ETV Bharat / bharat

ଜାମ୍ମୁକାଶ୍ମୀର ପୁଞ୍ଚରେ ପାକିସ୍ତାନର ଅସ୍ତ୍ରବୀରତି ଉଲ୍ଲଙ୍ଘନ - ceasefire along LoC

ଗୁରୁବାର ପାକିସ୍ତାନ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ନିକଟରେ ଥିବା ଅଗ୍ରଗାମୀ ଅଞ୍ଚଳ ତଥା ପୋଷ୍ଟ ଉପରେ ଗୁଳି ବିନିମୟ କରି ଅସ୍ତ୍ରବୀରତି ଉଲ୍ଲଙ୍ଘନ କରିଛି । ଅଧିକ ଖବର ପଢନ୍ତୁ...

ଜାମ୍ମୁକାଶ୍ମୀର ପୁଞ୍ଚରେ ପାକିସ୍ତାନର ଅସ୍ତ୍ରବୀରତି ଉଲ୍ଲଙ୍ଘନ

author img

By

Published : Nov 6, 2020, 7:52 AM IST

ଶ୍ରୀନଗର: ପୁଣି ପାକର ବଦମାସୀ । ତାଗିଦ ପରେ ବି ସୁଧୁରୁନି । ଗୁରୁବାର ପାକିସ୍ତାନ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ନିକଟରେ ଥିବା ଅଗ୍ରଗାମୀ ଅଞ୍ଚଳ ତଥା ପୋଷ୍ଟ ଉପରେ ଗୁଳି ବିନିମୟ କରି ଅସ୍ତ୍ରବୀରତି ଉଲ୍ଲଙ୍ଘନ କରିଛି ।

ଅପରାହ୍ନ ପ୍ରାୟ 5.30 ସମୟରେ ପାକିସ୍ତାନୀ ସେନା ଜିଲ୍ଲା ପୁଞ୍ଚର ଶାହପୁର, କିର୍ନି ଏବଂ କସବା ସେକ୍ଟରରେ ଛୋଟ ଅସ୍ତ୍ରରେ ଗୁଳି ଚଳାଇ ମୋର୍ଟାର ମାଡ କରିବା ସହିତ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା ପାକ୍ । ଭାରତୀୟ ସେନା ଦେଉଛି କଡା ଜବାବ । ଗଣମାଧ୍ୟମ ସୂଚନା ଅନୁଯାୟୀ, ପାକିସ୍ତାନୀ ସେନା ମଧ୍ୟ ରାତିସାରା କାଠୁଆ ଜିଲ୍ଲାର ହିରାନଗର ସେକ୍ଟରରେ ହାମଲେଟ୍ ଏବଂ ସୀମା ଆଉଟପୋଷ୍ଟକୁ ଟାର୍ଗେଟ କରି ଆନ୍ତର୍ଜାତୀୟ ସୀମାରେ ଗୁଳି ଚଳାଇଥିଲା ।

ଅକ୍ଟୋବର 1 ତାରିଖ ଦିନ ପୁଞ୍ଚ ଜିଲ୍ଲାର କୃଷ୍ଣାଘାଟୀ ଅଞ୍ଚଳରେ ଏଲଓସି ନିକଟରେ ପାକିସ୍ତାନୀ ସୌନ୍ୟମାନେ ଗୁଳି ବିନିମୟ କରି ମୋର୍ଟାର ମାଡ କରିଥିବା ବେଳେ ଜଣେ ସେନାଙ୍କର ମୃତ୍ୟୁ ଘଟିଥିଲା । ଏହାସହ ଅନ୍ୟ ଜଣେ ଆହତ ହୋଇଥିଲେ ।

ଖବର ଅନୁଯାୟୀ, 2019 ରେ ମୋଟ 3,168 ତୁଳନାରେ ଚଳିତ ବର୍ଷ ଅକ୍ଟୋବର 6 ପର୍ଯ୍ୟନ୍ତ ପାକିସ୍ତାନ ଦ୍ବାରା 3,589 ଅସ୍ତ୍ରବିରତି ଉଲ୍ଲଙ୍ଘନ ରିପୋର୍ଟ ହୋଇଛି । ସର୍ବାଧିକ 427 ଅସ୍ତ୍ରବିରତି ଉଲ୍ଲଙ୍ଘନ ସେପ୍ଟେମ୍ବରରେ ଘଟିଥିଲା । ତା’ପରେ ମାର୍ଚ୍ଚରେ 411 ଏବଂ ଅଗଷ୍ଟରେ 408 ଟି ସୂତ୍ରରୁ ପ୍ରକାଶ ଯେ ଜୁଲାଇରେ 398 ଟି ଜୁନ୍, ଏପ୍ରିଲରେ 387, ମେରେ 382, ​​ଫେବୃଆରୀରେ 366 ଏବଂ ଜାନୁଆରୀରେ 367 |

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.