ଲକ୍ଷ୍ନୌ: ଏଲଟୀ ଗ୍ରେଡ ପରୀକ୍ଷା ପେପର ଲିକ ମାମଲାରେ ଉତ୍ତରପ୍ରଦେଶ ଲୋକ ସେବା ଆୟୋଗ (ୟୁପିପିଏସସି)ର ପୂର୍ବତନ ଚେୟାରମ୍ୟାନ ଅନିରୁଦ୍ଧ ଯାଦବଙ୍କୁ ପଚାରଉଚୁରା କରାଯିବ । ଏ ସମ୍ପର୍କରେ ପୋଲିସ ତାଙ୍କୁ 3 ଦିନ ମଧ୍ୟରେ ହାଜର ହେବା ପାଇଁ ସୋମବାର ନୋଟିସ ପଠାଇଛି । ନିର୍ଦ୍ଧାରିତ ସମୟରେ ଯଦି ସେ ଉପସ୍ଥିତ ନହୁ୍ଅନ୍ତି ତେବେ ତାଙ୍କୁ ଗିରଫ କରାଯିବା ବୋଲି ୱାରେଣ୍ଟ ଜାରି କରାଯାଇଛି ।
ଏସଏସପି ଆନନ୍ଦ କୁଲକର୍ଣ୍ଣୀ କହିଛନ୍ତି, ଗତ ବର୍ଷ ଜୁଲାଇ 29ରେ ଅନୁଷ୍ଠିତ ଏଲଟି ଗ୍ରେଡ ଶିକ୍ଷକ ପରୀକ୍ଷା ପେପର ଲିକ ହେବା ପରେ ଅନିରୁଦ୍ଧଙ୍କୁ କୋଲକାତାସ୍ଥିତ ପ୍ରିଣ୍ଟିଂପ୍ରେସରେ କୌଣସି ଛପା କାର୍ଯ୍ୟ ନକରିବା ପାଇଁ ଅବଗତ କରାଯାଇଥିଲା । 2018 ଡିସେମ୍ବରରେ ୟୁପିପିଏସସିର ତତ୍କାଳୀନ ଅନିରୁଦ୍ଧ ଯାଦବଙ୍କୁ ଚିଠି ପଠାଇ ଅବଗତ କରାଇଥିଲେ ଏସଟିଏଫ । ଏହାସହ ପରୀକ୍ଷାର ଫଳାଫଳ ଜାରି ନକରିବା ପାଇଁ ଅନୁରୋଧ କରାଯାଇଥିଲା । ଏହାସତ୍ତ୍ବେ ସେ ଫଳାଫଳ ଘୋଷଣା କରିଥିଲେ ।
ଏହାପରେ ତାଙ୍କୁ ଚିଠି ଲେଖି ଏହି ମାମଲାରେ ଜଡିତ ସମସ୍ତ ପ୍ରଶ୍ନସୂଚୀ ଏବଂ ପରୀକ୍ଷା ସହ ସମ୍ପୃକ୍ତ ସମସ୍ତ ତଥ୍ୟ ମଗାଯାଇଥିଲା । କିନ୍ତୁ ତତ୍କାଳୀନ ଚେୟାରମ୍ୟାନ ପକ୍ଷରୁ ଏହାକୁ ଉପଲବ୍ଧ କରାଯାଇନଥିଲା । ଏନେଇ ଗତ କିଛିଦିନ ତଳେ ପରୀକ୍ଷା ନିୟନ୍ତ୍ରକ ଅଞ୍ଜୁଲତାଙ୍କୁ ପଚରାଉଚୁର କରାଯାଇଥିଲା । ସେ କହିଥିଲେ ଯେ ପରୀକ୍ଷା ଫଳାଫଳ ଜାରି କରିବାର ଦାୟିତ୍ବ ଚେୟାରମ୍ୟାନଙ୍କର ରହିଥିଲା । ବୋର୍ଡ ପକ୍ଷରୁ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଫଳରେ ଏବେ ଏହି ପ୍ରଶ୍ନପତ୍ର ଲିକ ଘଟଣା ପରେ ଅନିରୁଦ୍ଧଙ୍କ କାର୍ଯ୍ୟକଳାପ ଉପରେ ଉଠୁଛି ।