ETV Bharat / bharat

ଭାରତ ସହ ସମ୍ପର୍କ ସୁଧାରିବା ଆଶାରେ ପାକ୍

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ ଭାରତରେ ନିଜ ସମକକ୍ଷ ଡଃ ଏସ୍ ଜୟଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଫାଇଲ ଫଟୋ
author img

By

Published : Jun 7, 2019, 3:09 PM IST

ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ ଭାରତରେ ନିଜ ସମକକ୍ଷ ଡଃ ଏସ୍ ଜୟଶଙ୍କରଙ୍କୁ ଶୁଭକାମନ ଜଣାଇଛନ୍ତି । ଜୟଶଙ୍କରଙ୍କ ବିଦେଶ ମନ୍ତ୍ରୀ ହେବା ପରେ ସେ ଏହି ବାର୍ତ୍ତା ପଠାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଶୁଭକାମନାର ବାର୍ତ୍ତାରେ କ୍ୟୁରେସି ଭାରତ ଏବଂ ପାକିସ୍ତାନ ଆଗକୁ କାଥାହେବା ହେବା ନେଇ ମଧ୍ୟ କହିଥିଲେ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ମୁଲତାନରେ ଇଫତିଆର ପାର୍ଟି ଅବସରରେ ପାକିସ୍ତାନ ବିଦେଶି ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଦୁଇ ଦେଶରେ ଶାନ୍ତି ଏବଂ ସମୃଦ୍ଧି ପାଇଁ ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଟେବୁଲରେ ବସି ନିଜ ସମସ୍ୟାକୁ ତୁଟାଇବା ଦରକାର ।

ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ ଭାରତରେ ନିଜ ସମକକ୍ଷ ଡଃ ଏସ୍ ଜୟଶଙ୍କରଙ୍କୁ ଶୁଭକାମନ ଜଣାଇଛନ୍ତି । ଜୟଶଙ୍କରଙ୍କ ବିଦେଶ ମନ୍ତ୍ରୀ ହେବା ପରେ ସେ ଏହି ବାର୍ତ୍ତା ପଠାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଶୁଭକାମନାର ବାର୍ତ୍ତାରେ କ୍ୟୁରେସି ଭାରତ ଏବଂ ପାକିସ୍ତାନ ଆଗକୁ କାଥାହେବା ହେବା ନେଇ ମଧ୍ୟ କହିଥିଲେ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ମୁଲତାନରେ ଇଫତିଆର ପାର୍ଟି ଅବସରରେ ପାକିସ୍ତାନ ବିଦେଶି ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଦୁଇ ଦେଶରେ ଶାନ୍ତି ଏବଂ ସମୃଦ୍ଧି ପାଇଁ ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଟେବୁଲରେ ବସି ନିଜ ସମସ୍ୟାକୁ ତୁଟାଇବା ଦରକାର ।









