ETV Bharat / bharat

ସେନା କାର୍ଯ୍ୟାନୁଷ୍ଠାନରେ ବିଚଳିତ ପାକ୍, ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ

author img

By

Published : Oct 22, 2019, 3:23 PM IST

ବାଲାକୋଟ ସେକ୍ଟରର ସୀମାରେ ପାକ ସେନା ପକ୍ଷରୁ ଗୁଳିମାଡ ହୋଇଥିଲା । ଆଜି ମଧ୍ୟାହ୍ନ ପ୍ରାୟ ସାଢେ 12ଟାରୁ 1ଟା ମଧ୍ୟରେ ଏହି ଉଲ୍ଲଙ୍ଘନ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ଶ୍ରୀନଗର: ରାଗରେ ରକ୍ତ ଚାଉଳ ଚୋବାଉଛି ପାକ । ଭାରତୀୟ ସେନା ଆତଙ୍କବାଦୀଙ୍କ ପାଇଁ ଥିବା ଲଞ୍ଚ ପ୍ୟାଡ ଧ୍ବଂସ କରିବା ପରେ ଏହା ଭୟଭୀତ ଅବସ୍ଥାରେ ଅଛି । ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାର ଲକ୍ଷ୍ୟ ରଖିଥିଲା ପାକିସ୍ତାନ । ହେଲେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଏହା ପଣ୍ଡ ହେବା ପରେ ପାକକୁ ଜୋର ଝଟକା ଲାଗିଛି ।

ଫଳରେ ରାଗରେ ଏହା ଗୁଳିମାଡ କରିବାରେ ଲାଗିଛି । ସେନା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ସୁଧୁରୁନି ପାକ । ଲଗାତାର କରିଚାଲିଛି ଅସ୍ତ୍ରବିରତି ଉଲ୍ଲଙ୍ଘନ । ଗୋଟିଏ ପଟେ କାଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନର କଥା କହୁଥିବା ପାକ ଅନ୍ୟପଟେ ସେହି କାଶ୍ମୀର ସୀମାରେ କରୁଛି ଗୁଳିମାଡ । ଆଜି ପୁଣି ମେନ୍ଧରର ବାଲାକୋଟ ସେକ୍ଟରରେ ପାକ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ବାଲାକୋଟ ସେକ୍ଟରର ସୀମାରେ ପାକ ସେନା ପକ୍ଷରୁ ଗୁଳିମାଡ ହୋଇଥିଲା । ଆଜି ମଧ୍ୟାହ୍ନ ପ୍ରାୟ ସାଢେ 12ଟାରୁ 1ଟା ମଧ୍ୟରେ ଏହି ଉଲ୍ଲଙ୍ଘନ ହୋଇଥିବା ଜଣାପଡିଛି । ଭାରତୀୟ ସେନା ପକ୍ଷରୁ ଏହାର ଦୃଢ ଜବାବ ଦିଆଯାଇଛି । ତେବେ ନିକଟରେ 2 ଦିନ ତଳେ ଭାରତୀୟ ସେନା ପକ୍ଷରୁ ପିଓକେରେ 4ଟି ଟେରର ଲଞ୍ଚ ପେଡକୁ ଧ୍ବଂସ କରାଯାଇଥିଲା । ଯାହାକୁ ନେଇ ପାକିସ୍ତାନ ବିଚଳିତ ହୋଇପଡିଥିଲା ।

Ceasefire Violaton
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ତଙ୍ଗଧାର ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନରେ 2 ଭାରତୀୟ ଯବାନ ଶହୀଦ ହେବା ସହ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଯାହାର ଜବାବରେ ଭାରତ ପକ୍ଷରୁ ଏହି ଆଟାକ ହୋଇଥିଲା । ଏଥିରେ ଟେରର ଲଞ୍ଚ ପ୍ୟାଡ ଧ୍ବଂସ ହେବା ସହ 5 ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ।

