ନୂଆଦିଲ୍ଲୀ: କୁଳଭୂଷଣ ମାମଲାରେ ପାକିସ୍ତାନକୁ ଶେଷରେ ନତମସ୍ତକ ହେବାକୁ ପଡିଛି । କୁଳଭୂଷଣ ଯାଦବଙ୍କୁ ଭାରତୀୟ କାଉନ୍ସିଲର ସୁବିଧା ଯୋଗାଇବା ପାଇଁ ରାଜି ହୋଇଛି ପାକିସ୍ତାନ ।
କୁଳଭୂଷଣଙ୍କୁ ସାକ୍ଷାତ କରିପାରିବ ଭରତୀୟ ଦୂତାବାସ । ସାକ୍ଷାତ ଓ ଯୋଗାଯୋଗ ପାଇଁ ପାକିସ୍ତାନ ପ୍ରସ୍ତୁତ ଥିବା ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟରୁ ସୂଚନା ମିଳିଛି ।
ଜେଲରେ ବନ୍ଦୀ ଯାଦବଙ୍କୁ ଭେଟିବା ପାଇଁ ଶୁକ୍ରବାର ଦ୍ବିପହର 3ଟାରେ ଭାରତୀୟ ଅଧିକାରୀଙ୍କୁ ଡକାଯାଇଛି । ଗୁପ୍ତଚର ଅଭିଯୋଗରେ ପାକିସ୍ତାନ କୁଳଭୂଷଣଙ୍କୁ ବନ୍ଦୀ କରି ରଖିଛି ।