ETV Bharat / bharat

ପୁଣି ଔଦ୍ଧତାମୀ: ସୀମାରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଙ୍ଘନ

author img

By

Published : May 10, 2020, 12:34 AM IST

କିଛି ଦିନ ବ୍ୟବଧାନରେ ପୁଣି ସୀମାରେ ପାକିସ୍ତାନ ସେନା ଗୁଳିମାଡ କରିଛି । ଶନିବାର ପ୍ରାୟ ସନ୍ଧ୍ୟା ସାଢେ 7ଟାରେ ପୁଞ୍ଚର ଦେଘୱାର ସେକ୍ଟରରେ ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି । ଅଧିକ ପଢନ୍ତୁ...

ପୁଣି ଔଦ୍ଧତାମୀ: ସୀମାରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଙ୍ଘନ
ପୁଣି ଔଦ୍ଧତାମୀ: ସୀମାରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଙ୍ଘନ

ଶ୍ରୀନଗର: ପରିସ୍ଥିତି ଖରାପ ଥିବାବେଳେ ଏହାର ଫାଇଦା ଉଠାଇବା କୌଶଳ ପାକିସ୍ତାନକୁ ଭଲ ଭାବେ ଜଣା । ପାକିସ୍ତାନ ପାଇଁ ଏହା କୌଣସି ନୂଆ କଥା ନୁହେଁ । କୋରୋନାକୁ ନେଇ ଦେଶର ସ୍ଥିତି ଖରାପ ଥିବାବେଳେ ସୀମାରେ ପାକ୍‌ ନିଜର ଔଦ୍ଧତାମୀ ଦେଖାଇଛି ।

କିଛି ଦିନ ବ୍ୟବଧାନରେ ପୁଣି ସୀମାରେ ପାକିସ୍ତାନ ସେନା ଗୁଳିମାଡ କରିଛି । ଶନିବାର ପ୍ରାୟ ସନ୍ଧ୍ୟା ସାଢେ 7ଟାରେ ପୁଞ୍ଚର ଦେଘୱାର ସେକ୍ଟରରେ ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି । ଭାରତୀୟ ପୋଷ୍ଟ ଉପରକୁ ଗୁଳି ଓ ମୋର୍ଟାର ମାଡ କରିଛି ପାକ୍ ସେନା ।

ତେବେ ଭାରତୀୟ ସେନା ଏହାର ଦୃଢ ଜବାବ ଦେଇଛନ୍ତି । ପୂର୍ବରୁ ମେ ମାସରେ ପାକିସ୍ତାନ 2 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିସାରିଛି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଇସାରିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.