ETV Bharat / bharat

କାର୍ବେଟ ବ୍ୟାଘ୍ର ପ୍ରକଳ୍ପରେ ବଜ୍ରକାପ୍ତା

କାର୍ବେଟ ବ୍ୟାଘ୍ର ପ୍ରକଳ୍ପରେ ବଜ୍ରକାପ୍ତାର ଉପସ୍ଥିତି ପ୍ରକଳ୍ପ ପ୍ରଶାସନକୁ ଖୁସି ଆଣିଦେଇଛି । ଏହି ଦୁର୍ଲଭ ଜୀବ ରାଜ୍ୟରେ ଖୁବ କମ ଦେଖାଯାଉଥିବା ବେଳେ ଏହାର ଉପସ୍ଥିତି ଏହି ବ୍ୟାଘ୍ର ପ୍ରକଳ୍ପ ପାଇଁ ଶୁଭ ସଂକେତ ଆଣିଦେଇଛି ।

author img

By

Published : Aug 31, 2019, 11:21 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଡେରାଡୁନ: ବିଗତ କିଛି ଦିନ ଧରି ବେଶ ଚର୍ଚ୍ଚାରେ ଥିବା କାର୍ବେଟ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନରେ ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଦେଖିବାକୁ ମିଳିଛି । ଜଙ୍ଗଲ ମଧ୍ୟରେ ବଜ୍ରକାପ୍ତାଙ୍କ ଉପସ୍ଥିତିର ସୂଚନା ପାଇବା ପରେ ଉଦ୍ୟାନ କର୍ମକର୍ତ୍ତା ସାମାନ୍ୟ ଆଶ୍ବସ୍ତି ଲାଭ କରିଛନ୍ତି । କାର୍ବେଟ ଜଙ୍ଗଲକୁ ଲାଗି ଥିବା ଗ୍ରାମ ନିକଟରୁ ଏହି ବଜ୍ରକାପ୍ତାକୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରିଛି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମିଳିଥିବା ସୂଚନା ମୁତାବକ ଉକ୍ତ କାର୍ବେଟ ଜଙ୍ଗଲକୁ ଲାଗିଥିବା ରାମନଗର ଗ୍ରାମରେ ଏହି ବଜ୍ରକାପ୍ତାକୁ ଦେଖି ଗ୍ରାମବାସୀମାନେ ବେଶ ଚକିତ ହୋଇ ପଡ଼ିଥିଲେ । ଏହା ସହିତ ଗ୍ରାମବାସୀମାନେ ବନ କର୍ମଚାରୀମାନଙ୍କୁ ଖବର ଦେଇଥିଲେ । ବନ କର୍ମଚାରୀମାନେ ସୂଚନା ପାଇ ସେଠାରେ ପହଞ୍ଚିଥିଲେ । ବଜ୍ରକାପ୍ତାକୁ ସେଠାରୁ ଉଦ୍ଧାର କରିବା ସହିତ ଜଙ୍ଗଲରେ ତାକୁ ଛାଡ଼ିଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ଉକ୍ତ କାର୍ବେଟ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ଖୁବ କମ ପରିମାଣର ବଜ୍ରକାପ୍ତା ଦେଖିବାକୁ ମିଳିଥାଏ । ତେବେ ଏହି ବଜ୍ରକାପ୍ତା ମେମଲ ପ୍ରଜାତିର ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ଚିଣ୍ଟି ଖୋର ଓ ସଲ୍ଲୁ ସାପ ନାମରେ ଜଣାଯାଇଥାଏ ।

ତେବେ ଏହି ବଜ୍ରକାପ୍ତାର ସନ୍ଧାନ ମିଳିବା ପରେ ଏହା କାର୍ବେଟ ପାଇଁ ଏହା ଶୁଭ ସଂକେତ ବୋଲି କାର୍ବେଟ ପ୍ରଶାସନ କହିଛି । କାର୍ବେଟ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ରାହୁଲ କୁମାର କହିଛନ୍ତି କି ବଜ୍ରକାପ୍ତା ପରିବେଶକୁ ସ୍ବଚ୍ଛ ରଖିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥାଏ ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.