍ବାଚିତ ହୋଇଥିଲେ ଏବଂ 2004 ଓ 2014ରେ ମାଧେପୁରାରୁ ଆର୍‌ଜେଡି ପ୍ରାର୍ଥୀ ରୂପେ ଦୁଇ ଥର ନିର୍ବାଚିତ ହୋଇଥିଲେ । 2008ରେ ପୂର୍ଣ୍ଣିଆର ପୂର୍ବତନ ସିପିଏମ୍‌ ବିଧାୟକ ଅଜିତ ସରକାର ହତ୍ୟା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । 2013ରେ ସେ ପାଟନା ହାଇକୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ବିହାର ବିଧାନସଭା ନିର୍ବାଚନରେ, ଭିନ୍ନ ଭିନ୍ନ ନଅଟି ରାଜନୈତିକ ଦଳକୁ ନେଇ ସେ ପ୍ରୋଗ୍ରେସିଭ୍‌ ଡେମୋକ୍ରାଟିକ୍‌ ଆଲିଆନ୍‌ସ (ପିଡିଏ) ନାମକ ସାମ୍ମୁଖ୍ୟ ଗଠନ କରିଛନ୍ତି ଏବଂ ସମସ୍ତ 243ଟି ଆସନରେ ପ୍ରାର୍ଥୀ ଠିଆ ହୋଇଛନ୍ତି । ସେ ଯାହାହେଉ, ଆଉ ଠିକ୍‌ ମାସକ ପରେ ଏହା ସ୍ପଷ୍ଟ ହୋଇଯିବ ସେ ପପୁ କୌଣସି ପ୍ରଭାବ ପକାଇବାରେ ସମର୍ଥ ହୋଇଛନ୍ତି କି ଗତ ବର୍ଷ ଲୋକସଭା ନିର୍ବାଚନର ଫଳାଫଳକୁ ଦୋହରାଇଛନ୍ତି, ଯେଉଁ ନିର୍ବାଚନରେ ତାଙ୍କର ସବୁ ପ୍ରାର୍ଥୀ ଅମାନତ ହରାଇଥିଲେ ।

-ଅମିତ ଭେଲାରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.