ETV Bharat / bharat

ଅସ୍ତ୍ରବିରତି ଉଲଙ୍ଘନର କଡା ଜବାବ; ଜଣେ ପାକିସ୍ତାନୀ ନିହତ, 8 ଆହତ - ଭାରତ-ପାକିସ୍ତାନ ସୀମା ସଂଘର୍ଷ

ବଢିବାରେ ଲାଗିଛି ପାକିସ୍ତାନର ବଦମାସୀ । ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନ କରି ସୀମାରେ ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି କରିବାକୁ ପଛାଉ ନାହିଁ ପାକିସ୍ତାନ । ଏମିତିରେ ଜମ୍ମୁ କଶ୍ମୀରରେ ସୋମବାର ଅସ୍ତ୍ରବିରତି ଉଲଙ୍ଘନର କଡା ଜବାବ ଦେଇଛନ୍ତି ଭାରତୀୟ ସେନା ।

pakistani ceasefire violation, india-pakistan border faceoff, pakistani ceasefire in jammu and kashmir, pakistani soldier killed in jammu and kashmir, ପାକିସ୍ତାନର ଅସ୍ତ୍ରବିରଚି ଉଲଙ୍ଘନ, ଜମ୍ମୁ ଓ କଶ୍ମୀରରେ ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ, ଭାରତ-ପାକିସ୍ତାନ ସୀମା ସଂଘର୍ଷ, ଜମ୍ମୁ ଓ କଶ୍ମୀରରେ ପାକିସ୍ତାନୀ ସେନା ନିହତ
ଅସ୍ତ୍ରବିରତି ଉଲଙ୍ଘନର କଡା ଜବାବ; ଜଣେ ପାକିସ୍ତାନୀ ନିହତ, 8 ଆହତ
author img

By

Published : Jul 28, 2020, 3:40 AM IST

ଶ୍ରୀନଗର: ବଢିବାରେ ଲାଗିଛି ପାକିସ୍ତାନର ବଦମାସୀ । ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନ କରି ସୀମାରେ ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି କରିବାକୁ ପଛାଉ ନାହିଁ ପାକିସ୍ତାନ । ଏମିତିରେ ଜମ୍ମୁ କଶ୍ମୀରରେ ସୋମବାର ଅସ୍ତ୍ରବିରତି ଉଲଙ୍ଘନର କଡା ଜବାବ ଦେଇଛନ୍ତି ଭାରତୀୟ ସେନା । ଭାରତୀୟ ସେନାର ଏହି ପାଲଟା ଆକ୍ରମଣରେ ସୀମାରେ ଜଣେ ପାକିସ୍ତାନୀ ଜବାନ ନିହତ ହୋଇଥିବା ବେଳେ ଅନ୍ୟ 8 ଜଣ ଜବାନ ଆହତ ହୋଇଥିବା ଜଣା ପଡିଛି ।

ସୂଚନା ଅନୁଯାୟୀ ସୋମବାର ହାଜିପୁର, ପୁଞ୍ଚ, ଛମ୍ବ ଓ ରାଖ ଚିକ୍ରି ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲଙ୍ଘନ କରିଥିଲା । ଏହି ଘଟଣାକୁ ନେଇ ଭାରତୀୟ ସେନାର ସୂଚନା ମୁତାବକ ଜମ୍ମୁ ଓ କଶ୍ମୀରରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନ ହେଉଥିବା ଦେଖାଯାଉଛି । ସୋମବାର ମଧ୍ୟ ବିଭିନ୍ନ ସ୍ଥାନରେ ଏହି ଘଟଣା ଦୋହରିଥିବା ଦେଖାଯାଇଥିଲା । ଯାହାର ଭାରତୀୟ ସେନା ଦୃଢ ଜବାବ ଦେଇଛନ୍ତି । ଏଥିରେ ଜଣେ ପାକିସ୍ତାନୀ ଜବାନ ନିହତ ହୋଇଥିବା ବେଳେ 8 ଜଣ ଜବାନ ଆହତ ହୋଇଛନ୍ତି ।

ସେପଟେ ଜୁଲାଇ 24ରେ ଜମ୍ମୁ ଓ କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଥିଲେ କି ଗତବର୍ଷ ତୁଳନାରେ ଚଳିତବର୍ଷ ପାକିସ୍ତାନ ଦ୍ବାରା ଅସ୍ତ୍ରବିରତି ଉଲଙ୍ଘନର ମାତ୍ରା 50 ରୁ 60 ପ୍ରତିଶତ ବୃଦ୍ଧି ପାଇଛି । ତେବେ 2018 ତୁଳନାରେ 2019ରେ ଏହି ମାତ୍ରା 70 ପ୍ରତିଶତ ବଢିଥିଲା । ଏସବୁକୁ ନଜରରେ ରଖି ପାକିସ୍ତାନ ଆଗକୁ ମଧ୍ୟ ନିଜର କାର୍ଯ୍ୟକଳାପ ଜାରି ରଖିବ ବୋଲି ସେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.