ETV Bharat / bharat

ଫୋକସରେ ମହିଳା ଯାତ୍ରୀଙ୍କ ସୁରକ୍ଷା, ବସରେ ଲାଗିବ ‘ପ୍ୟାନିକ ବଟନ’ - buses

ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ‘ପ୍ୟାନିକ ବଟନ’ ବ୍ୟବସ୍ଥା କରିଛନ୍ତି । ସମସ୍ତ ସାଧାରଣ ଲୋକଙ୍କ ଯାତାୟତକୁ ନେଇ ଏହି ନିୟମ ଲାଗୁ କରାଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : May 30, 2019, 7:41 AM IST

ନୂଆଦିଲ୍ଲୀ: ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ‘ପ୍ୟାନିକ ବଟନ’ ବ୍ୟବସ୍ଥା କରିଛନ୍ତି । ସମସ୍ତ ସାଧାରଣ ଲୋକଙ୍କ ଯାତାୟତକୁ ନେଇ ଏହି ନିୟମ ଲାଗୁ କରାଯାଇଛି । ଦିଲ୍ଲୀର ସମସ୍ତ ଡିଟିସି ଏବଂ କ୍ଲଷ୍ଟର ସ୍କିମର ସବୁ ବସ ଗୁଡିକରେ ‘ପ୍ୟାନିକ ବଟନ’ ଲଗାଯିବାକୁ ଯୋଜନା କରିଛନ୍ତି ଦିଲ୍ଲୀ ସରକାର ।

ଏହି ବ୍ୟବସ୍ଥାରେ କୌଣସି ଜରୁରୀକାଳୀନ ସ୍ଥିତିରେ ଏହି ବଟନକୁ ପ୍ରେସ କରିବା ଦ୍ବାରା କଣ୍ଟ୍ରୋଲ ରୁମକୁ ଏନେଇ ଖବର ପହଞ୍ଚିଯିବ । ଆଉ ସେମାନେ ତୁରନ୍ତ ଯାତ୍ରୀଙ୍କୁ ସହାୟତା କରି ପାରିବେ ।

ରାଜଧାନୀର ସବୁ ବସରେ 3ଟି ସିସିଟିଭି କ୍ୟାମେରା ସହ 3ଟି ‘ପ୍ୟାନିକ ବଟନ’ ରହିବ । ଯାହା ଜିପିଏସ ସହ ସଂଯୋଗ କରାଯିବ । ଆଉ ଏହି ‘ପ୍ୟାନିକ ବଟନ’ରୁ ଆସୁଥିବା ସମସ୍ତ ଅଭିଯୋଗ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପୋଲିସ ଓ ଟ୍ରାନ୍ସପୋର୍ଟ ବିଭାଗ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ବସିଥିଲା ।

Intro:Body:

prabir 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.