ETV Bharat / bharat

ରଜୌରୀରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଙ୍ଘନ

author img

By

Published : Jun 19, 2020, 1:08 PM IST

ଭାରତ-ଚୀନ ବିବାଦ ମଧ୍ୟରେ ଏଲଓସିରେ ଲଗାତାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ପାକିସ୍ତାନ । ଶୁକ୍ରବାର ପୁଣିଥରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି ।

 ଅସ୍ତ୍ରବିରତି ଉଲଙ୍ଘନ
ଅସ୍ତ୍ରବିରତି ଉଲଙ୍ଘନ

ଶ୍ରୀନଗର: ଭାରତ-ଚୀନ ବିବାଦ ମଧ୍ୟରେ ଏଲଓସିରେ ଲଗାତାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ପାକିସ୍ତାନ । ଶୁକ୍ରବାର ପୁଣିଥରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି । ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାରେ ନିୟନ୍ତ୍ରଣରେଖାରେ ପାକ୍‌ ସୈନ୍ୟଙ୍କ ପକ୍ଷରୁ ଭାରତୀୟ ସୀମା ମଧ୍ୟକୁ ଭାରିମାତ୍ରାରେ ଗୁଳିବର୍ଷଣ କରାଯାଇଛି । ତେବେ ଭାରତୀୟ ସେନା ଏହାର ପାଲଟା ଜବାବ ଦେଉଥିବା ସେନା ସୂତ୍ରରୁ ପ୍ରକାଶ ପାଇଛି ।

ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ ଏନେଇ କହିଛନ୍ତି, ଶୁକ୍ରବାର ସକାଳ 10 ଟା 45 ମିନିଟ ସମୟରେ ପାକିସ୍ତାନ ସୈନିକ ରଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ମୋର୍ଟାର ଏବଂ ଛୋଟ ଅସ୍ତ୍ରରୁ ଗୁଳିମାଡ କରିଛନ୍ତି । ଏହା ପୂର୍ବରୁ ଗୁରୁବାର କୁପୱାଡା ଜିଲ୍ଲାର ନୌଗାମ ସକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା ।

ତେବେ ପାକିସ୍ତାନର ଏଭଳି କାର୍ଯ୍ୟକଳାପ ଯୋଗୁଁ ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଶହ ଶହ ଲୋକ ଖୁବ ହଇରାଣରେ ପଡୁଛନ୍ତି । ସେମାନଙ୍କର ଜୀବନ ଏବଂ ଜୀବିକା ଉଭୟ ବିପଦରେ ରହିଛି ।

ସୌଜନ୍ୟ@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.