ETV Bharat / bharat

100 ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ - release

ରବିବାର 100 ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କରିଛି ପାକିସ୍ତାନ ।  ପାକ୍‌ ଜଳ କ୍ଷେତ୍ରରେ ବେଆଇନ୍‌ ଭାବରେ ପ୍ରବେଶ ଏବଂ ଅନ୍ତରାଷ୍ଟ୍ରୀୟ ସମୁଦ୍ର ସୀମା ଉଲଙ୍ଘନ କରିଥିବା ଅଭିଯୋଗରେ ଏହି ମତ୍ସଜୀବୀଙ୍କୁ ବନ୍ଦୀ କରିଥିଲା ପାକିସ୍ତାନ ।

ଫାଇଲ ଫଟୋ
author img

By

Published : Apr 7, 2019, 7:29 PM IST

ଇସଲାମାବାଦ: ପୁଲୱାମା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନର ସମ୍ପର୍କରେ ଦେଖା ଦେଇଥିଲା ତିକ୍ତତା । ତେବେ ଇତି ମଧ୍ୟରେ ସଦଭାବନାର ପରିଚୟ ଦେଇଛି ପାକିସ୍ଥାନ । ରବିବାର 100 ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କରିଛି ପାକିସ୍ତାନ। ଏହି କଏଦୀଙ୍କୁ କଡା ସୁରକ୍ଷା ମଧ୍ୟରେ କରାଚିର ଛାବନୀ ରେଳ ଷ୍ଟେସନ ନିଆଯାଇଥିଲା । ସେଠାରୁ ସେମାନଙ୍କୁ ଲାହୋର ପଠାଇବାର ବ୍ୟବସ୍ଥା କରାଯାଇଥିଲା ।

ତେବେ ଲାହୋରରୁ ସେମାନଙ୍କୁ ୱାଘା ସୀମା ନେଇ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ପାକ୍‌ ଜଳ କ୍ଷେତ୍ରରେ ବେଆଇନ୍‌ ଭାବରେ ପ୍ରବେଶ ଏବଂ ଅନ୍ତରାଷ୍ଟ୍ରୀୟ ସମୁଦ୍ର ସୀମା ଉଲଙ୍ଘନ କରିଥିବା ଅଭିଯୋଗରେ ଏହି ମତ୍ସଜୀବୀଙ୍କୁ ବନ୍ଦୀ କରିଥିଲା ପାକିସ୍ତାନ ।

ସୂଚନା ଯୋଗ୍ୟ, ପାକିସ୍ତାନରେ ବନ୍ଦୀ ଥିବା ୩୬୦ ଜଣ ଭାରତୀୟ କଏଦୀଙ୍କୁ ସଦ୍‌ଭାବନା ଅଧିନରେ ୪ଟି ପର୍ଯ୍ୟାୟରେ ମୁକ୍ତ କରାଯିବ ବୋଲି ପାକିସ୍ତାନ ଶୁକ୍ରବାର ଘୋଷଣା କରିଥିଲା । ଏହି କ୍ରମରେ ରବିବାର ପ୍ରଥମ ପର୍ଯ୍ୟାୟରେ ୧୦୦ଜଣ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଯାଇଛି ।

Intro:Body:

skdsnk

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.