ETV Bharat / bharat

କଙ୍ଗାରୁକୋର୍ଟରେ ଫୈସଲା; ଅନ୍ୟ ଜାତିରେ ବିବାହ କରିବାରୁ ଗୋବର ଖାଇବାକୁ ଆଦେଶ - panchayat

ବିନା ଆଇନ କାନୁନର ସହାୟତାରେ କଙ୍ଗାରୁକୋର୍ଟର ପୁଣି ଏକ କ୍ରୁର ଚିତ୍ର ସାମ୍ନାକୁ ଆସିଛି । ଅନ୍ୟ ଜାତିରେ ବିବାହ କରିଥିବା କାରଣରୁ ଯୁବକ ଓ ଯୁବତୀଙ୍କୁ ଗୋବର ଖାଇବାକୁ ବାଧ୍ୟ କରାଯାଇଛି । ଅଧିକ ପଢନ୍ତୁ...

panchayat
ଫାଇଲ ଫଟୋ
author img

By

Published : Feb 9, 2020, 1:16 PM IST

ଲକ୍ଷ୍ନୌ: ବିନା ଆଇନ କାନୁନର ସହାୟତାରେ କଙ୍ଗାରୁକୋର୍ଟର ପୁଣି ଏକ କ୍ରୁର ଚିତ୍ର ସାମ୍ନାକୁ ଆସିଛି । ଅନ୍ୟ ଜାତିରେ ବିବାହ କରିଥିବା କାରଣରୁ ଯୁବକ ଓ ଯୁବତୀଙ୍କୁ ଗୋବର ଖାଇବାକୁ ବାଧ୍ୟ କରାଯାଇଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଝାନ୍ସୀ ଅଞ୍ଚଳରେ । ପଞ୍ଚାୟତ ସାମ୍ନାରେ ଏହି ଅଭାବନୀୟ ଘଟଣା ଘଟିଥିଲା ।

ସହରରେ ରହୁଥିବା ସେହି ଗ୍ରାମର ଜଣେ ଯୁବକ ଅନ୍ୟ ଜାତିର ଜଣେ ଯୁବତୀଙ୍କୁ 30 ଜୁନ 2015ରେ ବିବାହ କରିଥିଲେ । ବିବାହ ପରେ ସମାଜର ଲୋକ ପଞ୍ଚାୟତ ଡାକିଥିଲେ । ସେମାନଙ୍କ ପୁରା ପରିବାରକୁ ଗ୍ରାମରୁ ବହିଷ୍କାର ମଧ୍ୟ କରିଦେଇଥିଲେ । ଏହାସହ ଅନ୍ୟଜଣେ ବ୍ୟକ୍ତି ପଞ୍ଚାୟତ ଡାକି 5 ଲକ୍ଷ ଟଙ୍କା ଦାବି କରିଥିଲା । ଏହାପରେ ପଞ୍ଚାୟତ ଯୁବତୀଙ୍କୁ ଗୋମୂତ୍ର ଓ ଗୋବର ଖାଇବାକୁ ବାଧ୍ୟ କରାଯାଇଥିଲା ।

ଯୁବକଙ୍କ ପିତା ପଞ୍ଚାୟତରେ ସମସ୍ତଙ୍କ ଗୋଡ ଧରି କ୍ଷମା ମଧ୍ୟ ମାଗିଥିଲେ । ତେବେ ଏହି ମାମଲା ଶୁଣାଣି ଶୁକ୍ରବାର ହେବାକୁ ଥିବା ବେଳେ ଏହା ପୂର୍ବରୁ ହିଁ ପୋଲିସ ପହଞ୍ଚି ଯାଇଥିଲା । ଦୁହିଁଙ୍କୁ ଉଦ୍ଧାର କରିବା ସହ 5 ଲକ୍ଷ ଟଙ୍କା ଦାବି କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

Intro:Body:

zdgh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.