ଲକ୍ଷ୍ନୌ: ଜଣେ ପାକିସ୍ତାନୀ ମହିଳାଙ୍କୁ ଆବେଦନର 35 ବର୍ଷ ପରେ ମିଳିଲା ଭାରତର ନାଗରିକତା । ମହିଳାଙ୍କର ବିବାହ ମୁଜାଫରନଗରରେ ହୋଇଥିଲା । ଆଉ ଏତେ ବର୍ଷ ପର୍ଯ୍ୟନ୍ତ ସେ ଭିସାରେ ରହୁଥିଲେ ।
ଏକ ସୂତ୍ରରୁ ଜଣାପଡିଛିଯେ, 55 ବର୍ଷୀୟ ଜୁବୈଦାଙ୍କର 35 ବର୍ଷ ପୂର୍ବେ ଯୋଗେନ୍ଦ୍ରପୁର ଅଞ୍ଚଳ ନିବାସୀ ସୈୟଦ ମୋହମ୍ମଦ ଜାବେଦଙ୍କ ସହ ବିବାହ ହୋଇଥିଲା । ସେ ବିବାବ ପରେ ଭାରତୀୟ ନାଗରୀକତା ପାଇଁ ଆବେଦନ କରିଥିଲେ । କିନ୍ତୁ କିଛି ଆଇନଗତ କାରଣ ଯୋଗୁଁ ଏହାକୁ ସ୍ବୀକାର କରାଯାଇନଥିଲା ।
1994 ମସିହା ପରଠାରୁ ସେ ଦେଶରେ ଦୀର୍ଘକାଳୀନ ଭିସାରେ ଭାରତରେ ରହୁଥିଲେ । କିନ୍ତୁ କିଛି ଦିନ ହେବ ତାଙ୍କୁ ଭାରତୀୟ ନାଗରିକତା ମିଳିଛି । ଏବେ ଜୁବୈଦା ଆଧାରକାର୍ଡ, ରାସନ କାର୍ଡ ଓ ଭୋଟର ପରିଚୟ ପତ୍ର ପାଇଁ ଆବେଦନ କରିପାରିବେ । ମହିଳାଙ୍କର 2 ଜଣ ଝିଅ ରୁମେଶା ଓ ଜୁମେସା ଥିବାବେଲେ ଉଭୟ ବିବାହିତ ।
ସୂଚନାମୁତାବକ, ଖାଲି ଜୁବୈଦା ନୁହନ୍ତି ତାଙ୍କ ବ୍ୟତୀତ ପ୍ରାୟ 25ରୁ ଊର୍ଦ୍ଧ୍ବ ପାକିସ୍ତାନୀ ମହିଳା ଲମ୍ବା ଅବଧି ଭିସା ମାଧ୍ୟମରେ ଉତ୍ତରପ୍ରଦେଶର ମୁଜାଫରନଗରରେ ରହୁଛନ୍ତି ।