ETV Bharat / bharat

ଅନ୍ୟକୁ ମାନବଧିକାରର ଜ୍ଞାନ ଦେବା ବନ୍ଦ କରୁ ପାକିସ୍ତାନ: ଭାରତ

ଜମ୍ମୁ କାଶ୍ମୀରରେ ମାନବିକ ଅଧିକାରକୁ ନେଇ ଚିନ୍ତା ବ୍ୟକ୍ତ କରିଥିବା ପଡୋଶୀ ଦେଶ ପାକିସ୍ତାନକୁ କଡା ନିନ୍ଦା କରିଛି ଭାରତ । ଅଧିକ ପଢନ୍ତୁ...

author img

By

Published : Feb 28, 2020, 1:14 PM IST

Human Rights Council
ଭାରତ-ପାକିସ୍ତାନ

ଜେନିଭା: ଜମ୍ମୁ କାଶ୍ମୀରରେ ମାନବିକ ଅଧିକାରକୁ ନେଇ ଚିନ୍ତା ବ୍ୟକ୍ତ କରିଥିବା ପଡୋଶୀ ଦେଶ ପାକିସ୍ତାନକୁ କଡା ନିନ୍ଦା କରିଛି ଭାରତ । ଏହା ସହିତ ପାକିସ୍ତାନକୁ ‘ଆତଙ୍କବାଦୀଙ୍କ ଘାତକ ପୋଷଣସ୍ଥଳୀ’ ଦର୍ଶାଇ କହିଛି ଯେ, ତାକୁ ବୁଝିବା ଦରକାର ଯେ ଆତଙ୍କବାଦ ମାନବାଧିକାର ଉଲଂଘନର ସବୁଠାରୁ ବଡ଼ ବିପଦଜନକ କାମ ।

ମାନବଅଧିକାର ପରିଷଦର 43 ତମ ଅଧିବେଶନରେ ପାକିସ୍ତାନ ଜମ୍ମୁ କାଶ୍ମୀରରେ ମାନବିକ ଅଧିକାର ପ୍ରସଙ୍ଗ ଉଠାଇଥିଲା । ଯାହାର ଜବାବ ଦେଇ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ଭୀମଶ ଆର୍ଯ୍ୟ କହିଛନ୍ତି ଯେ, 'ଗତ ୭ ମାସରେ ଭାରତ ଜମ୍ମୁ କଶ୍ମୀରରେ ଅନେକ ଗଣତାନ୍ତ୍ରିକ ଓ ପ୍ରଗତିଶୀଳ ବିଧି ସଂଶୋଧନ କରିଛି । ଏହି ସଂଶୋଧନର ଲକ୍ଷ୍ୟ ଭାରତରୀୟ ନାଗରିକଙ୍କ ମାନବାଧିକାରକୁ ସଂରକ୍ଷଣ ଦେବା । ଏଥି ସହିତ ଭାରତ ବିରୋଧରେ ପାକିସ୍ତାନ ଦ୍ବାରା ରଚାଯାଉଥିବା ଷଡ଼ଯନ୍ତ୍ରକୁ ରୋକିବା। '

ସେ ଆହୁରି କହିଛନ୍ତି ଯେ, ଜମ୍ମୁ କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଏବଂ ଏହା ଆଗକୁ ମଧ୍ୟ ରହିବ । ପାକିସ୍ତାନକୁ ଏଥିରେ ମୁଣ୍ଡ ପୁରାଇବାର ଆବଶ୍ୟକତା ନାହିଁ । ପାକିସ୍ତାକୁ ଅନ୍ୟକୁ ମାନବାଧିକାରର ଜ୍ଞାନ ଦେବା ବନ୍ଦ କରିବା ଉଚିତ । ଆତଙ୍କବାଦ ମାନବାଧିକାର ଉଲଂଘନର ସବୁଠାରୁ ବଡ଼ ଭୟଙ୍କର ରୂପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.