ETV Bharat / bharat

ପାକିସ୍ତାନ ସେନାମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସୁପ୍ରିମକୋର୍ଟଙ୍କ ଖାରଜ - ପାକିସ୍ତାନ ଆର୍ମୀ ଚିଫଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଖାରଜ କଲେ ସୁପ୍ରିମକୋର୍ଟ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମାରାନ୍ ଖାନଙ୍କ ପାଇଁ ବଢିଲା ଅଡୁଆ । ପାକିସ୍ତାନ ସେନାମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଖାରଜ କଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

Pakistan SC Suspends Imran Khan's Decision
ଡିଜାଇନ ଫଟୋ
author img

By

Published : Nov 26, 2019, 6:05 PM IST

Updated : Nov 26, 2019, 6:16 PM IST

ଇସଲାମବାଦ୍: ପାକିସ୍ତାନ ସେନାମୁଖ୍ୟ ଜେନେରାଲ୍ କମାର ଜାଭେଦ ବାଜୱାଙ୍କ କାର୍ଯ୍ୟକାଳ ବଢାଇବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ମାତ୍ର ଏହାର ବିରୋଧରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ଏହି ମାମଲାକୁ ଜନତାଙ୍କ ଉଦ୍ଦେଶ୍ୟରେ ଗ୍ରହଣ କରି ପାକିସ୍ତାନ ସେନାମୁଖ୍ୟଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧିକୁ ଖାରଜ କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ ।

ନଭେମ୍ବର 29ରେ ଆବସର ନେଇଥାନ୍ତେ ବାଜୱା ମାତ୍ର ତାଙ୍କ କାର୍ଯ୍ୟକାଳକୁ ଆଉ 3 ବର୍ଷ ବଢାଇବାକୁ ଚାହୁଁଥିଲେ ଇମରାନ୍ ଖାନ୍ । ଏଥିପାଇଁ ଅଗଷ୍ଟ 19ରେ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ 3 ବର୍ଷ କାର୍ଯ୍ୟକାଳ ବୃଦ୍ଧିକୁ ଘୋଷଣା କରିଥିଲେ ମାତ୍ର ମୁଖ୍ୟ ବିଚାରପତି ଆସିଫ୍ ସୟେଦ ଖୋସା ସରକାରଙ୍କ ଏହି ଆବେଦନକୁ ଖାରଜ କରିବା ସହ ବୁଧବାର ଏହାର ଆଗାମୀ ଶୁଣାଣି ହେବ ।

ଖୋସାଙ୍କ ମତରେ କାର୍ଯ୍ୟକାଳ ବୃଦ୍ଧିର କ୍ଷମତା କେବଳ ରାଷ୍ଟ୍ରପତିଙ୍କ ପାଖରେ ରହିଛି । ସେ ଏହା ମଧ୍ୟ କହିଥିଲେ କି, ମନ୍ତ୍ରୀମଣ୍ଡଳରେ ଯେତେବେଳେ ଇମରାନ୍ ଏହି ପ୍ରସ୍ତାବ ରଖିଥିଲେ, ସେହି ସମୟରେ 25 ସଦସ୍ୟଙ୍କ ମଧ୍ୟରୁ କେବଳ 11ଜଣ ସମ୍ମତି ପ୍ରକାଶ କରିଥିଲେ ।

ପ୍ରକାଶଥାଉକି, ରୟେଜ୍ ରାହି ନାମକ ଜଣେ ବ୍ୟକ୍ତି ଏହି କାର୍ଯ୍ୟକାଳ ବୃଦ୍ଧିକୁ ବିରୋଧ କରି ଯାଚିକା ଦାଖଲ କରିଥିଲେ । ପରେ କିନ୍ତୁ ଏହାକୁ ପ୍ରତ୍ୟାହାର କରିବା ପାଇଁ ଆବେଦନ କରିଥିଲେ ମାତ୍ର ପାକିସ୍ତାନ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲା ଓ ଧାରା 184 ଅଧିନରେ ଜନତାଙ୍କ ଉଦ୍ଦେଶ୍ୟରେ ଏହାକୁ ଗ୍ରହଣ କରାଯାଇଥିଲା ।

Intro:Body:

BLANK FOR LINK

Conclusion:
Last Updated : Nov 26, 2019, 6:16 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.