Intro:ଏଙ୍କର-ଆଜି ଶୁକ୍ରବାର ।ସପ୍ତପୁରୀ ଅମାବାସ୍ୟା ।ପ୍ରତିବର୍ଷ ଭାଦ୍ରବ ମାସର ଏଇ ଅମାବାସ୍ୟାରେ ସୁବର୍ଣ୍ଣପୁର ସହରରେ ପାଳିତ ହୁଏ ଲଂକାପୋଡି ପର୍ବ ।ଆଉ ଏଇ ପର୍ବର ମୁଖ୍ୟ ଆକର୍ଷଣ ହାତରେ ତିଆରି ଟେରାକୋଟା ହନୁମାନ ।ସହରର କୁମ୍ଭାର ପଡାର କାରିଗରମାନେ ସାଧାରଣମୁଖା ହନୁମାନଠାରୁ ସଂପୂର୍ଣ୍ଣ ଅଲଗା ଭାବେ ବିକଟମୁଖା ହନୁମାନ ତିଆରି କରିଥାନ୍ତି ।ହେଲେ ଧିରେ ଧିରେ ଏଇ ପର୍ବରେ ବିଶ୍ବ ପ୍ରସିଦ୍ଧ ବିକଟମୁଖା ହନୁମାନର ବ୍ୟବହାର ଦିନକୁ ଦିନ କମିବାରେ ଲାଗିଛି ।
Body:ଭିଓ-1-ଆଜି ସପ୍ତପୁରୀ ଅମାବାସ୍ୟା ।ସଂଧ୍ୟାରୁ ସୁବର୍ଣ୍ଣପୁର ସହରରେ ପାଳିତ ହେବ ବିଶ୍ବ ପ୍ରସିଦ୍ଧ ଲଂକା ପୋଡି ପର୍ବ ।ସାରା ସହରରେ ଛୋଟ ଛୋଟ ପୁଅ ପିଲାମାନେ ହନୁମାନ ଲାଂଗୁଡରେ ନିଆଁ ଲଗାଇ ସହର ପରିକ୍ରମା କରିବେ ।ଏହି ପର୍ବର ମୁଖ୍ୟ ଆକର୍ଷଣ ହାତରେ ତିଆରି ଟେରାକୋଟାର ବିକଟମୁଖା ହନୁମାନ ।ହେଲେ କାହିଁ କେତେ ଦିନରୁ ଏହି ପର୍ବରେ ବ୍ୟବହାର ହୋଇ ଆସୁଥିବା ବିକଟମୁଖା ହନୁମାନର ବ୍ୟବହାର ଦିନକୁ ଦିନ କମିବାରେ ଲାଗିଛି ।କେବଳ ହାତରେ ତିଆରି ଟେରାକୋଟାର ହନୁମାନଙ୍କୁ ପୂଜା କରାଯାଇ ବ୍ୟବହାର କରାଯାଇ ଆସୁଥିବା ବେଳେ ଏବେ ସାଧାରଣ ମୁଖା ହନୁମାନର ବି ବ୍ୟବହାର ହେଉଛି ।ସାଧାରଣମୁଖା ହନୁମାନ ତିଆରି କରିବାରେ ସହଜ ଓ ଗ୍ରାହକମାନଙ୍କ ପାଇଁ ଶସ୍ତା ହୋଇଥିବାରୁ ଲଂକୋପୋଡିରେ ବିକଟମୁଖା ହନୁମାନର ବ୍ୟବହାର ଧିରେ ଧିରେ ମଳିନ ହୋଇ ପଡୁଛି ।
ବାଇଟ-1-ବିଦେଶୀ ରଣା ,ଟେରାକୋଟା କାରିଗର ,ସୁବର୍ଣ୍ଣପୁର ।
ବାଇଟ-2-ପ୍ରଦ୍ୟୁମ୍ନ ସାହୁ ,ସ୍ବେଛାସେବୀ ,ସୁବର୍ଣ୍ଣପୁର ।
ଭିଓ-2-ଏହି ଲଂକା ପୋଡି ପର୍ବରେ ବ୍ୟବହାର ହେଉଥିବା ବିକଟମୁଖା ,ଦାନ୍ତ ନିକୁଟିଆ ,ଭ୍ରୁକୁଟିଆ ହନୁମାନ ପଛରେ ରହିଛି ଏକ ବଳିଷ୍ଠ ଇତିହାସ ।ତେଲୁଗୁଚୋଡ ଶାସକମାନଙ୍କ ସମୟରେ ହନୁମାନଙ୍କୁ ଲାଂଛିତ କରିବା ପାଇଁ ଏଇ ବିକଟମୁଖା ହନୁମାନ ବ୍ୟବହାର କରାଯାଉଥିବା ପ୍ରମାଣ ରହିଛି ।ପ୍ରାୟ ଏକାଦଶ ଶତାଦ୍ଧୀ ସମୟରୁ ଲଂକାପୋଡି ଉତ୍ସବରେ ସହରର କୁମ୍ଭକାରମାନଙ୍କ ଦ୍ବାରା ହାତରେ ତିଆରି ଟେରାକୋଟା ହନୁମାନ ବ୍ୟବହାର ହୋଇ ଆସୁଥିବା ଜଣାପଡେ ।ହେଲେ ଏବେ ବଜାରରେ ବେଶ ଶସ୍ତା ଓ ସହଜରେ ଛାଂଚରେ ତିଆରି ହଜାର ହଜାର ହନୁମାନ ଦେଖିବାକୁ ମିଳୁଛି ।ଆଉ ଏସବୁ ହନୁମାନ ଲଂକାପୋଡି ପର୍ବରେ ବ୍ୟବହାର ହେଉଥିବାରୁ ପର୍ବର ମୌଳିକତା ଦିନକୁ ଦିନ ହରାଇ ବସୁଛି ।
ବାଇଟ-3-ଶ୍ୟାମା ଓଁ ପ୍ରସାଦ ମିଶ୍ର ,ହନୁମାନ ପୋଡି ଉତ୍ସବ ଆୟୋଜକ ମଣ୍ଡଳୀ ସଭାପତି ,ସୁବର୍ଣ୍ଣପୁର ।
Conclusion:ଫାଭିଓ-ସାରା ବିଶ୍ବରେ କେବଳ ସୁବର୍ଣ୍ଣପୁର ସହରରେ ପାଳିତ ହେଉଥିବା ଏହି ପର୍ବର ମୌଳିକତା ରକ୍ଷା କରିବାର ସମୟ ଆସିଛି ।ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଟେରାକୋଟା କାରିଗରମାନଙ୍କୁ ପ୍ରୋତ୍ସାହନ ଦିଆଗଲେ କେବଳ ଟେରାକୋଟା ହନୁମାନ ହିଁ ତିଆରି ହୋଇ ଲଂକା ପୋଡି ପର୍ବରେ ବ୍ୟବହାର ହେବ । ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.