ETV Bharat / bharat

ଭାରତ-ପାକ୍ ସୀମା ଶ୍ରୀଗଙ୍ଗାନଗରରୁ ମିଳିଲା ପାକିସ୍ତାନୀ ବେଲୁନ

ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଥିବା ଶ୍ରୀଗଙ୍ଗନଗରର ଦୌଲତପୁରା ଅଞ୍ଚଳର 7Q ଗ୍ରାମ ଭିତରକୁ ଏହି ବେଲୁନ୍ ପୁଣି ଥରେ ଅନୁପ୍ରବେଶ କରିଛି । ଏହି ବେଲୁନ ଉପରେ ଉର୍ଦ୍ଦୁ ଏବଂ ଇଂରାଜୀରେ କିଛି ଲେଖା ଅଛି । ପାକିସ୍ତାନରୁ ବେଲୁନ ଗୁଇନ୍ଦା ସୂଚନା ଯୋଗାଡ ପାଇଁ ଏକ ଉଦ୍ୟମ ହୋଇପାରେ ବୋଲି ଅନୁମାନ କରାଯାଉଛି ।

author img

By

Published : Jul 16, 2020, 9:05 PM IST

ଶ୍ରୀଗଙ୍ଗାନଗର: କୋରୋନା କାଳରେ ପାକିସ୍ତାନ ଭାରତରେ ଅଶାନ୍ତି, ଅସ୍ଥିରତା ସୃଷ୍ଟି ପାଇଁ ନିଜ ହୀନ ଚକ୍ରାନ୍ତ ଜାରି ରଖିଛି । ଭାରତ-ପାକିସ୍ତାନ ଅନ୍ତଃରାଷ୍ଟ୍ରୀୟ ସୀମାରେ ପାକିସ୍ତାନର ଏକ ଷଡଯନ୍ତ୍ର ପୁଣି ଥରେ ପଣ୍ଡ ହୋଇଛି । ଗୁପ୍ତଚର ପାରା ପରେ ଏବେ ବେଲୁନ ଅନୁପ୍ରବେଶ କରାଇ ଭାରତର ସୀମା ସୁରକ୍ଷା ବଳୟକୁ ଭେଦ କରିବା ପାଇଁ ଚେଷ୍ଟା କରିଛି ପାକିସ୍ତାନ । ହେଲେ ପାକିସ୍ତାନର ସମସ୍ତ ହୀନ ଚକ୍ରାନ୍ତ, ଷଡଯନ୍ତ୍ର ଉଦ୍ୟମକୁ ନିଷ୍ଫଳ କରିବା ପାଇଁ ସୀମାରେ ଭାରତୀୟ ଯବାନ ଅହରହ ତୈୟାର ରହିଛନ୍ତି ।

ଭାରତ-ପାକ୍ ସୀମା ଶ୍ରୀଗଙ୍ଗାନଗରରୁ ମିଳିଲା ପାକିସ୍ତାନୀ ବେଲୁନ

ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଥିବା ଶ୍ରୀଗଙ୍ଗନଗରର ଦୌଲତପୁରା ଅଞ୍ଚଳର 7Q ଗ୍ରାମ ଭିତରକୁ ଏହି ବେଲୁନ୍ ପୁଣି ଥରେ ଅନୁପ୍ରବେଶ କରିଛି । ଏହି ବେଲୁନ ଉପରେ ଉର୍ଦ୍ଦୁ ଏବଂ ଇଂରାଜୀରେ କିଛି ଲେଖା ଅଛି । ପାକିସ୍ତାନରୁ ବେଲୁନ ଗୁଇନ୍ଦା ସୂଚନା ଯୋଗାଡ ପାଇଁ ଏକ ଉଦ୍ୟମ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ସୂଚନା ଯେ, ସୀମାବର୍ତ୍ତୀ ଦୌଲତପୁର ଗ୍ରାମ ପଞ୍ଚାୟତର ଚାକ -7Qରେ ପାକିସ୍ତାନରୁ ଏକ ବେଲୁନ୍ ପାଇବା ପରେ ଗୁଇନ୍ଦା ବିଭାଗ ସକ୍ରିୟ ହୋଇଛି । ସୀମା ଅପରପାର୍ଶ୍ବରୁ ସବୁଜ ଏବଂ ଧଳା ବିମାନ ନୁମା ବେଲୁନ୍ ରହିଥିଲା । ଏଥିରେ PIA ଇଂରାଜୀ କ୍ୟାପିଟାଲ୍ ଅକ୍ଷରରେ ଲେଖାରହିଛି । ଯେତେବେଳେ ଗ୍ରାମବାସୀ ବେଲୁନ୍ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ସେତେବେଳେ ମଟିଲି ରାଠାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାକିସ୍ତାନର ଏହି ବେଲୁନକୁ ଜବତ କରିଥିଲା ।

ପାକିସ୍ତାନ ଦ୍ବାରା ବେଲୁନ୍ ପଠାଇବା ପଛର ଉଦ୍ଦେଶ୍ୟ କ’ଣ ବୋଲି ପୋଲିସ ବର୍ତ୍ତମାନ ଅନୁସନ୍ଧାନ କରୁଛି। ଅନ୍ୟପକ୍ଷରେ ପାକିସ୍ତାନରୁ ବେଲୁନ ପରେ ଗୁଇନ୍ଦା ସଂସ୍ଥା ସତର୍କ ହୋଇଛି । ପାକିସ୍ତାନର ଆଇଏସଆଇ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳ ଉପରେ ଦୀର୍ଘ ଦିନ ଧରି ନଜର ରଖିଛି ଏବଂ କ୍ରମାଗତ ଭାବରେ ଏହି ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି।

କେତେବେଳ ତାଲିମପ୍ରାପ୍ତ କପୋତଙ୍କୁ ଭାରତୀୟ ସୀମାକୁ ପଠାଉଛି ତ କେତେବେଳେ ପାକିସ୍ତାନରୁ ବେଲୁନ୍ ପଠାଇ ଦେଶର ସୁରକ୍ଷା ବ୍ୟବସ୍ଥା ଜାଣିବାକୁ ଚେଷ୍ଟା କରୁଛନ୍ତି । ମାତ୍ର ସୀମାରେ ଥିବା ଯବାନ ପାକିସ୍ତାନର ସମସ୍ତ ଉଦ୍ୟମକୁ ଧ୍ବସ୍ତବିଧ୍ବସ୍ତ କରିଦେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.