ETV Bharat / bharat

କୁଲଭୂଷଣ ଯାଦବଙ୍କ ପାଇଁ ଓକିଲ ନିଯୁକ୍ତ କରିବାକୁ ଭାରତକୁ ଆଉ ଏକ ସୁଯୋଗ

author img

By

Published : Aug 3, 2020, 6:18 PM IST

ଇସଲାମାବାଦ ହାଇକୋର୍ଟ ସୋମବାର ଭାରତୀୟ ନାଗରିକ କୁଲଭୂଷଣ ଯାଦବ ମାମଲାର ଶୁଣାଣିକୁ ସେପ୍ଟେମ୍ବର 3 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

କୁଲଭୂଷଣ ଯାଦବ
କୁଲଭୂଷଣ ଯାଦବ

ଇସଲାମାବାଦ: ଇସଲାମାବାଦ ହାଇକୋର୍ଟ ସୋମବାର ଭାରତୀୟ ନାଗରିକ କୁଲଭୂଷଣ ଯାଦବ ମାମଲାର ଶୁଣାଣିକୁ ସେପ୍ଟେମ୍ବର 3 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏଥିସହ କୋର୍ଟ ପୂର୍ବତନ ନୌସେନା କମାଣ୍ଡରଙ୍କୁ ରକ୍ଷା କରିବା ପାଇଁ ଭାରତକୁ ଓକିଲ ନିଯୁକ୍ତ କରିବାର ସୁଯୋଗ ଦିଆଯିବା ଉଚିତ ବୋଲି କହିଛନ୍ତି।

ଭାରତୀୟ ଗୁପ୍ତଚର ଯାଦବଙ୍କ ପାଇଁ ଜଣେ ଆଇନ ପ୍ରତିନିଧି ନିଯୁକ୍ତ କରିବା ଲାଗି ଜୁଲାଇ ୨୨ ତାରିଖ ଦିନ ପାକିସ୍ତାନ ସରକାର ଇସଲାମାବାଦ ହାଇକୋର୍ଟରେ ପହଞ୍ଚିଥିଲେ। ପାକିସ୍ତାନ ସରକାର ଦାଖଲ କରିଥିବା ପିଟିସନ ଅନୁସାରେ, ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ପିଟିସନ ଫାଇଲ କରିବାକୁ ଯାଦବ ମନା କରିଦେଇଛନ୍ତି। ଭାରତର ସହାୟତା ବିନା ଯାଦବ ପାକିସ୍ତାନରେ ଜଣେ ଓକିଲ ନିଯୁକ୍ତ କରି ପାରିବେ ନାହିଁ। ଏହି ଅଧ୍ୟା‌ଦେଶର ସୁବିଧା ନେବାକୁ ନୂଆଦିଲ୍ଲୀ ମଧ୍ୟ କୁଣ୍ଠିତ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି। ତବେ ଏହି ମାମଲାର ଶୁଣାଣି ନିମନ୍ତେ ଇସଲାମାବାଦ ହାଇକୋର୍ଟ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଜୁଲାଇ ୧୭ ତାରିଖ ଦିନ ପାକିସ୍ତାନ ତୃତୀୟ ଥର ଲାଗି ଯାଦବଙ୍କୁ କନ୍‌ସୁଲାର୍‌ ଆକ୍ସେସ ଦେଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.