ETV Bharat / bharat

ପାକ୍‌ର ନୂଆ ଷଡଯନ୍ତ୍ର ! ଏଲଓସିରେ ମୁତୟନ କରିଛି 100 ଏସଏସଏସଜି କମାଣ୍ଡୋ - ଏଲଓସିରେ 100 ଏସଏସଏସଜି କମାଣ୍ଡୋଙ୍କୁ ନିୟୋଜିତ କରିଛି ପାକ୍‌

ସୋମବାର ନିୟନ୍ତ୍ରଣ ରେଖା ନିକଟରେ 100 ଏସଏସଏସଜି କମାଣ୍ଡୋଙ୍କୁ ନିୟୋଜିତ କରିଛି ପାକ୍‌ । ହାଇଆଲର୍ଟରେ ଭାରତୀୟ ସେନା ।

ଫାଇଲ ଫଟୋ
author img

By

Published : Aug 27, 2019, 8:51 PM IST

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗକୁ ନେଇ ବିଶ୍ବ ଦରବାରରେ ନିରାଶ ହେବାପରେ ଭାରତ ବିରୋଧରେ ଆଉ ଏକ ନୂଆ ଷଡଯନ୍ତ୍ର ରଚୁଛି ପାକିସ୍ତାନ । ସୋମବାର ନିୟନ୍ତ୍ରଣ ରେଖା ନିକଟରେ 1୦୦ରୁ ଅଧିକ ଲଢୁଆ ସ୍ପେସାଲ ସର୍ଭିସେସ ଗ୍ରୁପ(ଏସଏସଜି) କମାଣ୍ଡୋଙ୍କୁ ମୁତୟନ କରିଛି ପାକ୍‌ । ତେବେ ପାକିସ୍ତାନର ଯେକୌଣସି ଦୁଃସାହସର ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ରହିଥିବା ସେନା ପକ୍ଷରୁ କୁହାଯାଇଛି । ପାକିସ୍ତାନ ପକ୍ଷରୁ ଏଲଓସିରେ ଏସଏସଏସଜି କମାଣ୍ଡୋଙ୍କ ନିୟୋଜିତ ପରେ ଭାରତୀୟ ସେନା ହାଇ ଆଲର୍ଟରେ ଅଛନ୍ତି ।

ତେବେ ଏହି କମାଣ୍ଡୋ ଜୈଶ-ଇ-ମହମ୍ମଦ ଏବଂ ଅନ୍ୟ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ମିଳିତ ଭାବରେ କାମ କରୁଥିବା ସୂଚନା ଦେଇଛି ଗୁଇନ୍ଦା । ପାକିସ୍ତାନ ସେନାର ଏହି ଏସଏସଏସଜି କମାଣ୍ଡୋ ଅସ୍ତ୍ରବିରତି ଉଲଙ୍ଘନରେ ମଧ୍ୟ ସକ୍ରିୟ ରୂପରେ ଭାଗ ନେଇଛନ୍ତି । ଏହା ପୂର୍ବରୁ ପାକିସ୍ତାନ ଗୁଜୁରାଟ ସୀମା ନିକଟରେ ଥିବା ସର କ୍ରିକ କ୍ଷେତ୍ରରେ ଏହି ପାକିସ୍ତାନୀ କମାଣ୍ଡୋଙ୍କୁ ନିୟୋଜିତ କରିଥିଲା ।

ଏହା ବ୍ୟତିତ ଜୈଶ ଲେପା ଘାଟିରେ ପାଖାପାଖି 12 ଜଣ ଆଫଗାନିସ୍ତାନୀ ଜିହାଦିଙ୍କ ଏକ ଦଳକୁ ନିୟୋଜିତ କରିଥିବା ଗୁଇନ୍ଦା ସୂଚନା ମିଳିଛି । ଏହି ଆତଙ୍କବାଦୀ ପାକିସ୍ତାନର ବ୍ୟାଟ(ବର୍ଡର ଆକ୍ସନ ଟିମ୍‌) ସହ ମିଳିତ ଭାବରେ ଭାରତ ଉପରେ ଆକ୍ରମଣର ଯୋଜନା କରୁଛନ୍ତି । ଗୁଇନ୍ଦା ସୂଚନା ଅନୁସାରେ, ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଅଜହରର ଭାଇ ଓରଫ ଅଜହର ଗତ 20 ତାରିଖରେ ବହାବଲପୁରରେ ନିଜ ଆତଙ୍କବାଦୀ କମାଣ୍ଡୋଙ୍କ ସହ ବୈଠକ କରିଥିଲା ।

ତେବେ ଏହି ଆତଙ୍କବାଦୀଙ୍କୁ ଭାରତର ପ୍ରମୁଖ ସହରରେ ଆକ୍ରମଣ କରିବାକୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ପାକିସ୍ତାନୀ ସଂସ୍ଥା ମଧ୍ୟ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ଆଫଗାନିସ୍ତାନର ଆତଙ୍କବାଦୀଙ୍କୁ ନିଜ ସଂସ୍ଥାରେ ଭର୍ତ୍ତି କରୁଛି । କାଶ୍ମୀରୀ ଆତଙ୍କବାଦୀଙ୍କୁ ସ୍ଥାନୀୟ କମାଣ୍ଡର ରୂପରେ ବଦଳାଇବା ପାଇଁ ଏହି ଆଫଗାନୀ ଆତଙ୍କବାଦୀଙ୍କୁ ସେମାନେ ଭର୍ତ୍ତି କରୁଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.