ETV Bharat / bharat

ରାଗରେ ଜରଜର ପାକ୍, ଭାରତ ବିରୋଧରେ କରୁଛି ଅପପ୍ରଚାର

ସୋସିଆଲ ମିଡିଆରେ ଜାମ୍ମୁକାଶ୍ମୀରର ସ୍ଥିତିକୁ ନେଇ ମିଛ ଖବର ପୋଷ୍ଟ କରୁଛି ପାକ୍ । ଏନେଇ ପାକିସ୍ତାନ ଏକ ଅଭିଯାନ ମଧ୍ୟ ଚଳାଉଛି । ମହାରାଷ୍ଟ୍ରର ସାଇବର ପୋଲିସ ମହାନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Sep 1, 2019, 9:28 AM IST

ମୁମ୍ବାଇ: ଧାରା 370 ଉଚ୍ଛେଦ ପରେ ଜମ୍ମୁକାଶ୍ମୀରର ସ୍ଥିତିକୁ ନେଇ ମିଛ ଖବର ପ୍ରଚାର କରୁଛି ଶତ୍ରୃ ରାଷ୍ଟ୍ର ପାକ୍ । ଲୋକଙ୍କୁ ଭ୍ରାନ୍ତ କରିବା ପାଇଁ ପାକିସ୍ତାନ ପକ୍ଷରୁ ଏକ ବିଭ୍ରାନ୍ତିକର ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ଜମ୍ମୁକାଶ୍ମୀରର ସ୍ଥିତିକୁ ନେଇ ମିଛ ଫଟୋ ଓ ଭିଡିଓ ଭାଇରାଲ କରୁଛି ପାକିସ୍ତାନ । ଏନେଇ ମହାରାଷ୍ଟ୍ର ସାଇବର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସାଇବର ପୋଲିସର ମହାନିର୍ଦ୍ଦେଶକ ବୃଜେଶ ସିଂହ କହିଛନ୍ତି, ପାକିସ୍ତାନ କିଛି ସୋସିଆଲ ମିଡିଆ ଆକାଉଣ୍ଟରୁ ନିଜ ସମର୍ଥକଙ୍କୁ ଉସକାଇବା ପାଇଁ ଏଭଳି ପୋଷ୍ଟ କରାଯାଉଛି । ଭାରତ ବିରୋଧରେ ନାନା ମିଛ ପୋଷ୍ଟ ମଧ୍ୟ କରାଯାଇଛି। ଯାହା ଦ୍ବାରା ଲୋକେ ଭାରତ ପ୍ରତି ହିଂସାତ୍ମକ ମନୋଭାବ ପରିବେଷଣ କରିବେ ।

କହିରଖୁଛୁ, ଧାରା 370 ଉଚ୍ଛେଦ ପରେ ରାଗରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ବିଭିନ୍ନ ଉପାୟରେ ସେ ଭାରତକୁ ଘେରିବାକୁ ଚେଷ୍ଟା କରୁଛି । ହେଲେ ସବୁ ଚେଷ୍ଟାରେ ବିଫଳ ହେଉଥିବା ଯୋଗୁଁ ଭାରତ ବିରୋଧରେ ଏଭଳି ମିଛ ତଥ୍ୟ ସୋସିଆଲ ମିଡିଆ ମାଧ୍ୟମରେ ପୋଷ୍ଟ କରାଯାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.