ଶ୍ରୀନଗର: ପୁଣି ଭାରତ ଉପରେ କୁଦୃଷ୍ଟି ପକାଇଲା ପାକିସ୍ତାନ । ସୋମବାର ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ଅସ୍ତ୍ରବିରତି ଉଲଙ୍ଘନ କରିଛି ପାକ୍ ସେନା । ନିୟନ୍ତ୍ରଣ ରେଖା ନିକଟସ୍ଥ ଭାରତୀୟ ପୋଷ୍ଟକୁ ଟାର୍ଗେଟ କରି ମୋର୍ଟାର ମାଡ ସହ ଗୁଳି ବର୍ଷଣ କରିଛି ପାକିସ୍ତାନ । ଏଥିରେ 2 ସାଧାରଣ ନାଗରିକଙ୍କ ସମେତ ଜଣେ ବିଏସଏଫ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।
ପୁଞ୍ଛ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟସ୍ଥ ମନକୋଟ ଏବଂ କୃଷ୍ଣା ଘାଟି ସେକ୍ଟରରେ ପାକ୍ ସେନା ଭାରି ମାତ୍ରାରେ ଗୁଳିମାଡ କରିଛନ୍ତି । ଏଥିରେ ସ୍ଥାନୀୟ ନାଗରିକ ମକସୁଦ ଅହମଦ ଏବଂ ଆଶିକ ହୁସେନ ଆହତ ହେଇଛନ୍ତି । ସେପଟେ ଭାରତୀୟ ସେନା ଏହାର କଡା ଜବାବ ଦେଉଥିବା ଜଣା ପଡିଛି ।