ଚଣ୍ତିଗଡ : ଭାରତୀୟ କଏଦୀଙ୍କୁ ମୁକ୍ତ କଲା ପାକିସ୍ତାନ । ମୁକ୍ତ କଏଦୀଙ୍କ ବୟସ 25ରୁ 30 ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି । ତାଙ୍କ ନାଁ ରାଜୁ ଏବଂ ଘର ମଧ୍ୟ ପ୍ରଦେଶରେ ବୋଲି ସୂଚନା ମିଳିଛି । ଗତ 15 ବର୍ଷ ଧରି ସେ ପାକିସ୍ତାନର ଜେଲରେ ରହିଥିଲେ ।
ଆଜି (ସୋମବାର) ତାଙ୍କୁ ମୁକ୍ତ କରାଯାଇ ଅଟାରୀ ଓ୍ବାଘା ବର୍ଡରରେ ଭାରତୀୟ ସେନାଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ତାଙ୍କୁ ପଞ୍ଜାବ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ତେବେ, ରାଜୁଙ୍କ ମାନସିକ ଅବସ୍ଥା ଭଲ ନ ଥିବା ପଞ୍ଜାବ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