SLUG - NEED HELP
FORMAT- PKG 
REPORTER — HARIHARA PATNAIK
PLACE - GAJAPATI
DATE -07.06.2019
ଆଙ୍କର - ଗରିବଙ୍କ ପାଇଁ ସରକାରଙ୍କ ଯୋଜନାର ଅଭାବ ନାହିଁ  । ହେଲେ ଏହା ଦ୍ବାରା ପ୍ରକୃତ ଗରିବ ହୀତାଧିକାରୀ କେତେ ଲାଭବାନ ହେଉଛନ୍ତି  ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମାଛମରା ଗାଁରେ  । ଏଠାରେ ରହୁଥିବା କେ ଶ୍ୟାମସୁନ୍ଦର ରାଓ ଜଣେ ଦୃଷ୍ଟି ହୀନ ବ୍ୟକ୍ତି  ।  ନିଜ ଉଦ୍ୟମରେ ନିଜ ପରିବାର ଚଳାଉଥିବା ଶ୍ୟାମସୁନ୍ଦର ହଠାତ୍ ଛାତରୁ ପଡି ଆହାତ ହେବା ପରେ ତାଙ୍କର ସବୁକିଛି ଚାଲିଯାଇଛି । ତେବେ ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବାରୁ ଦୀର୍ଘ ଦିନ ହେଲେ ସେ ଶଯ୍ୟାଶାୟୀ ହୋଇରହିଛନ୍ତି । ତେବେ କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥା ସହଯୋଗର ହାତ ବଢାଇଥିଲେ ଚିକିତ୍ସିତ ହୋଇପାରିଥାନ୍ତେ ବୋଲି ସେ କହିଛନ୍ତି  । .............
ଭିଓ 01 - ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ମାଛମରା ଗାଁ  । ଏହି ଗାଁରେ ରହୁଥିବା କେ,ଶ୍ୟାମସୁନ୍ଦର ରାଓ ଜଣେ ଭିନକ୍ଷମ  । ଦୃଷ୍ଟିହୀନ ଶ୍ୟାମସୁନ୍ଦର ରାଓ ସରକରାଙ୍କ ଠାରୁ ଭିନ୍ନକ୍ଷମ ସହାୟତା ପାଉଥିଲେ ମଧ୍ୟ ତାହା ପରିବାର ଚଳାଇବା ପାଇଁ ପର୍ଯାପ୍ତ ନୁହେଁ  । ତେଣୁ ବୁଢୀ ମାଁ ସହ ରହୁଥିବା ଶ୍ୟମସୁନ୍ଦର ଏକ ଦେକାନ ଦେଇ ପରିବାର ଚଳାଉଥିଲେ । ହେଲେ ଭାଗ୍ୟଦେବୀ ତାଙ୍କ ସାଥ ଦେଇନଥିଲା ଦିନେ ସେ ଶୋଇବା ପାଇଁ ରାତ୍ରିରେ ଛାତ ଉପରକୁ ଯାଇଥିବା ବେଳେ କୌଣସି କାରଣରୁ ତଳେ ପଡିଯାଇଥିଲେ  । ଫଳରେ ତାଙ୍କ ଗୋଡ ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା  । କାଳିଆ ଯୋଜନାରେ ମିଳିଥିବା ସହାୟତାରେ ସେ ଗୋଡର ଚିକିତ୍ସା କରାଇଥିଲେ ମଧ୍ୟ ଅଣ୍ଟାର ଚିକିତ୍ସା ପାଇଁ ଆବଶ୍ୟକ ପ୍ରାୟ 70 ହଜାର ଟଙ୍କା ନଥିବାରୁ ଆଜି ବି ସେ ଶଯ୍ୟାସାୟୀ  । ସେପଟେ ଦେକାନ ମଧ୍ୟ ବନ୍ଦରହିଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡିଛି । ତେଣୁ କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥା ତାଙ୍କ ଚିକିତ୍ସାପାଇଁ ସହଯୋଗ  କରିବାକୁ ସେ ନିବେଦନ କରିଛନ୍ତି । .................
ବାଇଟ୍ 01- କେ.ଶ୍ୟାମସୁନ୍ଦର ରାଓ 
