ETV Bharat / bharat

କଳା ତାଲିକାଭୁକ୍ତ ହେବା ଆଶଙ୍କାରେ ପାକ୍‌, ଏଫ୍‌ଏଟିଏଫ୍‌ରେ ଭାରତକୁ ବିରୋଧ - national

ଆତଙ୍କବାଦ ସଂସ୍ଥାଙ୍କୁ ପାଣ୍ଠି ଯୋଗାଣ ଉପରେ ଅନ୍ତର୍ଜାତୀୟ କ୍ଷେତ୍ରରେ ଏଫ୍ଏଟିଏଫ୍‌ ତଦନ୍ତ କରିଥାଏ । ଗତ ଫେବୃୟାରୀରେ ଏହା ପକ୍ଷରୁ ଜାରି ଏକ ରିପୋର୍ଟ ଅନୁସାରେ ପାକିସ୍ତାନକୁ ଟାର୍ଗେଟ କରାଯିବା ସହ ଆତଙ୍କବାଦଙ୍କ ବିରୋଧରେ ଏହା ଦୃଢ କାର୍ଯ୍ୟାନୁଷ୍ଠାନ ନେଇନଥିବା କୁହାଯାଇଛି ।

ପ୍ରତୀକାତ୍ମକ ଫଟୋ
author img

By

Published : Mar 11, 2019, 9:36 AM IST

Updated : Mar 11, 2019, 12:18 PM IST

ଇସଲାମାବାଦ: ଆତଙ୍କବାଦୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ କଳା ତାଲିକାଭୁକ୍ତ ହେବା ଆଶଙ୍କାରେ ରହିଛି ପାକିସ୍ତାନ । ତେବେ ଏହାର ରାଗ ପାକ୍‌ ଭାରତ ଉପରେ ସୁଝିଛି । ଏଥିପାଇଁ ଭାରତକୁ ଦାୟୀ କରିବା ସହ ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ(ଏଫ୍ଏଟିଏଫ୍‌)ର ଅଧ୍ୟକ୍ଷ ପଦରୁ ଏହାକୁ ହଟାଇବାକୁ ପାକ୍‌ ଦାବି କରିଛି ।

ଉଲ୍ଲେଖଯୋଗ୍ୟ ଯେ ଆତଙ୍କବାଦ ସଂସ୍ଥାଙ୍କୁ ପାଣ୍ଠି ଯୋଗାଣ ଉପରେ ଅନ୍ତର୍ଜାତୀୟ କ୍ଷେତ୍ରରେ ଏଫ୍ଏଟିଏଫ୍‌ ତଦନ୍ତ କରିଥାଏ । ପ୍ୟାରିସରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି । ତେବେ ଗତ ଫେବୃୟାରୀରେ ଏହା ପକ୍ଷରୁ ଜାରି ଏକ ରିପୋର୍ଟ ଅନୁସାରେ ପାକିସ୍ତାନକୁ ଟାର୍ଗେଟ କରାଯିବା ସହ ଆତଙ୍କବାଦଙ୍କ ବିରୋଧରେ ଏହା ଦୃଢ କାର୍ଯ୍ୟାନୁଷ୍ଠାନ ନେଇନଥିବା କୁହାଯାଇଛି । ଏହାସହ ଆତଙ୍କୀଙ୍କୁ ଏହା ପ୍ରବଳ ପାଣ୍ଠି ଯୋଗାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି । ପୂର୍ବରୁ ଏଫ୍ଏଟିଏଫ୍‌ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାକ୍‌କୁ ଧୂସର ତାଲିକାଭୁକ୍ତ କରି ସତର୍କ କରିଥିଲା ।

ଏବେ ଏଫ୍‌ଏଟିଏଫ୍‌ ଦ୍ବାରା ପାକିସ୍ତାନ କଳା ତାଲିକାଭୁକ୍ତ ହେବାର ଆଶଙ୍କା ରହିଛି । ଏପରି ହେଲେ ଆର୍ଥିକ କ୍ଷେତ୍ରରେ ଏହା ଅନେକ ସମସ୍ୟା ଭୋଗିବ । ଏପରିକି ଅନ୍ତର୍ଜାତୀୟ କ୍ଷେତ୍ରରେ ପାକ୍‌କୁ ଅନୁଦାନ ମିଳିବା ବନ୍ଦ ହୋଇପାରେ ବୋଲି ସୂଚନା ମିଳିଛି । ତେବେ ଏନେଇ ପାକ୍‌ ଭାରତ ଉପରେ ରାଗ ସୁଝାଇଛି । କଳା ତାଲିକାଭୁକ୍ତ ହେବା ପଛରେ ଭାରତର ହାତ ରହିଥିବା ଏହା ଅଭିଯୋଗ କରିଛି । କାରଣ ଭାରତ ଏବେ ଏଫ୍ଏଟିଏଫ୍‌ର ଯୁଗ୍ମ ଅଧ୍ୟକ୍ଷ ଅଛି । ପୁଲୱାମା ଆଟାକ୍‌ ପରେ ଭାରତର ପଦକ୍ଷେପ ଯୋଗୁଁ ପାକ୍‌ ବିରୋଧରେ ଏଫ୍‌ଏଟିଏଫ୍‌ ଏପରି ପଦକ୍ଷେପ ନେଇଛି ।

