ETV Bharat / bharat

ଲୁଧିୟାନା ସେଣ୍ଟ୍ରାଲ ଜେଲ: 2 କଏଦୀ ଗୋଷ୍ଠୀଙ୍କ ମଧ୍ୟରେ ପଥରମାଡ

ଗୁରୁବାର ପଞ୍ଜାବ ଲୁଧିୟାନାର ଥିବା ସେଣ୍ଟ୍ରାଲ ଜେଲରେ ଦୁଇ କଏଦୀ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖା ଦେଇଥିଲା। ଯେଉଁଥିରେ କିଛି କଏଦୀ ଗୁରୁତର ହୋଇଛନ୍ତି ।

author img

By

Published : Jun 27, 2019, 3:14 PM IST

ଫଟୋ ସୌଜନ୍ୟ:ଇଟିଭି ଭାରତ, ବ୍ୟୁରୋ

ହରିୟାଣା: ପଞ୍ଜାବ ଲୁଧିୟାନାର ଥିବା ସେଣ୍ଟ୍ରାଲ ଜେଲରେ ଦୁଇ କଏଦୀ ଗୋଷ୍ଠୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ଗୁରୁବାର ଲୁଧିୟାନାର ସେଣ୍ଟ୍ରାଲ ଜେଲରେ ଦୁଇ କଏଦୀ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ କିଛି କଏଦୀ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ଜେଲରେ ଦୁଇ କଏଦୀ ଗୋଷ୍ଠୀଙ୍କ ମଧ୍ୟରେ ପଥର ମାଡ ହୋଇଥିଲା । ଏହି ଘଟଣା ଦେଖି ପୋଲିସ କର୍ମଚାରୀ ସେଠାରେ ପହଞ୍ଚିବା ପରେ କଏଦୀମାନେ ପୋଲିସଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହାମଧ୍ୟରେ ଦୁଇ କଏଦୀ ଗୋଷ୍ଠୀଙ୍କ ମଧ୍ୟରେ ଗୁଳି ଚାଳନା ହୋଇଥିଲା ।

ଭିଡିଓ ସୌଜନ୍ୟ:ଇଟିଭି ଭାରତ, ବ୍ୟୁରୋ

ଯାହାଫଳରେ ଜେଲରେ ପରିସ୍ଥିତି ବିଗିଡିବାକୁ ଲାଗିଥିଲା । ତେଣୁ କଏଦୀଙ୍କୁ କାବୁ କରିବା ପାଇଁ ଟିୟର ଗ୍ୟାସ ଛଡାଯାଇଥିଲା । ଏଥିସହ ଆବଶ୍ୟକ ପଡିଲେ କଏଦୀଙ୍କ ଉପରେ ଗୁଳି ଚାଳନା କରିବା ପାଇଁ ମୁଖ୍ୟ ଅଧିକାରୀ ଆଦେଶ ଦେଇଥିଲେ ।

ତେବେ ଏହି ମଉକାର ଫାଇଦା ନେଇ କିଛି କଏଦୀ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ କାବୁ କରାଯାଇଥିଲା ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.