ଶ୍ରୀନଗର: ନିଜର ବଦମାସୀ କାର୍ଯ୍ୟକଳାପରୁ ନିବୃତ୍ତ ହେଉନି ପାକିସ୍ତାନ । ଜାମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲାର ମାନକୋଟ ସେକ୍ଟରରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଶନିବାର ବିଳମ୍ବିତ ରାତି 2ଟା 30 ମିନିଟ ସମୟରେ ପାକ୍ ମାନକୋଟ ସେକ୍ଟରରେ ଲାଇନ ଅଫ କଣ୍ଟ୍ରୋଲ ଅତିକ୍ରମ କରିଥିବା ନେଇ ସୂଚନା ମିଳିଛି । ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ ଦେଇଛନ୍ତି । ତେବେ ଏଥିରେ କେହି ମୃତାହତ ହୋଇଥିବା ନେଇ ଜଣାପଡିନାହିଁ ।
ପାକିସ୍ତାନ ପୂର୍ବରୁ ମଧ୍ୟ ଅନେକ ଥର ନିୟନ୍ତ୍ରଣ ସୀମାରେଖା ଅତିକ୍ରମ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