ତେବେ ଏବେ ପାକିସ୍ତାନ ଭାରତକୁ ଏହାର ଅଧ୍ୟକ୍ଷତାରୁ ହଟାଇବା ପାଇଁ ଦାବି କରିଛି । ଏନେଇ ପାକ୍‌ ଅର୍ଥମନ୍ତ୍ରୀ ଅସଦ ଉମର ଏଫ୍‌ଏଟିଏଫ୍‌ର ସଭାପତି ମାର୍ଶଲ ବିଲ୍ଲିଙ୍ଗସ୍ଲେଙ୍କୁ ଚିଠି ଲେଖିଛନ୍ତି । ପାକିସ୍ତାନ ବିରୋଧରେ ହେବାକୁ ଥିବା ତଦନ୍ତ ସ୍ବଚ୍ଛ ଓ ନିରପେକ୍ଷ ହେବା ପାଇଁ ଭାରତକୁ ଏହି ପଦରୁ ହଟାଇବାକୁ ସେ ଚିଠିରେ ଦାବି କରିଛନ୍ତି । ପାକ୍‌ ପ୍ରତି ଭାରତର ମନୋଭାବ ସମସ୍ତଙ୍କୁ ଜଣା । ତେଣୁ ଭାରତ ରହିଲେ ତଦନ୍ତ ଏକପାଖିଆ ହେବ ବୋଲି ପାକ୍‌ ଆଶା କରିଛି । ପାକିସ୍ତାନ ଉକ୍ତ ସଂସ୍ଥାର ସଦସ୍ୟ ଥିବା ବେଳେ ଭାରତକୁ ତଦନ୍ତରୁ ହଟାଇଦେଲେ ହୁଏତ କ୍ଲିନଚିଟ୍‌ ପାଇବ ବୋଲି ଆଶା କରି ଏପରି ପଦକ୍ଷେପ ନେଇଛି ।

slug-assistant engineer attacked
format-avbb
report-sadasiba patra
place-Phulabani(Kandhamal)
date-9.3.2019
ଫୁଲବାଣୀରେ ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନବାଚୀ । ଅନେକ ଅଧିକାରୀ ଚାକିରି କରିବାକୁ ଅସୁରକ୍ଷିତ ମଣିଲେଣି  । ଫୁଲବାଣୀ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ସାତ ଆଠ ଜଣ ସ୍ତାନୀୟ ଠିକାଦାର ଓ ଅସାମାଜିକ ପଶି ନିସ୍ତୁକ ମାରପିଟ କରିବା ସହିତ ଭଙ୍ଗାରୁଜା କରିଛନ୍ତି  । ଟାଉନ ପୁଲିସରେ ଏତଲା ଦେବା ପରେ ପୋଲିସ ତନାଘନା ଆରମ୍ଭ କରିଛି  । ସହକାରୀ ଯନ୍ତ୍ରୀ ସରୋଜ ପାଢୀଙ୍କୁ ମାଡ ମାରି ଲହୁଲୁହାଣ କରିଛନ୍ତି ଫୁଲବାଣୀ ସାହିର ସୂର୍ଯ୍ୟକାନ୍ତ ପଟ୍ଟନାୟକ ସମେତ ଆଉ କେତେ ଜଣ ଯୁବକ  । ପୋଲିସ ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରୀ  ।
ବାଇଟ୍(1)ସରୋଜ କୁମାର ପାଢୀ,ଆହତ ସହକାରୀ ଯନ୍ତ୍ରୀ
         (2) ସନ୍ତୋଷ,ପ୍ରତକ୍ଷ୍ୟଦର୍ଶୀ
....
feed in ftp 

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
Last Updated : Mar 11, 2019, 12:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.