ETV Bharat / bharat

ପାକିସ୍ତାନରେ ସାମ୍ନାକୁ ଆସିଲା ପ୍ରଥମ କୋରୋନା ଭାଇରସ ମାମଲା - କୋରୋନା ଭାଇରସ ମାମଲା

ପାକିସ୍ତାନରେ କୋରୋନା ଭାଇରସ ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଛି । ପାକିସ୍ତାନର 2 ଜଣ ବ୍ୟକ୍ତି ଏହି ଭାଇରସରେ ସଂକ୍ରମଣ ଥିବା ଜଣାପଡିଛି ।

coronavirus
କୋରୋନା ଭାଇରସ
author img

By

Published : Feb 27, 2020, 1:10 PM IST

ଇସଲାମାବାଦ: ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି ଚୀନର ଉହାନ ସହରରୁ ଉତ୍ପତି ହୋଇଥିବା କୋରୋନା ଭାଇରସ । ଏସିଆଠାରୁ ଆରମ୍ଭ କରି ୟୁରୋପ, ଆମେରିକା ଏବଂ ମଧ୍ୟପ୍ରାଚ୍ୟରେ ଏହାର ସଂକ୍ରମଣ ରୋକିବା ନେଇ ପ୍ରୟାସ ଜାରି ରଖିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ । ଇତି ମଧ୍ୟରେ ପାକିସ୍ତାନରେ କୋରୋନା ଭାଇରସ ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଛି । ପାକିସ୍ତାନର 2 ଜଣ ବ୍ୟକ୍ତି ଏହି ଭାଇରସରେ ସଂକ୍ରମଣ ଥିବା ଜଣା ପଡିଛି ।

ଏନେଇ ପାକିସ୍ତାନର ଜଣେ ଅଧିକାରୀ କହିଛନ୍ତି, ପାକିସ୍ତାନର 2 ଜଣ ବ୍ୟକ୍ତି କୋରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି । ସେମାନଙ୍କୁ ସ୍ବତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ଭୟଭୀତ ହେବାର ଆବଶ୍ୟକତା ନାହିଁ । କାରଣ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ସେ କହିଛନ୍ତି । ତେବେ ଉଭୟ ରୋଗୀ ନିକଟରେ ଇରାନରୁ ଫେରିଥିଲେ ।

ସେପଟେ ପାକିସ୍ତାନର 15 ଜଣଙ୍କ ମଧ୍ୟରେ ଭାଇରସ ଥିବା ନେଇ ଆଶଙ୍କା କରି ସେମାନଙ୍କର ପରୀକ୍ଷଣ ହେଉଛି । ଅନ୍ୟପକ୍ଷରେ 100 ଜଣଙ୍କର ରିପୋର୍ଟ ନେଗେଟିଭ ଆସିଛି । ତେବେ ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଇରାନ ସୀମାକୁ ବନ୍ଦ କରିଦେଇଛି । ସୂଚନାଯୋଗ୍ୟ ଯେ, କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟସଂଖ୍ୟା ସମଗ୍ର ବିଶ୍ବରେ 2600 ପାର କଲାଣି । ପ୍ରାୟ 37ଟି ଦେଶରେ ବ୍ୟାପିଥିବା ଏହି ଭାଇସରେ ଏବେ ସୁଦ୍ଧା 80,000 ଲୋକ ସଂକ୍ରମିତ ଥିବା ଜଣା ପଡିଛି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.