ଭିଓ 02 - ଜନ୍ମରୁ ଦୁନିଆ ଦେଖିନଥିବା ଶ୍ୟାମସୁନ୍ଦର ନିଜ ଭାଗ୍ୟକୁ ଆଦରି ପଡି ରହିଥିବା ବେଳେ ବର୍ତ୍ତମାନ ତାଙ୍କର ସବୁକିଛି ହୋଉଛନ୍ତି ବୁଢୀ ମାଁ  । ବାପା ଗତ କିଛି ବର୍ଷ ହେଲା ଆରପାରିକୁ ଚାଳିଯିବା ପରେ ଏକ ମାତ୍ର ଭାଇ ବାହରେ କାମ କରୁଛନ୍ତି । ଗାଁରେ ପଡିରହିଛନ୍ତି ବୁଢୀ ମାଁ ଓ ଦୃଷ୍ଟି ହୀନ ପୁଅ  । ଶ୍ୟମସୁନ୍ଦର ଦେକାନ ଖୋଲୁନଥିବା ବେଳେ ପରିବାର ଚଳାଇବା କଷ୍ଟ କର ହୋଇପଡିଛି । ତେଣୁ ପରିବାର ବୋଝ ସମ୍ଭାଲିବା ପାଇଁ ନଇଁ ପଡିଥିବା ଅଣ୍ଟା ସଳଖି ବୁଢୀମାଁ ଟି ପ୍ରୟାସ କରୁଛି । କେଉଁଠି କେମିତି କାମ ମିଳିଲେ ତାହାକୁ କରି ରୋଜଗାର ହୋଉଥିବା ଟଙ୍କା କଷ୍ଟମଷ୍ଟରେ ଚଳୁଛନ୍ତି ଉଭୟ ମାଁ ଓ ପୁଅ ଏଭଲି ସ୍ଥିତିରେ ଚିକିତ୍ସା ପାଇଁ ଏତେ ଟଙ୍କା ଯୋଗାଡ କରିବା ଏକ ପ୍ରକାର ଅସମ୍ଭବ  । ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ସହାୟତା କରିବା ପାଇଁ ତାଙ୍କ ପଡୋଶୀ ନିବେଦନ କରିଛନ୍ତି । .............. 
ବାଇଟ୍ 02- କେଶବ ସାହୁ (ଶ୍ୟାମସୁନ୍ଦରଙ୍କ ସାଙ୍ଗ)
 ବାଇଟ୍ 03 — ପାପା ରାଓ (ପଡୋଶୀ)
ଭିଓ 03 -ଗରିବ ଲୋକଙ୍କ ପାଇଁ ସରକାର ଯୋଜନା ପରେ ପ୍ରସ୍ତୁତ କରୁଛନ୍ତି । ହେଲେ ଏସବୁ କିନ୍ତୁ ଗରିବ ଲୋକଙ୍କ ଭାଗ୍ୟରେ ଜୁଟୁ ନାହିଁ  । ଫଳରେ ଅନେକ ଅଭଳି ଗରିବ ଲୋକେ ହନ୍ତସନ୍ତ ହୋଉଛନ୍ତି । ତେବେ ଏ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିଯିବାରେ ଭିନ୍ନକ୍ଷମଙ୍କ ପାଇଁ ରହିଥିବା  ସରକାରୀ ଯୋଜନା ଅନୁସାରେ ଶ୍ୟମସୁନ୍ଦର ସବୁକିଛି ପାଉଛନ୍ତି  । କିନ୍ତୁ ତାଙ୍କର ଚିକିତ୍ସା ସମନ୍ଧରେ ଏଯାଏଁ କୌଣସି ଆବେଦନ ହୋଇନାହିଁ  । ଆବେଦନ କରାଗଲେ ନିୟମ ଅନୁସାରେ ସାହାଯ୍ୟ କରାଯିବ ବୋଲି ସେ କହିଛନ୍ତି ।............. 
ବାଇଟ୍ 04 — ରବିନ୍ଦ୍ର ବେହେରା (ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ)
 ଫାଭିଓ - ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ଦୀର୍ଘଦିନ ହେଲା ଶଯ୍ୟାଶାୟୀ ଥିବା ଶ୍ୟମସୁନ୍ଦରଙ୍କ ଉପରେ ଉଭୟ ସରକାର ଏବଂ ପ୍ରଶାସନ ଶୁଭ ଦୃଷ୍ଟି କେବେ ପଢୁଛି ତାହା ଦେଖିବାର କଥା  । .............
............ ଗଜପତିରୁ ହରିହର ପଟନାୟକ ଈଟିଭି ନ୍ୟୁଜ୍ ............... 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.