ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ପାଇଁ ଆକାଶମାର୍ଗ ଛାଡିବାକୁ ମନାକଲା ପାକିସ୍ତାନ! - ପ୍ରଧାନମନ୍ତ୍ରୀଙ୍କୁ  ଆକାଶମାର୍ଗ ଦେବାକୁ ମନାକଲା ପାକିସ୍ତାନ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଯାତ୍ରା ପାଇଁ, ପାକିସ୍ତାନ ନିଜର ଆକାଶମାର୍ଗର ବ୍ୟବହାର କରିବାର ଅନୁମତି ଦେବାକୁ ଅସ୍ବୀକାର କରିଥିବା ରବିବାର ସେଠାକାର ଗଣମାଧ୍ୟମ ପକ୍ଷରୁ ଦାବି କରାଯାଇଛି।

ଫାଇଲ ଫଟୋ
author img

By

Published : Oct 27, 2019, 6:20 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଉଦି ଆରବ ଗସ୍ତ ପାଇଁ ନିଜ ଆକାଶ ମାର୍ଗ ଦେବାକୁ ମନାକରିଛି ପାକିସ୍ତାନ। ଏହି ଅନୁମତି ଦେବାକୁ ପାକିସ୍ତାନ ଅସ୍ବୀକାର କରିଥିବା ରବିବାର ସେଠାକାର ଗଣମାଧ୍ୟମ ପକ୍ଷରୁ ଦାବି କରାଯାଇଛି ।

ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଦି ଆରବ ଯାତ୍ରା ପାଇଁ ଭାରତ, ପାକିସ୍ତାନ ଆକାଶମାର୍ଗର ବ୍ୟବହାର କରିବାର ଅନୁମତି ମାଗିଥିଲା । ହେଲେ ଏହାକୁ ଅସ୍ବୀକାର କରିଛି ପାକିସ୍ତାନ। ଏନେଇ ପାକିସ୍ତାନ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଏକ ଲିଖିତ ବୟାନ ମାଧ୍ୟମରେ ସୂଚିତ କରାଯିବ ବୋଲି ଗଣମାଧ୍ୟମ ପକ୍ଷରୁ ଦାବି କରାଯାଇଛି । ସେପଟେ ଏହି ଦାବିକୁ ନେଇ ଏବେ ସୁଦ୍ଧା ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବର 29 ତାରିଖରେ ଏକ ସମ୍ମିଳନୀରେ ଯୋଗ ଦେବା ଲାଗି ସାଉଦି ଆରବ ଗସ୍ତ କରିବେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଅକ୍ଟୋବର 28 ରେ ସେଠାକୁ ଯିବେ ବୋଲି ଜଣାପଡିଛି।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.