ଇସଲାମାବାଦ: ଭାରତୀୟ ଦୂତାବାସଙ୍କ ଇଫତାର ପାର୍ଟିରେ ଅତିଥିଙ୍କୁ ଦୁର୍ବ୍ୟବହାର କଲେ ପାକିସ୍ତାନୀ ଅଧିକାରୀ । ଇସଲମାବାଦରେ ଭାରତୀୟ ଦୂତାବାସ ଆୟୋଜନ କରିଥିବା ଏହି ପାର୍ଟିରେ ଅନେକ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଥିଲା । କିନ୍ତୁ ଅତିଥି ଆସିବା ବେଳେ ସେମାନଙ୍କୁ ଅଧା ରାସ୍ତାରୁ ଫେରାଇ ଦେଇଥିଲେ ପାକିସ୍ତାନର ଗୁଇନ୍ଦା ବିଭାଗ । ଏପରିକି କିଛି ଅତିଥିଙ୍କୁ ଉତ୍ପୀଡନ କରାଯିବା ସହ ସେମାନଙ୍କୁ ଫୋନରେ ଧମକ୍ ମଧ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ ସେମାନେ ବିଭିନ୍ନ ନମ୍ବରରୁ ଅତିଥିଙ୍କୁ ଫୋନ କରି ଧମକାଇଥିଲେ । ଇଫତାର ପାର୍ଟିରେ ଗଲେ ପରିଣାମ ଭଲ ହେବ ନୋହିଁ ବୋଲି କହିଥିଲେ । ତେବେ ଏହି ମାମଲା ପରେ ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବେସାରିୟା ପାକିସ୍ତାନର ଏଭଳି ବ୍ୟବହାର ପାଇଁ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।
ପାକିସ୍ତାନର ଏଭଳି ବ୍ୟବହାର ନିରାଶଜନକ ବୋଲି କହିଛନ୍ତି ବେସାରିୟା । ପାକିସ୍ତାନ ଏପରି କରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା କୁଟନୈତିକ ପ୍ରଟୋକଲ ଏବଂ ସଭ୍ୟ ବ୍ୟବହାରର ଉଲଙ୍ଘନ କରିଛି । ଯାହା ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କକୁ ମଧ୍ୟ ଖରାପ କରିଛି ବୋଲି ସେ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ଭାରତୀୟ ଦୂତାବାସ ଜୁନ 1ରେ ଇଫତାର ପାର୍ଟିର ଆୟୋଜନ କରିଥିଲେ । ସେ ଅତିଥିରେ ପାକିସ୍ତାନର ବରିଷ୍ଠ ବ୍ୟକ୍ତିଙ୍କ ସମେତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଆମନ୍ତ୍ରିତ କରିଥିଲେ ।