ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କୀକ ବସ ହାଫିଜ ସଇଦ ଗିରଫ ହୋଇଛି । ଇମରାନ ଖାନ ସରକାର ଜମାଦ ଉଦ ଦାୱାର(ଜେୟୁଡ଼ି) ମୁଖ୍ୟ ହାଫିଜକୁ ବୁଧବାର ପାକିସ୍ତାନରୁ ଗିରଫ । ଲାହୋରରରୁ ଗୁଜରାନୱାଲା ଯିବା ସମୟରେ ପଞ୍ଜାବ ପୋଲିସ ତାକୁ ଗିରଫ କରିଛି ।
ଦୀର୍ଘ ଦିନ ଧରି ଆତଙ୍କୀ ଆଡ୍ଡା ଚଳାଇବା ସହ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ରଖିଥିଲା ହାଫିଜ । ବର୍ତ୍ତମାନ ତାକୁ ବିଚାର ବିଭାଗୀୟ ଅଦାଲତକୁ ପଠାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଜେଲ ପଠାଯିବ ।
ଏହା ପୂର୍ବରୁ ଜାତିସଂଘ ହାଫିଜ ସଇଦକୁ ବିଶ୍ବ ଆତଙ୍କୀ ଭାବେ ଘୋଷଣା କରିଥିଲା । ତେବେ ୨୬/୧୧ ମୁମ୍ବାଇ ଆକ୍ରମଣ, ଉରୀ, ଓ ପୁଲୱାମା ଆକ୍ରମଣର ସେ ମାଷ୍ଟରମାଇଣ୍ଡ ଥିଲା । ତେବେ ହାଫିଜର ଗିରଫ ଭାରତ ପାଇଁ ଏକ କୁଟନୈତିକ ବିଜୟ ବୋଲି କୁହାଯାଉଛି ।