ETV Bharat / bharat

ପୁଣି ଅସ୍ତ୍ରବିରତି ଉଲଙ୍ଘନ କଲା ପାକିସ୍ତାନ, 2 ଆହତ

author img

By

Published : Jul 8, 2020, 6:08 PM IST

କୁପୱାଡା ଜିଲ୍ଲାର ତଙ୍ଗାଧର ସେକ୍ଟରରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲଙ୍ଘନ କରିଛନ୍ତି । ଏଥିରେ 2 ଜଣ ସାଧାରଣ ନାଗରିକ ଆହତ ହୋଇଥିବା ଜଣାପଡିଛି ।

 ପାକିସ୍ତାନ,
ପାକିସ୍ତାନ,

ଶ୍ରୀନଗର: ସୁଧୁରିବାର ନାଁ ନେଉନାହିଁ ପାକିସ୍ତାନ । ବାରମ୍ବାର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲଙ୍ଘନ କରି ଆତଙ୍କବାଦୀଙ୍କୁ ସୀମାରେ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରୁଛି । ଏହି କ୍ରମରେ ବୁଧବାର ପାକିସ୍ତାନ ପକ୍ଷରୁ ଜମ୍ମୁ-କାଶ୍ମୀର ସୀମାରେ ଅସ୍ତ୍ରବିରତି ଉଲଙ୍ଘନ କରାଯାଇଛି । କୁପୱାଡା ଜିଲ୍ଲାର ତଙ୍ଗାଧର ସେକ୍ଟରରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲଙ୍ଘନ କରିଛନ୍ତି । ବୁଧବାର ଅପରାହ୍ନ ସମୟରେ ମୋର୍ଟାର ଏବଂ ଗୁଳିଗୋଳା ବର୍ଷଣ କରିଛନ୍ତି ପାକ୍‌ ସୈନିକ । ଏଥିରେ 2 ଜଣ ସାଧାରଣ ନାଗରିକ ଆହତ ହୋଇଥିବା ଜଣାପଡିଛି । ତେବେ ଭାରତ ପକ୍ଷରୁ ମଧ୍ୟ ଏହାର କଡା ଜବାବ ଦିଆଯାଇଛି ।

ଏହା ପୂର୍ବରୁ ମଙ୍ଗଳବାର ରାତିରେ ଜମ୍ମୁ ଓ କଶ୍ମୀରର ପୁଞ୍ଛ ଜିଲ୍ଲାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଙ୍ଘନ କରାଯାଇଥିଲା । ପୁଞ୍ଛ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ଭାରତୀୟ ପୋ‌ଷ୍ଟ୍‌ ଏବଂ ଗାଁ ଗୁଡିକୁ ଟାର୍ଗେଟ କରି ପାକିସ୍ତାନୀ ସୈନ୍ୟ ମୋର୍ଟାର୍ ବର୍ଷଣ କରିଥିଲେ । ଏଥିରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ସହ ଅନ୍ୟ ଜଣେ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.