ETV Bharat / bharat

କୋରୋନା ମହାମାରୀର ପରୋକ୍ଷ ପ୍ରଭାବ ମହିଳା ଏବଂ ଶିଶୁଙ୍କ ଉପରେ ପଡିପାରେ: ଡବ୍ଲୁଏଚଓ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଚେତାବନୀ ଦେଇଛି ଯେ କୋରୋନା ମହାମାରୀର ପରୋକ୍ଷ ପ୍ରଭାବ ମହିଳା ଏବଂ ଶିଶୁଙ୍କ ଉପରେ ପଡିପାରେ । ଡବ୍ଲୁଏଚଓ କହିଛି ଯେ କୋରୋନା ରୋଗ ଅପେକ୍ଷା ମହାମାରୀ ଦ୍ବାରା ଉପୁଜିଥିବା ଖରାପ ଅବସ୍ଥା ଯୋଗୁ ଦ୍ୱାରା ଅଧିକ କ୍ଷତି ହୋଇପାରେ । ଅଧିକ ପଢ଼ନ୍ତୁ...

author img

By

Published : Jun 13, 2020, 11:52 PM IST

who
କୋରୋନା ମହାମାରୀର ପରୋକ୍ଷ ପ୍ରଭାବ ମହିଳା ଏବଂ ଶିଶୁଙ୍କ ଉପରେ ପଡିପାରେ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଦ୍ରୁତ ଗତିରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହା ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଚେତାବନୀ ଦେଇଛି ଯେ କୋରୋନା ମହାମାରୀର ପରୋକ୍ଷ ପ୍ରଭାବ ପଡିପାରେ । ଡବ୍ଲୁଏଚଓ କହିଛି ଯେ କୋରୋନା ରୋଗ ଅପେକ୍ଷା ମହାମାରୀ ଦ୍ବାରା ଉପୁଜିଥିବା ଖରାପ ଅବସ୍ଥା ଯୋଗୁ ଦ୍ୱାରା ଅଧିକ କ୍ଷତି ହୋଇପାରେ।

ଡବ୍ଲୁଏଚଓ କହିଛି ଯେ, କୋରୋନା ମହାମାରୀର ପରୋକ୍ଷ ପ୍ରଭାବ ମହିଳା, ଶିଶୁ ଏବଂ କିଶୋରମାନଙ୍କ ଉପରେ ଅଧିକ ପଡିପାରେ । ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ୍ ଏଡହୈନମ ଘେବ୍ରିୟେସସ କହିଛନ୍ତି କୋରୋନାର ପରୋକ୍ଷ ପ୍ରଭାବ ଯେଉଁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉପରେ ପ୍ରଭାବ ପକାଇବ ତାହା କୋରୋନାରେ ମୃତ୍ୟୁ ଠାରୁ ମଧ୍ୟ ଭୟଙ୍କର ହୋଇପାରେ।

ଏଥିସହ ସେ କହିଛନ୍ତି ଯେ, କିଛି ସ୍ଥାନରେ ମହାମାରୀ ଯୋଗୁଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅଧିକ ଚାପ ବଢିଛି । ଏହି କାରଣରୁ ଗର୍ଭବତୀ ଏବଂ ଡେଲିଭରୀ ସହ ଜଡିତ ମହିଳାଙ୍କ ମୃତ୍ୟୁ ଆଶଙ୍କା ବଢିପାରେ ।

ୟୁନାଇଟେଡ ନେସନ ପପୁଲେସନ ଫଣ୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନତାଲିଆ କନେମ କହିଛନ୍ତି, ମହାମାରୀ ମଧ୍ୟରେ ଆଉ ଏକ ମହାମାରୀ ସୃଷ୍ଟି ହୋଇଛି ।

ନତାଲିଆ କନେମ କହିଛନ୍ତି ଯେ, ଏକ ଆକଳନ ଅନୁଯାୟୀ ପ୍ରତି 6 ମାସରେ 4.7 କୋଟି ମହିଳା ଗର୍ଭନିରୋଧକ ସୁବିଧା ହରାଇବେ । ଏହି କାରଣରୁ 6 ମାସର ଲକଡାଉନ ମଧ୍ୟରେ ବିନା ଇଚ୍ଛାରେ 70 ଲକ୍ଷ ଶିଶୁ ଜନ୍ମ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.