ETV Bharat / bharat

ମୋଦିଙ୍କ ତାଗିଦକୁ ପାକ୍‌ର ବେଖାତିର, ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ - ଭାରତୀୟ ସେନାର ଦୃଢ ଜବାବ

ପାକିସ୍ତାନ ପାଇଁ ଏହି ଆକ୍ରମଣ ନୂଆ ନୁହେଁ । ପୂର୍ବରୁ 4 ଦିନ ତଳେ ସୀମାରେ ଗୁଳିମାଡ ସହ ମୋର୍ଟାର ମାଡ କରିଥିଲା ପାକ୍‌ ସେନା । ଅଧିକ ପଢନ୍ତୁ...

ମୋଦିଙ୍କ ତାଗିଦକୁ ପାକ୍‌ର ବେଖାତିର, ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ

author img

By

Published : May 5, 2020, 10:38 PM IST

ଶ୍ରୀନଗର: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୋକ୍ଷ ଚେତାବନୀ ସତ୍ତ୍ବେ ସୁଧୁରୁନି ପାକିସ୍ତାନ । ସୋମବାର ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଏବଂ ଅକାରଣେ ଅସ୍ତ୍ରବିରତି ଉଲ୍ଲଙ୍ଘନକୁ ପ୍ରସଙ୍ଗ କରି ମୋଦି ପରୋକ୍ଷରେ ପାକ୍‌କୁ ଟାର୍ଗେଟ କରିଥିଲେ । ହେଲେ ଏହାର 24 ଘଣ୍ଟା ନପୂରୁଣୁ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ।

ମଙ୍ଗଳବାର ରାତି ପ୍ରାୟ ସାଢେ 8ଟାରେ ପାକ୍‌ ସେନା ଭାରତ ସୀମାକୁ ଗୁଳିମାଡ କରିଥିଲେ । ରଜୌରୀ ଜିଲ୍ଲାର ମଞ୍ଜାକୋଟେ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା । ତେବେ ଭାରତୀୟ ସେନା ଏହାର ଦୃଢ ଜବାବ ଦେଇଛନ୍ତି ।

ପାକିସ୍ତାନ ପାଇଁ ଏହି ଆକ୍ରମଣ ନୂଆ ନୁହେଁ । ପୂର୍ବରୁ 4 ଦିନ ତଳେ ସୀମାରେ ଗୁଲିମାଡ ସହ ମୋର୍ଟାର ମାଡ କରିଥିଲା ପାକ୍‌ ସେନା । ଏହାସହ ଗତ ମାସରେ ଅନେକ ଥର ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛନ୍ତି । ଏପରି ଗୁଳିମାଡ କରି ସୀମାରେ ଅନୁପ୍ରବେଶକୁ ଉସୁକାଉଛି ପାକିସ୍ତାନ । ଏହାଦ୍ବାରା ସମର୍ଥିତ ଆତଙ୍କବାଦୀ ଏପ୍ରିଲରେ 2ଥର ସେନା ଉପରେ ଆକ୍ରମଣ କରିଥିଲେ ।

ସେହିପରି ନିକଟରେ 2 ଦିନ ତଳେ ହନ୍ଦୱାଡାଠାରେ ଆତଙ୍କୀ ଆକ୍ରମଣରେ 5 ଯବାନ ଶହୀଦ ହୋଇଥିଲେ । ଆକ୍ରମଣରେ କର୍ଣ୍ଣଲ ଆଶୁତୋଷ ଶର୍ମା, ମେଜର ଅନୁଜ ସୁଦ, ପୋଲିସ ସବଇନ୍ସପେକ୍ଟର ସକିଲ କାଜିଙ୍କ ସମେତ ଜଣେ ଲାନ୍ସନାଏକ ଓ ଜଣେ ରାଇଫଲମ୍ୟାନ ଶହୀଦ ହୋଇଛନ୍ତି । ଘଟଣାରେ ଲସ୍କରର କାଶ୍ମୀର ମୁଖ୍ୟ ହାଇଦର ନିହତ ହୋଇଥିବା ସେନା ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.